ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପାଳିଲେ ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ
ତା ୩.୧୨.୨୦୨୫ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଭଦ୍ରକ ଧାମନଗର ସ୍ଥିତ ଶ୍ରଦ୍ଧାଳୟଠାରେ ଭିନ୍ନ କ୍ଷମ ଦିବସ ପାଳନ କରିଛନ୍ତି। ଏହି ଦିବସରେ ଦିବ୍ୟାଙ୍ଗ ମାନଙ୍କ ନିମିତ୍ତ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଶ୍ରୀ ପୁଣ୍ୟଶ୍ଳୋକ ରଥ ଦିବ୍ୟାଙ୍ଗ ମାନଙ୍କୁ ଉତ୍ସାହିତ ଉଦ୍ଦେଶ୍ୟରେ କହିଥିଲେ ଯେ ଦିବ୍ୟାଙ୍ଗ ମାନେ ହେଉଛନ୍ତି ସମାଜର ଜଣେ ଜଣେ ଯୋଦ୍ଧା, ତେଣୁ ସେମାନଙ୍କୁ ସବୁ ପ୍ରକାର ସୁବିଧା ଯଥା ସାମାଜିକ, ଅର୍ଥନୈତିକ, ରାଜନୈତକ, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ତଥା ସମାଜର ସାମାଜିକ ମୁଖ୍ୟ ସ୍ରୋତରେ ସେମାନଙ୍କୁ

ସାମିଲ କରିବା ନିମିତ୍ତ ସେମାନଙ୍କ ପ୍ରତି ପ୍ରତ୍ୟେକ ନାଗରିକଙ୍କର ସାହାଯ୍ୟ ତଥା ସହାନୁଭୁତି ରଖିବା ଆବଶ୍ୟକ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଖଗେଶ୍ୱର ସେଠୀ ଓ ସହକାରୀ ସାମାଜିକ ସୁରକ୍ଷା ଅଧିକାରୀ ସୁବାଶ ଚନ୍ଦ୍ର ନାୟକ, ଡଃ ତାପସ କୁମାର ମହାନ୍ତି, ସହାୟକ, ଏଲ ଏ ଡିସି, ଭଦ୍ରକ, ଯୋଗଦାନ କରିଥିଲେ।
