ବିକଳାଙ୍ଗ ରମେଶଙ୍କ ଶୁଦ୍ଧିକ୍ରିୟା କରାଇଲେ ଉଦୀୟମାନ ପରିବାର
ବଡ଼ଚଣା :ଯାହାର କେହି ନାହାଁନ୍ତି ତାଙ୍କ ପାଇଁ ଉଦୀୟମାନ ପରିବାର ଅଛନ୍ତି। ଏମିତିକା ଖବର ସବୁ ସମୟରେ ଦେଖିବାକୁ ମିଳୁଛି ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉଦୀୟମାନ ପରିବାରରେ । ଖବରରୁ ପ୍ରକାଶ ବଡ଼ଚଣା ବ୍ଳକର ଭୁଷଣ୍ଡ ପୁର ପଞ୍ଚାୟତ ସ୍ଥିତ ଚଣ୍ଡି ମନ୍ଦିର ଛକ ଠାରେ ରମେଶ ଠାକୁର ନାମକ ଏକ ବ୍ୟକ୍ତି ବହୁଦିନ ଧରି ଘରଭଡ଼ା ନେଇ ରହି ଆସୁଥିବା ସହ ଆଇସକ୍ରିମ ବେପାର କରି ଗୁଜୁରାଣ ମେଣ୍ଟାଉଥିଲେ,ରମେଶର ପରିବାର କହିଲେ ଛୋଟ ଛୋଟ ଦୁଇ ଝିଅ ଓ ଗୋଟିଏ ପୁଅ ଆଉ ତାଙ୍କ ସ୍ତ୍ରୀ ସଂଜୁ ଦେବୀ । ବେସ୍ ହସ ଖୁସିରେ ଜୀବନ ବିତାଉଥିଲେ ଏହି ଛୋଟ ପରିବାରଟି । ଦିନେ ରମେଶ ଜୀବନ ଆକାଶରେ ଘୋଟି ଆସିଲା କଳା ବାଦଲର ଛାଇ । ସେଦିନ ଥାଏ ୨୦୨୨ ଜାଗର ଅମାବାସ୍ୟା ସବୁ ଦିନ ପରି ସେଦିନ ମଧ୍ୟ ରମେଶ ସାଇକଲ ଧରି ମେଳାକୁ ଆଇସକ୍ରିମ ବେପାର କରିବା ପାଇଁଁ ଯାଇଥିଲା ବେପାର କରୁଥିବା ସମୟରେ ହଠାତ୍ ମସ୍ତିସ୍କ ରେ ଯନ୍ତ୍ରଣା ଲାଗି ତଳେ ପଡି ଛଟପଟ ହେଉଥିବାବେଳେ ଦେବଦୁତ ପରି ତାଙ୍କ ପାଖରେ ପହଞ୍ଚି ଯାଇଥିଲେ ଉଦୀୟମାନ ପରିବାର । ତୁରନ୍ତ ମେଡିକାଲ ନେଇଥିଲେ ରମେଶକୁ କିଛି ଦିନ ମେଡିକାଲରେ ରହି ସାମାନ୍ୟ ଆରୋଗ୍ୟ ଲାଭ କରିବା ପରେ ଡାକ୍ତରଙ୍କ କହିବା ଅନୁସାରେ ଘରକୁ ନେଇ ଆସିଥିଲେ। କାରଣ ସେ ପକ୍ଷାଘାତ ରୋଗରେ ପୀଡିତ ହୋଇ ସମ୍ପୁର୍ଣ୍ଣ ଅକ୍ଷମ ହୋଇଯାଇଥିଲେ । ପରିବାର ପ୍ରତିପୋଷଣ କରିବାର ଶକ୍ତି ମଧ୍ୟ ହରାଇ ବସିଥିଲେ ଥିଲେ ରମେଶ । ପରେ ପରେ ଉଦୀୟମାନ ପରିବାର ଏହି ପରିବାରର ବୋଝକୁ ଅଳ୍ପବହୁତେ ତୁଲାଇ ଆସୁଥିଲା ବେଳେ ରମେଶ ପୁନର୍ବାର ଅସୁସ୍ଥ ହୋଇ ଗତ ୨୨ ତାରିଖରେ ଇହଲୀଳା ସମ୍ବରଣ କରିଛନ୍ତି । ଉଦୀୟମାନ ପରିବାର ଖବର ପାଇ ରମେଶର ଶବ ସଂସ୍କାର ଠାରୁ ସୁଧି କ୍ରିୟା ,ଏକାଦଶାହ ଆଦି ବିଦ୍ଧି ବଦ୍ଧ ଭାବରେ ସମ୍ପନ୍ନ କରିଛନ୍ତି। ସମାଜରେ ମାନବିକତାର ଅବକ୍ଷୟ ଦେଖିବାକୁ ମିଳୁଥିଲା ବେଳେ ଉଦୀୟମାନ ପରିବାର ର ସଦସ୍ୟ ସଦସ୍ୟା ମାନେ ପ୍ରତୈକ ସମୟରେ ଅସହାୟ ମାନଙ୍କ ମୁହଁରେ ହସଫୁଟାଉଥିବା ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
