ହେଡମାଷ୍ଟର ଙ୍କ ସ୍କୁଲ କୁ ଆସିବା ଅନିୟମିତତା।

Date-03/12/25Anchor – ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ପଞ୍ଚାୟତ ପଦ୍ମପୁର ଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସ୍କୁଲ୍ ରେ ତାଲା।ତାଲା ପକାଇଛନ୍ତି ସ୍କୁଲ କମିଟି ଓ ଅଭିଭାବକ ।ସୂଚନା ପ୍ରକାରେ ସ୍କୁଲ ର ପ୍ରଧାନଶିକ୍ଷକ ସ୍କୁଲ ଆସିବାରେ ଅନିୟମିତତା ଯୋଗୁଁ ସ୍କୁଲ ରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି ।ସରକାର ଙ୍କ ଠାରୁ ମୋଟା ଅଙ୍କର ଦରମା ନେଉଥିଲେ ସୁଦ୍ଧା ସ୍କୁଲ କୁ ଆସୁନାହାନ୍ତି ପ୍ରଧାନଶିକ୍ଷକ ।ତେବେ ଅନ୍ୟ ଶିକ୍ଷକ ଙ୍କ ସହ ଛାତ୍ରଛାତ୍ରୀ ସ୍କୁଲ ବାହାର ଗେଟ୍ ପାଖରେ ବସିଛନ୍ତି ।ଘଟଣା ସ୍ଥଳକୁ ସୋରଡା ବ୍ଲକ ଶିକ୍ଷା ଅଧିକାରୀ ପହଞ୍ଚିଥିଲେ ସୁଦ୍ଧା କୌଣସି ସମାଧାନ ହୋଇପାରିନାହିଁ ।ଘଟଣା ସ୍ଥଳକୁ ଜିଲ୍ଲା ଶିକ୍ଷା ଅଧିକାରୀ ଆସିଲେ ହି ସ୍କୁଲ ତାଲା ଖୋଲିବୁ କହିଛନ୍ତି ଅଭିଭାବକ ଓ ସ୍କୁଲ କମିଟି ସଦସ୍ୟ ।

Leave a Reply

Your email address will not be published. Required fields are marked *