ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବଡ଼ ଜିଙ୍ଗଲ ଗ୍ରାମର ଯୁବକ କଲେ ଅଙ୍ଗଦାନ
ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବଡ଼ ଜିଙ୍ଗଲ ଗ୍ରାମର ଯୁବକ କଲେ ଅଙ୍ଗଦାନ ସହସ୍ରଧିକ ଜନସାଧାରଣ ଉପସ୍ଥିତ ରେ ଦିଆଗଲା ଗାର୍ଡ ଅଫ ଅର୍ନର ତିର୍ତ୍ତୋଲ: ଜ଼ିଲ୍ଲାପ୍ରଶାସନ ପକ୍ଷରୁ କୃଷ୍ଣାନନ୍ଦପୁର ଥାନା ଅଧିକାରୀ ସୁବ୍ରତ ଦାସଙ୍କ ଉପସ୍ଥିତ ରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ଶଙ୍ଖେଶ୍ୱର ପଞ୍ଚାୟତ ବଡ଼ଜିଙ୍ଗଲ ଗ୍ରାମର ଯୁବକ ସନ୍ତୋଷ ଦାସ ବୟସ ୫୦ ଅଙ୍ଗଦାନ କରି ଏବେ ସମଗ୍ର ଜଗତସିଂହପୁର ଜ଼ିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ଆଲୋଚନା ହେଉଛି l ସୂଚନା ମୁତାବକ ଗତ ୩୦ ତାରିଖ ଦିନ ଦାଇଁଲୋ ପଞ୍ଚାୟତ ପୋଷଲ ଗ୍ରାମର ଜଣେ ଯୁବକ ଓ ବଡ଼ଜିଙ୍ଗଲ ଗ୍ରାମର ଯୁବକ ସନ୍ତୋଷ ଦାସ ଗାଁ ରୁ କଟକ ଅଭିମୁଖେ ମଟର ସାଇକେଲରେ ଯାତ୍ରା ଆରମ୍ଭ କରିଥିଲେ l କଟକ ପାରାଦ୍ୱୀପ ରାସ୍ତା ରଘୁନାଥପୁର ଅଞ୍ଚଳ କଂଟୁଆର ନିକଟରେ ନୂତନ ଭାବେ ହୋଇଥିବା ହମ୍ପସ ନିକଟରେ ଏକ କାର ବ୍ରେକ ମାରିବା ସମୟରେ କାର ସହିତ ଉକ୍ତ ଯୁବକ ମାନଙ୍କର ମଟର ସାଇକେଲ ଦୃଘଟଣା ହୋଇଥିଲା l ଯାହା ଫଳରେ ଯୁବକ ଦୁଇଜଣ ଗାଡ଼ିରୁ ଛିଟିକି ପଡ଼ିଥିଲେ l ଦୁଇ ଜଣଙ୍କୁ କଟକ ବଡ଼ ମେଡିକାଲ କୁ ନିଜଯାଇଥିଲା l

ସେଠାରେ ଜଣେ ସାମାନ୍ୟ ଆହତ ହୋଇଥିବା ବେଳେ ସନ୍ତୋଷ ଅଚେତ ହୋଇ ଗୁରୁତର ଅବସ୍ଥାରେ ରହିଥିଲେ l ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲକୁ ନେଇଯାଇଥିଲେ l ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା l ଡାକ୍ତରଙ୍କ ପରାମର୍ଶ କର୍ମେ ଅଙ୍ଗଦାନ କରିବାପାଇଁ ପରିବାର ପକ୍ଷରୁ ସ୍ୱୀକୃତି ଦିଆଯାଇଥିଲା l ସ୍ବର୍ଗତ ସନ୍ତୋଷ ଦାସଙ୍କ ଅଙ୍ଗଦାନ କୁ ସମଗ୍ର ଜଗତସିଂହପୁର ଜ଼ିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ତାଙ୍କ ମୃତ୍ୟୁରେ ପରିବାର ଲୋକ ଭାଂଗିପଡ଼ିଥିବାବେଳେ ତାଙ୍କ ଅକାଳ ମୃତ୍ୟୁରେ ଗୋପାଳପୁର ଶଙ୍ଖେଶ୍ୱର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି l
