ବୋଧିଚକ୍ରର ପୂର୍ଣ୍ଣିମା ଆସର ଅନୁଷ୍ଠିତ

ମାନବସେବା ଓ ସମର୍ପଣ ହିଁ ବୁଦ୍ଧ ଦର୍ଶନ lଜ୍ୟୋତି ହୋଟେଲ. ପୁରୀ ଠାରେ ବୋଧିଚକ୍ରର ପୂର୍ଣ୍ଣିମା ଆସର ଅନୁଷ୍ଠିତ ହୋଇଯାଇଅଛି l ସଭାପତି ଇଞ୍ଜିନିଅର ଗିରିଜା ଶଙ୍କର ପାଢ଼ୀ ଅଧ୍ୟକ୍ଷତା କରି ସେବl,ତ୍ୟାଗ ଓ ଇନ୍ଦ୍ରୀୟ ସଂଯମତା ଦ୍ୱାରା ମହାନିର୍ବାଣ ପ୍ରାପ୍ତି ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ l ଉପସଭାପତି ଡ. ବଳରାମ ଦାଶ ଆର୍ଯ୍ୟ ଅଷ୍ଟlଙ୍ଗ ମାର୍ଗର ବ୍ୟାଖ୍ୟା କରି ସମାଜ ସେବା ରେ ଓ ଭଗବlନଙ୍କ ନିକଟରେ ସମର୍ପଣ ହେଲେ ମୁକ୍ତି ମିଳିଥାଏ ବୋଲି ମତବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥି ରୁପେ ପ୍ରାବନ୍ଧିକ ସତ୍ୟ ନାରାୟଣ ମିଶ୍ର ଯୋଗ ଦେ ଇଥିଲେ l ଆବାହକ ଉମେଶ ଚନ୍ଦ୍ର ଦାସ ବୁଦ୍ଧ ବନ୍ଦନା ଗାନ କରିଥିଲେ l ଆଲୋଚନା ଚକ୍ରରେ ଅନେକ ବକ୍ତା ମାନେ ଭାଗ ନେଇଥିଲେ l

ଏହି କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ତ୍ରିପାଠୀ ରଂଜିତା ମହାପାତ୍ର ଅଶୋକ କୁମାର ଅlଢିୟ, କୋଟେଶ୍ଵର ପାତ୍ର, ବାସୁଦେବ ସାହୁ, କରୁଣାମୟୀ ମହାପାତ୍ର, ଶଙ୍କର ପଣ୍ଡା, ନକୁଳ ଚରଣ ସ୍ୱାଇଁ, ରାଜ କିଶୋର ପାତ୍ର ପଦ୍ମିନୀ ପାତ୍ର ଅଂଶଗ୍ରହଣ କରିଥିଲେ l ଯୋଗାଚାର୍ଯ୍ୟ ରାମବଲ୍ଲଭ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *