ସାଂସଦ ଖେଳ ମହୋତ୍ସବ ଉଦଯାପିତ

ସାଂସଦ ଖେଳ ମହୋତ୍ସବ ଉଦଯାପିତ , କିଶୋର ପ୍ରସାଦ କ୍ରିକେଟ ଟିମ୍ ଚାମ୍ପିୟନ ।ଗଣିଆ -ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ୪ ଦିନ ଧରି ଚାଲିଥିବା ସାଂସଦ କ୍ରିଡା ମହୋତ୍ସବ ଉଦଯାପିତ ହୋଇଯାଇଛି । ଏହି କ୍ରିଡ଼ା ମହୋତ୍ସବରେ ପୁଚି, ଚେସ୍, ଖୋ ଖୋ, ଭଲିବଲ୍, ଫୁଟବଲ୍, ବ୍ୟାଡମିଣ୍ଟନ,କବାଡି, କ୍ରିକେଟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟ ଏବଂ ପଞ୍ଚାୟତରୁ ପ୍ରାୟ ୧୫୦୦ରୁ ଅଧିକ ଖେଳାଳୀ ଏଥିରେ ଅଂଶଗ୍ରହଣ କରିଥିଲେ । କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନେ ୫ ତାରିଖରେ ଦଶପଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା କ୍ରିଡାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ବିଶେଷକରି ବାଳିକା କ୍ରିଡାବିତ ମାନେ ଅତ୍ୟନ୍ତ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ । ଆଜିର ଉଦଯାପନୀ ଉତ୍ସବରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ପୂର୍ବତନ ବ୍ଳକ ସଭାପତି ଅନ୍ତର୍ଯ୍ୟାମୀ ମିଶ୍ର, ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର,ଗଣିଆ ଥାନା ଏଏସଆଇ ଶାହା ଆଲାମ ଖାଁ, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ବିଭୂତି ଭୂଷଣ ପଣ୍ଡା,ପ୍ରମୁଖ ଉପସ୍ଥିତ ଥିଲେ । ଶାରୀରିକ ଅଭିବୃଦ୍ଧି ପାଇଁ କ୍ରିଡା ନିତ୍ୟାନ୍ତ ଅପରିହାର୍ଯ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହିତ ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ନାମ ପଞ୍ଜିକରଣ କରିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । କ୍ରିଡା ଶିକ୍ଷକ ନିରଞ୍ଜନ ମହାରଣା, ବିକାଶ ରଞ୍ଜନ ମଲ୍ଲ, କୁମୁଦିନୀ ଦେଇ, ବିଶ୍ବରଂଜନ ସାହୁ,ବିନୟ ରଞ୍ଜନ ପରିଡା, ଶେଷଦେବ ରାଉତ, ବିରଞ୍ଚି ମହାପାତ୍ର ପ୍ରମୁଖ କ୍ରିଡା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ରିଡା ସଂଯୋଜକ ଶୁଭ୍ରଜିତ ପଣ୍ଡା, ବାଉରିବନ୍ଧୁ ରାଉତ, ଭାଗିରଥି ଗଡ଼ନାୟକ, ରଞ୍ଜୁଲତା ପଣ୍ଡା, ଚନ୍ଦ୍ରଶେଖର ଦାଶଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *