ଅନ୍ତର୍ଜାତୀୟ ଆଇଡିଆ ସଦସ୍ୟ ରାଷ୍ଟ୍ର ପରିଷଦର ଅଧ୍ୟକ୍ଷ ଭାବରେ କାର୍ଯ୍ୟକାଳ ଆରମ୍ଭ କଲେ ମୁଖ୍ୟ ନିର୍ବାଚନ କମିଶନର

ଷ୍ଟକହୋମର ସ୍ୱିଡିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ ଆଫେୟାର୍ସରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଭିଭାଷଣଅନ୍ତର୍ଜାତୀୟ ଆଇଡିଆ ସଦସ୍ୟ ରାଷ୍ଟ୍ର ପରିଷଦର ଅଧ୍ୟକ୍ଷ ଭାବରେ କାର୍ଯ୍ୟକାଳ ଆରମ୍ଭ କଲେ ମୁଖ୍ୟ ନିର୍ବାଚନ କମିଶନର ଭୁବନେଶ୍ୱର | ତା- ୦୪.୧୨.୨୦୨୫ ଭାରତର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଆଜି ସ୍ୱିଡେନର ଷ୍ଟକହୋମରେ ଥିବା ସ୍ୱିଡିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଆଫେୟାର୍ସ (UI)ରେ ‘ଭାରତର ଗଣତନ୍ତ୍ର’ ଶୀର୍ଷକ ଏକ ରାଉଣ୍ଡ ଟେବୁଲ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ସ୍ୱିଡେନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଆନ୍ ଲିଣ୍ଡେ ରାଉଣ୍ଡ ଟେବୁଲ ଆଲୋଚନାଚକ୍ରରେ ଅନ୍ୟତମ ବକ୍ତା ଥିଲେ।ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଗତକାଲି ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍ ଆସିଷ୍ଟାନ୍ସ (ଇଣ୍ଟରନ୍ୟାସନାଲ୍ ଆଇଡିଆ)ର ସଦସ୍ୟ ରାଷ୍ଟ୍ର ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିଥିଲେ।ଏହି ଅଧ୍ୟକ୍ଷତା, ଭାରତ ନିର୍ବାଚନ ଆୟୋଗକୁ ଏକ ବିଶ୍ୱସନୀୟ ଏବଂ ନବସୃଜନଶୀଳ ନିର୍ବାଚନ ପରିଚାଳନା ସଂସ୍ଥା ଭାବେ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରଦାନ କରିଛି ।ଷ୍ଟକହୋମରେ ପହଞ୍ଚିବା ପରେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ସ୍ୱିଡେନରେ ନିଯୁକ୍ତ ଥିବା ଭାରତର ରାଷ୍ଟ୍ରଦୂତ ଶ୍ରୀ ଅନୁରାଗ ଭୂଷଣ ସ୍ୱାଗତ କରିଥିଲେ। ସେ ଅନ୍ତର୍ଜାତୀୟ ଆଇଡିଆର ମହାସଚିବ ଡକ୍ଟର କେଭିନ୍ କାସାସ୍-ଜାମୋରାଙ୍କ ସହିତ ଆଲୋଚନା କରିଥିଲେ।ଅଧ୍ୟକ୍ଷତା ଗ୍ରହଣ କରିବା ପରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତାଙ୍କ ଭାଷଣରେ, ଭାରତରେ ୨୮ଟି ରାଜ୍ୟ ଏବଂ ୮ଟି କେନ୍ଦ୍ରଶାସିତ ଅଞ୍ଚଳରେ ୯୦୦ ମିଲିୟନˎରୁ ଅଧିକ ଭୋଟର ଏବଂ ଭାରତର ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନ ଉପରେ ପ୍ରତିଫଳିତ କରି, ସେ ୬ଟି ଜାତୀୟ ଏବଂ ୬୭ଟି ରାଜ୍ୟ ଦଳ ସମେତ ୭୪୩ ରାଜନୈତିକ ଦଳରୁ ୨୦,୦୦୦ରୁ ଅଧିକ ପ୍ରାର୍ଥୀଙ୍କ ଅଂଶଗ୍ରହଣ ବିଷୟରେ ମଧ୍ୟ ଆଲୋଚୋନ କରିଥିଲେ । ୧୯୪୭ ମସିହାର ସ୍ୱାଧୀନତା ପରଠାରୁ ଭାରତ ସଂସଦର ୧୮ଟି ସାଧାରଣ ନିର୍ବାଚନ ଏବଂ ରାଜ୍ୟ ବିଧାନସଭାର ୪୦୦ରୁ ଅଧିକ ସାଧାରଣ ନିର୍ବାଚନ କୁ ଆଧାର କରି ସଂଗୃହିତ ସାମୁହିକ ତଥ୍ୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ନୀତିଗୁଡ଼ିକ ବିଷୟରେ ଚର୍ଚ୍ଚା କରିବାପାଇଁ ମୁଖ୍ୟ ନିର୍ବାଚନ କମିଶନର ପ୍ରତିଶ୍ରୁତି ଦେଇଛନ୍ତି ।ତାଙ୍କ ଅଧ୍ୟକ୍ଷ ଅବଧିରେ ସେ ଦୁଇଟି ପ୍ରମୁଖ ସ୍ତମ୍ଭ ଯଥା – ଭବିଷ୍ୟତ ପାଇଁ ଗଣତନ୍ତ୍ରର ପୁନଃକଳ୍ପନା ଏବଂ ସ୍ଥାୟୀ ଗଣତନ୍ତ୍ର ପାଇଁ ସ୍ୱାଧୀନ ଏବଂ ବୃତ୍ତିଗତ ନିର୍ବାଚନ ପରିଚାଳନା ସଂସ୍ଥା ଉପରେ ବିଶେଷ ଧ୍ୟାନ ଦେବେ ବୋଲି କହିଛନ୍ତି ।ଭାଷଣ ଶେଷରେ ସେ କହିଥିଲେ ଯେ ପ୍ରତ୍ୟେକ ଭୋଟକୁ ଏବଂ ମତକୁ ଗୁରୁତ୍ୱପୂର୍ଣ୍ଣ ଦେଇ ବିଶ୍ୱବ୍ୟାପୀ ଗଣତନ୍ତ୍ରଗୁଡ଼ିକ ଅଧିକ ଅନ୍ତର୍ଭୁକ୍ତ, ଶାନ୍ତିପୂର୍ଣ୍ଣ, ସ୍ଥିର ଏବଂ ସ୍ଥାୟୀ କରିବାପାଇଁ ଭାରତ ତାର ମହତ୍ୱପୂର୍ଣ୍ଣ ଅବଦାନ ଅବ୍ୟାହତ ରଖିବ ।ଭାରତ ଅଧ୍ୟକ୍ଷତାରେ, ମରିସସ୍ ଏବଂ ମେକ୍ସିକୋ ୨୦୨୬ ମସିହା ପାଇଁ ଅନ୍ତର୍ଜାତୀୟ ଆଇଡିଆ ପରିଷଦର ଉପାଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *