ଶ୍ରୀ ବଳଦେବଜୀଉଙ୍କ ଧେନୁକାସୁର ବଧ ବେଶ

କେନ୍ଦ୍ରାପଡ଼ା, ତା: ୪/୧୨/୨୫ ପବିତ୍ର ପଣ୍ଡୁ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀ ବଳଦେବଜୀଉ ଭକ୍ତଙ୍କୁ ଧେନୁକାସୁର ବଧ ବେଶରେ ଦର୍ଶନ ଦେଇଛନ୍ତି । ସଂଧ୍ୟା ନୀତି ସମ୍ପନ୍ନ ପରେ ପୂଜାପଣ୍ଡାଙ୍କ ଦ୍ଵାରା ଏହି ଦୁର୍ଲ୍ଲଭ ବେଶ ଅନୁଷ୍ଠିତ ହୋଇଥିଲା । ବଳଦେବଜୀଉଙ୍କ ପାଖରେ ପ୍ରତୀକାତ୍ମକ ଭାବେ ତାଳ ଗଛ, ହଳ ମୁଷଳ, ଧେନୁ ରୂପୀ ଧେନୁକାସୁର, ଦେବୀ ସୁଭଦ୍ରାଙ୍କ ଘେରା ପାଟ ବସ୍ତ୍ର ବେଶ ଓ ଶ୍ରୀ ଜଗନ୍ନାଥଙ୍କ ଶଙ୍ଖ ଚକ୍ର ବେଶ ଭକ୍ତଙ୍କୁ ବିମୋହିତ କରିଥିଲା । ଏହି ବେଶ ଦେଖିବାକୁ ବହୁ ଭକ୍ତଙ୍କ ଭିଡ଼ ହୋଇଥିଲା ।ସୂଚନାଯୋଗ୍ୟ, ପୌରାଣିକ କିମ୍ବଦନ୍ତୀ ଅନୁସାରେ ଦ୍ଵାପର ଯୁଗରେ ପ୍ରଭୁ କୃଷ୍ଣ ବଳରାମ ଗୋପୀ ଗୋପାଳଙ୍କ ସହିତ ଧେନୁ ଚରାଇବାକୁ ଯାଇଥିବା ସମୟରେ ମହାରାଜ କଂସଙ୍କ ନିର୍ଦ୍ଦେଶକ୍ରମେ ମାୟାବୀ ଅସୁର ଧେନୁକାସୁର ନିଜ ରୂପ ବଦଳାଇ ଧେନୁ ରୂପରେ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ଯୋଜନା କରିଥିଲା । ଏହା କୃଷ୍ଣ ବଳରାମ ଜାଣିପାରିଥିଲେ । ପ୍ରଭୁ ବଳରାମ ତାଳ ବଣରେ ମାୟା ରୂପୀ ଧେନୁକାସୁରକୁ ସଂହାର କରିଥିଲେ । ଏହି ସମୟରେ ଦେବତାମାନେ ବଳରାମଙ୍କୁ ତାଳଧ୍ଵଜ ରଥ ପ୍ରଦାନ କରିଥିଲେ ବୋଲି ମନ୍ଦିର ସୁପରଭାଇଜର ନୃସିଂହ ଚରଣ ପତ୍ରୀ ସୂଚନା ଦେଇଛନ୍ତି । ଏହି ତାଳଧ୍ବଜ ରଥରେ ଚଢି ତାଳ ବଣରେ ଧେନୁକାସୁରକୁ ମହାପ୍ରଭୁ ଶ୍ରୀ ବଳରାମ ସଂହାର କରିଥିଲେ ।

Leave a Reply

Your email address will not be published. Required fields are marked *