ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ପାଳିତ

ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଚଳିତ ବର୍ଷ ନିର୍ମାଣ ହେବ ୫୫୦ଟି ଷ୍ଟଲ, ଭାଗନେବେ ପ୍ରାୟ ୨୫୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଉଦ୍‌ଘାଟନୀ ସମାରୋହରେ ଯୋଗଦେବେ ବୁକର ପୁରସ୍କାର ବିଜେତା ସ୍ନେହାନ୍‌ କରୁଣାତିଳକ ଓ ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡ଼. ପ୍ରତିଭା ରାୟଓଡ଼ିଶାର ମହିଳା ସ୍ୱାଧୀନତା ସଂଗ୍ରାମୀ ଓ ସର୍ଦ୍ଦାର ପଟେଲ @୧୫୦କୁ ନେଇ ନିର୍ମାଣ କରାଯିବ ଦୁଇଟି ଥିମ୍ ପାଭିଲିୟନଚଳିତ ବର୍ଷ ପୁସ୍ତକ ମହୋତ୍ସବରେ ସ୍ୱାଧୀନତା ସଂଗ୍ରାମୀ ଓ ଯୁଗସ୍ରଷ୍ଟା ସାରସ୍ୱତ ସାଧକଙ୍କ ସାହିତ୍ୟ ସର୍ଜନାକୁ ଦିଆଯିବ ପ୍ରାଧାନ୍ୟ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଭୁବନେଶ୍ୱର୪ ଡ଼ିସେମ୍ବର, ୨୦୨୫ଡିସେମ୍ବର ୬ ତାରିଖରୁ ଭୁବନେଶ୍ୱର ସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଏହା ଆସନ୍ତା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଆୟୋଜନ କରାଯିବ।ଚଳିତ ବର୍ଷ ପୁସ୍ତକ ମେଳାରେ ୫୫୦ଟି ଷ୍ଟଲ୍‌ ନିର୍ମାଣ ହେବା ସହିତ ପ୍ରାୟ ୨୫୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଯୋଗଦେବେ। ଏଥିସହ ୬ଟି ଅନ୍ତର୍ଜାତୀୟ ସ୍ତରୀୟ ପ୍ରକାଶନ ସଂସ୍ଥା ମଧ୍ୟ ଚଳିତ ବର୍ଷ ପୁସ୍ତକ ମେଳାରେ ଅଂଶଗ୍ରହଣ କରିବେ। ଚଳିତବର୍ଷ ଓଡ଼ିଶାର ମହିଳା ସ୍ୱାଧୀନତା ସଂଗ୍ରାମୀ ଏବଂ ସର୍ଦ୍ଦାର ପଟେଲ @୧୫୦କୁ ନେଇ ଦୁଇଗୋଟି ଥିମ୍ ପାଭିଲିୟନ ନିର୍ମାଣ କରାଯିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ପୁସ୍ତକ ମେଳାର ମୁଖ୍ୟ ପ୍ରବେଶ ଦ୍ୱାରକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା’ ରମାଦେବୀ, ମୁଖ୍ୟମଞ୍ଚକୁ ସୁନାମଧନ୍ୟ ସାହିତ୍ୟିକ ରମାକାନ୍ତ ରଥ, ମେଳାର ଭିତର ପ୍ରବେଶ ଦ୍ୱାରକୁ ସନ୍ଥକବି ଭୀମଭୋଇଙ୍କ ନାମରେ ନାମିତ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଡ଼ିସେମ୍ବର ୬ ତାରିଖରେ ପୁସ୍ତକ ମେଳାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବେ।ପୁସ୍ତକମେଳାର ଉଦ୍‌ଘାଟନୀ ସମାରୋହରେ ବିଶିଷ୍ଟ ସାହିତ୍ୟିକ ତଥା ୨୦୨୨ ମସିହାର ବୁକର ପୁରସ୍କାର ବିଜେତା ସ୍ନେହାନ କରୁଣାତିଳକ ଅତିଥି ଭାବେ ଯୋଗଦେବେ। କରୁଣାତିଳକଙ୍କ ଲିଖିତ ପୁସ୍ତକ “ଦ ସେଭେନ ମୁନ୍ସ ଅଫ୍ ମାଲି ଅଲମେଡ଼ା” (The Seven Moons of Maali Almeida) ବୁକର ପୁରସ୍କାର ଜିତିବା ସହ ପାଠକ ସମାଜରେ ବହୁ ପ୍ରଶଂସିତ ହୋଇଥିଲା। ପୁସ୍ତକ ମହୋତ୍ସବର ଉଦ୍‌ଘାଟନୀ ସମାରୋହରେ ଜ୍ଞାନପୀଠ ପୁରସ୍କାର ବିଜେତା ତଥା ବିଶିଷ୍ଟ ସାହିତ୍ୟିକା ଡ଼. ପ୍ରତିଭା ରାୟ ମଧ୍ୟ ଅତିଥି ଭାବେ ଯୋଗଦେବେ।ଚଳିତବର୍ଷର ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଆୟୋଜନ ସମ୍ବନ୍ଧରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଚଳିତବର୍ଷର ରାଜ୍ୟ ପୁସ୍ତକ ମହୋତ୍ସବରେ ସ୍ୱାଧୀନତା ସଂଗ୍ରାମୀ ଏବଂ ଯୁଗସ୍ରଷ୍ଟା ସାରସ୍ୱତ ସାଧକମାନଙ୍କର ସାହିତ୍ୟ ସର୍ଜନାକୁ ପ୍ରାଧାନ୍ୟ ଦିଆଯାଉଛି। ଏଥିସହ ଓଡ଼ିଶାର ମହିଳା ସ୍ୱାଧୀନତା ସଂଗ୍ରାମୀ ଓ ସର୍ଦ୍ଦାର ପଟେଲଙ୍କ ଜୀବନୀ ଉପରେ ଥିମ୍ ପାଭିଲିୟନ ନିର୍ମାଣ କରାଯାଉଛି। ପୁସ୍ତକମେଳାରେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରକାଶନୀ ସଂସ୍ଥା ଯୋଗଦେବା ସହ ସାହିତ୍ୟ ଜଗତର ବହୁ ସାରସ୍ୱତ ସାଧକମାନେ ଯୋଗଦେଉଛନ୍ତି। ରାଜ୍ୟ ସ୍ତରୀୟ ପୁସ୍ତକ ମେଳା ରାଜ୍ୟରେ ପାଠକୀୟ ପରିବେଶ ଓ ସାହିତ୍ୟ ଜଗତକୁ ସମୃଦ୍ଧ କରିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ଲେଖକ ଓ ପାଠକମାନଙ୍କ ଭିତରେ ଭାବ ବିନିମୟ ନିମନ୍ତେ ଏକ କଫି କର୍ଣ୍ଣର ନିର୍ମାଣ ହେବା ସହିତ ଆକର୍ଷଣୀୟ ଖାଦ୍ୟ ଷ୍ଟଲ ଓ ସେଲ୍ଫି ପଏଣ୍ଟ ମଧ୍ୟ ନିର୍ମାଣ କରାଯାଉଛି।ଚଳିତବର୍ଷର ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ବିଭିନ୍ନ ସମ୍ବାଦପତ୍ର ସଂସ୍ଥା, ସରକାରୀ ବିଭାଗ,କେନ୍ଦ୍ର ସାହିତ୍ୟ ଏକାଡେମୀ, ନ୍ୟାସନାଲ ବୁକ୍ ଟ୍ରଷ୍ଟ ତରଫରୁ ଷ୍ଟଲ୍‌ ନିର୍ମାଣ କରାଯିବ। ପୁସ୍ତକ ମହୋତ୍ସବର ଆୟୋଜନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ, ଓଡ଼ିଶା ପ୍ରକାଶକ ସଂଘ, ଧଉଳି ବୁକ୍ ଟ୍ରଷ୍ଟ, ଭୁବନେଶ୍ୱର ପୁସ୍ତକ ମେଳାର କର୍ମକର୍ତ୍ତା ତଥା ରାଜ୍ୟ ଓ ରାଜ୍ୟ ବାହାରର ଅନେକ ପୁସ୍ତକ ପ୍ରକାଶକ ଓ ପୁସ୍ତକ ବିକ୍ରେତାମାନେ ସହଯୋଗ ପ୍ରଦାନ କରିଛନ୍ତି।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *