ଜଗତସିଂହପୁର ଆଶ୍ରା ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
Date-04/12/25*-ଜଗତସିଂହପୁର ଠାରେ ଆଶ୍ରା ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରତିଚି ତନୟା ମହାନ୍ତି, ପୌରାଧକ୍ଷ। ଅର୍ଚ୍ଚନା ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଆଶ୍ରାର ନିର୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ପ୍ରଚେଷ୍ଟା ଆମର ଗୁରୁ ଦାୟିତ୍ୱ ବୋଲି କହିଥିଲେ । ଭିନ୍ନକ୍ଷମ ସଶକ୍ତିକରଣ ସରକାରଙ୍କ ଆଭିମୁଖ୍ୟ ରହିଥିବା ବେଳେ ତାକୁ ସାକାର କରିବାକୁ ସମସ୍ତଙ୍କର ସହଯୋଗର ଆଵଶ୍ୟକତା ବୋଲି ଅତିଥି ମାନେ କହିଥିଲେ ।
