ଆକାଂକ୍ଷୀ ବ୍ଲକରେ ଲୋକଙ୍କ ଯାତାୟାତର ସୁଗମ ପାଇଁ ୩୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଛି ପୂର୍ତ୍ତ ବିଭାଗ ରାସ୍ତା।
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଆକାଂକ୍ଷୀ ବ୍ଲକରେ ଲୋକଙ୍କ ଯାତାୟାତର ସୁଗମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଦୀର୍ଘ ଦିନ ଧରି ସମସ୍ୟା ଘେରରେ ଥିବା ବାଇସିଙ୍ଗା -ଶଶାପଶି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ହସ୍ତକ୍ଷେପ ପରେ ୩୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଛି ୨୨ କିଲୋମିଟରର ଏହି ପୂର୍ତ୍ତ ବିଭାଗ ରାସ୍ତା। ଯାହା ୨୧ ମାସ ମଧ୍ୟରେ ନିର୍ମାଣ ହେବ ବୋଲି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି।ଏ ନେଇ ତରଜଙ୍ଗ ଗାଁ ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତୃଘନ ଜେନା, ବିଜେପି ଜିଲ୍ଲା ସଭାପତି ରାସ ବିହାରୀ ବେହେରା ଜିଲ୍ଲା କାର୍ଯ୍ୟାରିନୀ ସଦସ୍ୟ ଜଗନ୍ନାଥ ଗଡନାୟକ୍ ପରଜଙ୍ଗ ମଣ୍ଡଳ ପ୍ରତିନିଧି ବସନ୍ତ କୁମାର ସାହୁ ବିରlସାଳ ମଣ୍ଡଳ ସଭାପତି ସୂର୍ଯ୍ୟ ନାରାୟଣ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ। ତେବେ ଲୋକଙ୍କ ସୁବିଧା ପାଇଁ ଗୋଡ଼ ଧରିବାକୁ ପଡିଲେ ବି କରିବେ ବୋଲି ଆୟୋଜିତ ସଭାରେ ବିଧାୟକ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ତରlଜଙ୍ଗ ଗ୍ରାମବାସୀଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
