ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ ରେ ଅର୍ଥସ୍କାନ ପ୍ରୋ ପ୍ରାଇଭେଟ୍ ଲିମିଟେଡ ତରଫରୁ ନିଯୁକ୍ତ ସାକ୍ଷାତକାର
ସୋରଡ଼ା ୦୫/୧୨/୨୫ ଶିକ୍ଷା ସହିତ ଧନ୍ଦା ମୂଳକ ଶିକ୍ଷା ବା ଡିଜିଟାଲ ଯୁଗ ସହିତ ତାଳ ମିଳାଇ ଚାଲିବା ପାଇଁ କମ୍ପ୍ୟୁଟର ଶିକ୍ଷା ନିତାନ୍ତ ଆବଶ୍ୟକତାକୁ ଲକ୍ଷ୍ୟ କରି ସୋରଡ଼ା ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟରେ ଗତ କିଛି ଶିକ୍ଷା ବର୍ଷଠାରୁ ବି ସି ଏ ପାଠ୍ୟକ୍ରମ ଚାଲୁଥିବା ବେଳେ ଆଜି ଋଷିକୂଲ୍ୟା ଡିଗ୍ରୀ କଲେଜ ତରଫରୁ ଏକ ପ୍ଲେସମେଣ୍ଟ ଡ୍ରାଇଭ ଆୟୋଜନ କରାଯାଇଛି ।ଏହି ଅବସରରେ ଏକ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିବା ବେଳେ ଆଗାମୀ ପିଢ଼ିଙ୍କୁ ତଥା ସମାଜକୁ ସୁ ସେବା ଓ ସ୍ୱଚ୍ଛତା ଭାବେ ଗଢି ତୋଳିବା ପାଇଁ ଔପଚାରିକ ଭାବେ ଆଜି ପ୍ରଥମ କରି ନିଯୁକ୍ତି ପରାମର୍ଶ କର୍ତ୍ତୃପକ୍ଷଙ୍କ ଦ୍ଵାରା ଆରମ୍ଭ କରାଯିବା ସହିତ ଏହି ମହାବିଦ୍ୟାଳୟର 26 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ 15 ଜଣଙ୍କୁ ଚୟନ କରାଯାଇଛି।

ଏବଂ ଏହି ଚୟନ ପ୍ରକ୍ରିୟାରେ ଭାଗ ନେଇ ପିଲାମାନେ ନିଜର ଭବିଷ୍ୟତ ଗଢିବା ସହିତ ସମାଜକୁ ଉତ୍କୃଷ୍ଟ ସେବାର ମହତ୍ତ୍ୱ ଓ ଉପକାରିତା ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜକ ସଂସ୍ଥା ୱେର୍ଥସ୍କାନ ଟେକ୍ନୋଲୋଜି ଦ୍ଵାରା ଆୟୋଜନ କରାଯାଇଥିଲା ବେଳେ ପ୍ରାଧ୍ୟାପକ ଡ଼ା ହୃଷିକେଶ ମିଶ୍ରଙ୍କ ସଂଯୋଜନାରେ ସମ୍ପାଦନା ହୋଇଛି ।ଏହି ମହାବିଦ୍ୟାଳୟ ତଥା ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ରମେଶ ଚନ୍ଦ୍ର ପାଢି,ଡ଼ା ହୃଷୀକେଶ ମିଶ୍ର,ପ୍ରଦୀପ କୁମାର ସ୍ୱାଇଁ,ସୁଧାଂଶୁ ଶେଖର ପଣ୍ଡା,ବିବେକାନନ୍ଦ ନାୟକ,ତପନ କୁମାର ସାହୁ,ସାୟାଦ ଅସୀମ ,ସିପ୍ରା ପାତ୍ର ସହଯୋଗ କରିଥିଲେ।
