ଫୁଲବାଣୀ କାରାଗାରରେ ଉଦ ଘ।ଟିତ ହେଲା ବାର୍ଷିକ କ୍ରୀଡା ଉତ୍ସବ ।

ଫୁଲବାଣୀ ,୦୫.୧୨.୨୦୨୫, ଆଜି ଫୁଲବାଣୀ କାରାଗାର ପରିସରରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ଏହା ୧୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅଧିକ୍ଷକ ବିରେନ୍ଦ୍ର ନାଥ ମହାଳି, ଜେଲର ଲାଲଟେନ୍ଦୁ ଭୂଷଣ ଦାସ, ଆଇନଜୀବୀ ଅଶୋକ କୁମାର ପ୍ରଧାନ, କାରାଗାର କଲ୍ୟାଣ ଅଧିକାରୀ ସତ୍ୟଜିତ ଦାସ ଯୋଗଦେଇଥିଲେ ।

ଏହି ଅବସରରେ ପୁରୁଷ ବର୍ଗରେ କ୍ୟାରମ, ବେଙ୍ଗ ଦୌଡ, ଚେସ ଇତ୍ୟାଦି ଓ ମହିଳା ବର୍ଗରେ ଝୁଟି, ପୁଚି, ଜଳପରି ଦୌଡ, ମ୍ୟୁଜିକ୍ ଚେୟାର ଇତ୍ୟାଦି କ୍ରୀଡ଼ାରେ କାରାଗାର ଅନ୍ତେବାସୀମାନେ ବହୁ ଉତ୍ସାହର ସହ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *