୧୭ ତମ ରାଜ୍ୟସ୍ତରୀୟ ମଞ୍ଚ ନାଟକ ପ୍ରତିଯୋଗିତା

୧୭ ତମ ରାଜ୍ୟସ୍ତରୀୟ ମଞ୍ଚ ନାଟକ ପ୍ରତିଯୋଗିତା ଚଳିତ ମାସ ୦୭ରୁ ଆରମ୍ଭଅନୁଷ୍ଠାନ ଆମର ପକ୍ଷରୁ ୧୭ ତମ ରାଜ୍ୟସ୍ତରୀୟ ମଞ୍ଚ ନାଟକ ପ୍ରତିଯୋଗିତା ଚଳିତ ମାସ ୦୭ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି ।ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଓଡ଼ିଶା ସଙ୍ଗୀତ ପରିଷଦ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠାନର ସଭାପତି ଭରତ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ମିଳନୀରେ ଅନୁଷ୍ଠାନର ମାର୍ଗ ଦର୍ଶକ ପ୍ରସନ୍ନ କୁମାର ମିଶ୍ର,ଚକ୍ରଧର ମହାପାତ୍ର,ଶିବ ନାରାୟଣ ପୂଜାପଣ୍ଡା,ପ୍ରଦ୍ୟୁମ୍ନ କୁମାର ମିଶ୍ର,ପ୍ରଦୀପ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାନ୍ତି ମଞ୍ଚାସିନ ରହି ଆସନ୍ତା ୭ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ନାଟକ ମହୋତ୍ସବ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।୦୭ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ୧୦ ଟି ଜିଲ୍ଲାରୁ ୧୦ ଟି ନାଟକ ମଣ୍ଡଳୀ ଆସି ନାଟକ ପ୍ରଦର୍ଶନ କରିବେ ।ଶେଷ ଦିନ ଅର୍ଥାତ୍ ୧୭ ତାରିଖ ଦିନ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କରାଯିବ ।ଯେଉଁ ଜିଲ୍ଲାର ନାଟକ ମଣ୍ଡଳୀ ନାଟକ ପରିବେଷଣ କରିବେ ସେମାନଙ୍କ ଉପସ୍ଥାନ ପାଇଁ ନାଟକ ନିର୍ଦ୍ଦେଶକଙ୍କୁ ୭ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ସହ ଯେଉଁ ଦଳ ଶ୍ରେଷ୍ଠ ନାଟକ ପ୍ରଦର୍ଶନ କରିବେ ସେମାନଙ୍କୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯିବ ।ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳକୁ ଆର୍ଥିକ ରାଶି ୧୫ ହଜାର,ଦ୍ଵିତୀୟ ସ୍ଥାନ ରେ ଥିବା ଦଳକୁ ୧୦ ହଜାର ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୭ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସମୀର ଶତପଥୀ,ରାମକୃଷ୍ଣ ମହାପାତ୍ର,ବିକ୍ରମ କୁମାର ସାହୁ,ମଧୁସୂଦନ ପୂଜାପଣ୍ଡା,ରାଜେଶ କୁମାର ମହାନ୍ତି,ସ୍ଵାଧୀନ କୁମାର ପଣ୍ଡା,ପ୍ରସନ୍ନ କୁମାର ମହାନ୍ତି, ଶ୍ରିକଣ୍ଠ ମିଶ୍ର ,ଅନିତା ଦାସ ପ୍ରମୁଖ ଯୋଗଦାନ କରିଥିଲେ ।ଶେଷରେ ପ୍ରଦ୍ୟୁମ୍ନ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇବା ସହ ନାଟକକୁ ଉପଭୋଗ କରିବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *