ବିଶ୍ୱ ମୃତ୍ତିକା ଦିବସ ପାଳିତ:
ବିଶ୍ୱ ମୃତ୍ତିକା ଦିବସ ପାଳିତ: ମୃତ୍ତିକା ସୁରକ୍ଷା ଓ ସଚେତନତାପାଇଂ ଏକ ଦିବସୀୟ କର୍ମଶାଳା ଆୟୋଜିତ* ମୃତ୍ତିକା ପରୀକ୍ଷା କରାଇଥିବା ଚାଷୀମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ* କୃଷି କ୍ଷେତ୍ରରେ ଅବଦାନ ପାଇଁ ଚାଷୀମାନେ ପୁରସ୍କୃତଭଦ୍ରକ, ୦୫/୧୨/୨୦୨୫:ଆଜି ସାରା ବିଶ୍ୱରେ ବିଶ୍ୱ ମୃତ୍ତିକା ଦିବସ ବିଭିନ୍ନ କାର୍ଯ୍ୟକ୍ରମ ଓ ସଚେତନତା କାର୍ଯ୍ୟକଳାପ ମାଧ୍ୟମରେ ପାଳନ କରାଯାଇଛି। ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ମୃତ୍ତିକାର ସୁରକ୍ଷା, ସନ୍ତୁଳିତ ବ୍ୟବହାର ଓ ସସ୍ଥାୟୀ କୃଷି ପ୍ରଥା ପ୍ରତି ଜନସାଧାରଣଙ୍କୁ ସଚେତନ କରିବା।ଏହି ଅବସରରେ ଜିଲ୍ଲା ପ୍ରଶାସନ, କୃଷି ବିଭାଗ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକଙ୍କ ସୌଜନ୍ୟ, ସେମିନାର, କୃଷକ ସଚେତନତା ଶିବିର, ମାଟି ପରୀକ୍ଷା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶୁଭେନ୍ଦୁ ସାମଲ କହିଥିଲେ ଯେ, ମୃତ୍ତିକାର ଉର୍ବରତା ଜ।ଣିବା ପାଇଁ ତାହାର ପରୀକ୍ଷା କରାଇବା ନିହାତି ଆବଶ୍ୟକ ଏବଂ ଏଥିପାଇଁ କୃଷି ମିତ୍ରମାନଙ୍କର ପରାମର୍ଶ ନେବା ଉଚିତ୍।ଅନ୍ୟତମ ଅତିଥି ଭାବେ ଯୋଗଦେଇ କୃଷି ବିକାଶ କେନ୍ଦ୍ରର ମୁଖ୍ୟ ଶ୍ରୀ ସଞ୍ଜୟ କୁମାର ମହାନ୍ତି, ଉପପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବିଶ୍ୱରଞ୍ଜନ ରାଉତ, ଜିଲ୍ଲା କୃଷି ଅଧିକାରୀ ଏବଂ କୃଷି ବିକାଶ ଅଧିକାରୀ ଶ୍ରୀ ଶଶିଭୂଷଣ ମହାପାତ୍ର, ପ୍ରୀତିରେଖା ମହାଳିକ ଓ ତିଲୋତ୍ତମା ମହାକୁଡ କହିଥିଲେ ଯେ ଉର୍ବର ମୃତ୍ତିକା ବିନା ଖାଦ୍ୟ ସୁରକ୍ଷା ସମ୍ଭବ ନୁହେଁ ଓ ଅସନ୍ତୁଳିତ ରାସାୟନିକ ସାର ବ୍ୟବହାର ମାଟିର ସ୍ୱାସ୍ଥ୍ୟକୁ ଗଭୀର ଭାବେ କ୍ଷତିଗ୍ରସ୍ତ କରୁଛି।ବକ୍ତାମାନେ ଜୈବ ସାର ବ୍ୟବହାର, ମାଟି ପରୀକ୍ଷା ପରେ ସାର ପ୍ରୟୋଗ, ଫସଲ ଆଵର୍ତ୍ତନ ଓ ମୃତ୍ତିକା ସଂରକ୍ଷଣ ପ୍ରଯୁକ୍ତିକୁ ଗ୍ରହଣ କରିବାକୁ କୃଷକମାନଙ୍କୁ ଆହ୍ଵାନ ଦେଇଥିଲେ।ଏହି କର୍ମଶାଳାରେ ମୃତ୍ତିକା ପରୀକ୍ଷା କରାଇଥିବା ବ୍ୟକ୍ତିମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା।ଏବଂ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାଷୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉଲ୍ଲେଖନୀୟ ଯେ, ପ୍ରତିବର୍ଷ ୫ ଡିସେମ୍ବରକୁ ବିଶ୍ୱ ମୃତ୍ତିକା ଦିବସ ଭାବେ ପାଳନ କରାଯାଏ।
