ମାଟି ପକାଇ ରାସ୍ତା ନିର୍ମାଣ କଲେ ଚାଷୀ:
ରଘୁନାଥପୁର,-ତା ୭/୧୨ ରିଖ _ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ଗୋଠିଣା ଗ୍ରାମର ଚାଷୀ ନିଜ ପ୍ରଚେଷ୍ଟାରେ ମାଟି ପକାଇ ରାସ୍ତା ନିର୍ମାଣ କଲେ। ଏଠାରେ ପ୍ରକାଶ ଥାଉ କି ମାଛଗାଁ ମୁଖ୍ୟ କେନାଲ ର ଶାଖା କେନାଲ ଯଥା ୬ ନମ୍ବର ଗୋଠିଣା ଆର୍ ଡି ରାସ୍ତା ଠାରୁ ଦୀର୍ଘ ୩ କିମି ରୁ ଉର୍ଦ୍ଧ୍ବ ରାସ୍ତା ବସନ୍ତା ଗ୍ରାମ ର କାଳି ପଡ଼ିଆ ଦେଇ ରଘୁନାଥପୁର ଠାରୁ ଜଗତସିଂହପୁର ସଦରମହକୁମା ଗାନ୍ଧୀ ଛକକୁ ସଂଯୋଗ କରୁଥିବା ଆର୍ ଆଣ୍ଡ ବି ରାସ୍ତା କୁ ଲାଗି ରହିଅଛି। ଏଠାରେ ସୂଚନା ଥାଉ କି ଗୋଠିଣା ଗ୍ରାମର ୬ ନମ୍ବର କେନାଲ ବନ୍ଧ ରାସ୍ତା ଦୀର୍ଘ ଦିନହେବ ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା। ମାତ୍ର ଗତବର୍ଷ ଜଗନ୍ନାଥ ପୁର ପଞ୍ଚାୟତର ଅର୍ଥ ଅନୁଦାନ ରେ କିଛି ମାତ୍ରାରେ ଢଳେଇ ରାସ୍ତା ହୋଇଥିବା ବେଳେ ଆଉକିଛି ପରିମାଣର ରାସ୍ତା ଜଗତସିଂହପୁର ଜଳସେଚନ ବିଭାଗ ଦ୍ବାରା ସ୍ପଲ୍ ଓ ନାଲି ମୋହରମ୍ ରାସ୍ତା ହୋଇଅଛି।ଆଉ ଅବଶିଷ୍ଟ ୨ କିମି ରୁ ଉର୍ଦ୍ଧ୍ବ ରାସ୍ତା ମାଟି ରାସ୍ତା। ଯାହା ଫଳରେ ଏହି ରାସ୍ତା ରେ ଯିବା ଆସିବା କରିବାପାଇଁ ଅସମ୍ଭବ ଅଟେ। ଏଠାରେ ଉଲ୍ଲେଖ ଥାଉ କି ଏହି ରାସ୍ତା ଉପରେ ପାଞ୍ଚ ଗୋଟି ଗ୍ରାମର ଯଥା ଗୋଠିଣା, ବିରାଟ କଟକ,ବସନ୍ତା,କନ୍ଦରାପଟି, ଏବଂ ତେଲି ପାଟଣା ଚାଷୀ ତାଙ୍କର ଫସଲ ଧାନ,ଆଖୁ,ବିରି,ମୁଗ, ଏବଂ ବିଭିନ୍ନ ପନିପରିବା କରି ଥାଆନ୍ତି। ଯାହା ଫଳରେ ଏହି ରାସ୍ତା ଉପରେ ନିର୍ଭର କରି ପ୍ରତ୍ୟହ ଯାତାୟତ କରିଥାନ୍ତି।ଆଖୁ, ଧାନ, ବିରି ମୁଗ ଫସଲ ଅମଳ ବେଳେ ଟ୍ରକ୍, ଟ୍ରାକ୍ଟର, ଏବଂ ଫସଲ ବୋହିବା ନିମନ୍ତେ ଚାରିଚକିଆ ଯାନ ବ୍ୟବହାର ହୋଇଥାଏ। ମାତ୍ର ଦୁଃଖ ଓ ପରିତାପର ବିଷୟ ଏହି କି ଯେ ବହୁବାର ଅଭିଯୋଗ ସତ୍ତ୍ୱେ ଏହି ରାସ୍ତା ପାଇଁ କେହି କର୍ଣ୍ଣପାତ ଦେଇ ନଥାନ୍ତି। ଏହି ଅଞ୍ଚଳର କିଛି ଚାଷୀ ତାଙ୍କର ଫସଲ ଅମଳ କରି ଆଣିବା ପାଈଁ ନିଜ ଚେଷ୍ଟାରେ ମାଟି ପକାଇ ରାସ୍ତା ନିର୍ମାଣ ପ୍ରତିବର୍ଷ କରିବାର ଦେଖାଯାଇଛି। ତେଣୁ ଏହି ରାସ୍ତା କୁ ତୁରନ୍ତ ପକ୍କା ରାସ୍ତା କରିବା ପାଇଁଁ ଅଞ୍ଚଳର ଚାଷୀ ଶରତ ଚନ୍ଦ୍ର ବାରିକ, ଗୋପାଳ ସ୍ୱାଇଁ, ପବିତ୍ର ନାୟକ,ସମୟ ସ୍ୱାଇଁ,ସମ୍ଭୁନାଥ ସ୍ୱାଇଁ, ଏବଂ ନୃସିଂହ ମହାପାତ୍ର ପ୍ରମୁଖ ଦୃଢ଼ ଦାବି କରିବା ସହ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେବା ପାଇଁ ନିବେଦନ କରିଥିବାବେଳେ ସରକାର ଏହି ରାସ୍ତା ନିର୍ମାଣ ତୁରନ୍ତ କାର୍ଯ୍ୟାରମ୍ଭ କରିବା ପାଇଁଁ ଦୃଢ଼ ଦାବୀ କରିଛନ୍ତି। ଏଠାରେ ଉଲ୍ଲେଖ ଥାଉ କି କେନ୍ଦ୍ର ସରକାର ଓ ରାଜ୍ୟସରକାର ଚାଷ ଓ ଚାଷୀମାନଙ୍କ ପାଇଁ ବହୁତ ପ୍ରକାର ସୁବିଧା କରୁଥିବା ବେଳେ ଏଠାରେ ତାହାର ବିପରୀତ ଭାବ ପରିଲକ୍ଷିତ ହୋଇଅଛି।
