ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭଦ୍ରକ କ୍ଲଷ୍ଟର ସ୍ତରୀୟ ଲଘୁ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ

ଭଦ୍ରକ ତା  06.12. 2025 ରିଖ    ପି ଏମ ଶ୍ରୀ କେନ୍ଦ୍ରୀୟ  ବିଦ୍ୟାଳୟ, ଭଦ୍ରକ ରେ କ୍ଲଷ୍ଟର ସ୍ତରୀୟ ଲଘୁ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି l ଏହି ଅବସରରେ ଭଦ୍ରକ ଜିଲ୍ଲାର ଅତିରିକ୍ତ ଆରକ୍ଷୀ  ଅଧୀକ୍ଷକ ଅଂଶୁମାନ ଦ୍ବିବେଦୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ , କ୍ଲଷ୍ଟର ସ୍ତରୀୟ କ୍ଷୁଦ୍ର ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ଏବଂ ସମ୍ବର୍ଦ୍ଧିତ ବକ୍ତବ୍ୟ  ପ୍ରଦାନ ପୂର୍ବକ ଛାତ୍ର ଛାତ୍ରୀ ମାନଙ୍କର ଉତ୍ସାହ ବୃଦ୍ଧି କରିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମାବତୀ ଦ୍ବିବେଦୀ ଙ୍କ ଦ୍ୱାରା  ଅତିଥି ପରିଚୟ ଏବଂ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l  ନୃତ୍ୟ, ଗୀତ, ଇଂରାଜୀ କାହାଣୀ କଥନ ଓ କବିତା ଆବୃତ୍ତି , ହିନ୍ଦୀ କାହାଣୀ କଥନ ଓ କବିତା ଆବୃତ୍ତି ପରି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ କେ.ଭି ଆନନ୍ଦପୁର, କେ.ଭି ବାଲେଶ୍ୱର ୧ , କେ.ଭି ବାଲେଶ୍ୱର ୨ , କେ.ଭି ଭଦ୍ରକ, କେ.ଭି ଯାଜପୁର, କେ.ଭି ବ୍ୟାସନଗର, କେ.ଭି କେଉଁଝର, କେ.ଭି ରାଇରଙ୍ଗପୁର, କେ.ଭି ଚମ୍ପୁଆ, କେ.ଭି ବାରିପଦା, କେ.ଭି ମୁର୍ଗାବାଡି ର ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷା ପଦ୍ମାବତୀ ଦ୍ବିବେଦୀ,ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦିଲେଶ୍ୱର ସାହୁ , ସୁରେନ୍ଦ୍ର କୁମାର ରାଉତ ଏବଂ ଅବସରପ୍ରାପ୍ତ ଶିକ୍ଷିକା ଶ୍ରୀମତି ସୁକାନ୍ତି ମିଶ୍ର ଙ୍କ ଦ୍ଵାରା ବିଜେତା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା l

Leave a Reply

Your email address will not be published. Required fields are marked *