ଗ୍ଲୋରିୟସ ଇଂରାଜୀ ମିଡିୟମ ସିନିୟର ସେକେଣ୍ଡାରୀ ସ୍କୁଲ ପରିସରରେ ଆନ୍ତଜିଲ୍ଲା ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି
ଯାଜପୁର ରୋଡ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗ୍ଲୋରିୟସ ଇଂରାଜୀ ମିଡିୟମ ସିନିୟର ସେକେଣ୍ଡାରୀ ସ୍କୁଲ ପରିସରରେ ଆନ୍ତଜିଲ୍ଲା ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି। ସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ପାଣିଗ୍ରାହୀଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଜାତୀୟ ବିଜ୍ଞାନ ଶିକ୍ଷା ଓ଼ ଗବେଷଣା ପ୍ରତିଷ୍ଠାନର ବିଶେଷଜ୍ଞ doctor ଭର୍ଚାସ୍ବୀ ଓ doctor ଗଣେଶ ପ୍ରମୁଖ ଯୋଗ ଦେବା ସହିତ ସଂମ୍ମାନିତ ଅତିଥି ଭାବେ ସ୍କୁଲର ପରିଚାଳକ doctor ଅଭୟ ପତି ଏବଂ ସଭାପତି advocate ଅସ୍ମିତା ପତି ଯୋଗ ଦେଇ ଅନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଥିଲେ। ପିଲାମାନଙ୍କ ଭିତରେ ରହିଥିବା ଲୁକାୟିତ ବୈଜ୍ଞାନିକ ପ୍ରତିଭା କୁ ପରିପ୍ରକାଶ କରିବା ସହିତ ପିଲାମାନଙ୍କ ମନରେ ଉତ୍ସାହ ଜାଗ୍ରତ କରିବାର ଏ ହେଉଛି ଏକ ପ୍ରୟାସ ବୋଲି ସ୍କୁଲର ପରିଚାଳକ doctor ପତି ନିଜ ଅଭିଭାଷଣରେ କହିଥିଲେ।

ପିଲାମାନେ ନିଜେ ନିଜର ବୁଦ୍ଧି କୁ ପ୍ରୟୋଗ କରି ବୈଜ୍ଞାନିକ ଯୁଗରେ ନିଜର ମନସ୍ତାତ୍ଵିକ ବିଜ୍ଞାନ କୁ ପ୍ରତିପାଦନ କରିଥିବାରୁ ମୁଖ୍ୟ ଅତିଥି ଏହି ମେଳା ରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏଥି ସହିତ ବୈଜ୍ଞାନିକ ଯୁଗରେ କିଭଳି ପିଲାମାନେ ନିଜର ପ୍ରଚେଷ୍ଟା ବଳରେ ନିଜେ ନିଜର ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ। ଏହି ବିଜ୍ଞାନ ମେଳାରେ ଯାଜପୁର ଜିଲ୍ଲାର ଅନେକ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ସ୍କୁଲର ଉପାଧ୍ୟକ୍ଷ ସରୋଜ କୁମାର ସାହୁଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।
