ଦୁର୍ଘଟଣାଗ୍ରସ୍ତ ଗରୀବ ଛାତ୍ରଙ୍କୁ ସହାୟତା ପ୍ରଦାନ

ଗଣିଆ – ଗଣିଆ ବ୍ଳକ ଧୁଆଁମଡା ସରସ୍ଵତୀ ଶିଶୁ ମନ୍ଦିରରେ ପାଠ ପଢୁଥିବା ଛାତ୍ର ଜ୍ୟୋତିରଞ୍ଜନ ପରିଡା ଗତ ୧ ତାରିଖରେ ଏକ ବାଇକ୍ ଦୁର୍ଘଟଣାରେ ତାଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଥିଲା । ସେ ଭୂବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିବାରୁ ପରିବାର ଅତ୍ୟନ୍ତ ଗରୀବ । ଧାର କରଜ କରି ପୁଅର ଚିକିତ୍ସା କରୁଥିବା ଜଣାପଡିଛି । ତେବେ ଶନିବାର ବିଦ୍ୟାଳୟର ସମସ୍ତ ଅଭିଭାବକ ଏବଂ ଗୁରୁଜୀ ଗୁରୁମା ଆଦାୟ କରି ୨୬ ହଜାର ୯୫୫ ଟଙ୍କା ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଗୁରୁଜୀ କାଳନ୍ଦୀ ଚରଣ ସାହୁ, ଅଭିଭାବକ ଚନ୍ଦ୍ରଶେଖର ସାହୁ ଏବଂ ବିନୋଦ ବିହାରୀ ସାହୁ ମାଙ୍କୁ ଭେଟି ଏହି ଅର୍ଥରାଶି ସହାୟତା ଦେଇଛନ୍ତି । ପୁଅର ଏହି ଦୁର୍ଘଟଣା ସମୟରେ ବିଦ୍ୟାଳୟ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାରୁ ମା କୃତଜ୍ଞତା ଜ୍ଞାପନ କରିଛନ୍ତି । ବିଦ୍ୟାଳୟର ଏଭଳି ମହତ କାର୍ଯ୍ୟ ପାଇଁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *