ଜାଗ୍ରତ କନ୍ଧମାଳ ଓଡ଼ିଶା ତରଫରୁ ଡ଼ଃ ବି ଆର ଆମ୍ବେଦକରଙ୍କ ୬୯ ତମ ଶ୍ରଦ୍ଧାଞ୍ଜଳି ସଭା ।

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ଓଡିଶା ପକ୍ଷରୁ ବାବା ସାହେବ ବିଶ୍ଵରତ୍ନ ଡ଼ଃ ବି ଆର ଆମ୍ବେଦକରଙ୍କ ୬୯ ତମ ପରି ନିର୍ବାଣ ଦିବସ ଗାନ୍ଧୀ ସ୍ମୃତି ଭବନ ଠାରେ ସଭାପତି ଅରୁଣ ନାୟକଙ୍କ ସଭାପତିତ୍ବ ରେ ପାଳିତ ହୋଇଯାଇଛି l ସକାଳେ ସର୍ବ ପ୍ରଥମେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯିବା ପରେ l ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ସ୍ମୃତି ସଭାରେ ଉଦଘାଟକ ଭାବେ ସରକାରୀ ଅଭିଯୋଜକ ପୂର୍ଣ୍ଣ ଚନ୍ଦ୍ର ନାଗ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ l କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ପିଏ ଆଇଟି ଡିଏ ଫୁଲବାଣୀ ଗଦାଧର ପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପିଏ ଆଇଟିଡିଏ ବାଲିଗୁଡାର କୃପାସିନ୍ଧୁ ବେହେରା ଯୋଗ ଦେଇଥିଲେ l ସେହିପରି ସଂମ୍ମାନିତ ଅତିଥି ଭାବେ ବାଲିଗୁଡା ମାନ୍ୟବର ବିଧାୟକ ଚକ୍ରମଣି କହଁର ଙ୍କ ପ୍ରତିନିଧି ସହଦେବ ପାତ୍ର ଶ୍ରୀମତୀ ରଶ୍ମିତା ମହାନନ୍ଦ, ସହ ନିର୍ଦେଶକ ଅଭିଯୋଜକ ନିର୍ଦେଶାଳୟ କନ୍ଧମାଳ,ବୌଦ୍ଧ ଜିଲ୍ଲା ଅନୁସୂଚିତ ଜାତି ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ସଭାପତି ନଵ କିଶୋର ଦୀପ,ବ୍ରାହ୍ମଣ ସାମାଜର କାର୍ଯ୍ୟକାରୀ ସଭାପତି ସର୍ବେଶ୍ଵର ମିଶ୍ର,ବରିଷ୍ଠ ସାମ୍ବାଦିକ ତଥା ଅନ୍ତର୍ଜାତୀକ ସଂସ୍ଥା ଭଏସ ଅଫ ମିଡ଼ିଆର ସଭାପତି ଶିବାନନ୍ଦ ପଟ୍ଟନାୟକ, କ୍ଷିପ୍ର ନ୍ୟାୟିକ ସଙ୍ଘ ସଭାପତି ସନ୍ତୋଷ କୁମାର ଦିଗାଲ, ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ବ୍ରଜ ବିହାରୀ ନନ୍ଦ, ମିଡ଼ିଆ ଫୋରମର ସଭାପତି ଡ଼ଃ ସୂର୍ଯ୍ୟ ନାରାୟଣ ବେହେରା, ଆଇନ ପରାମର୍ଶ ଦାତା ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ପଣ୍ଡା, ଆଂବେଦକର ସ୍ମୃତି କମିଟି କନ୍ଧମାଲ ର ମୁଖ୍ୟ ସଂଯୋଜକ ବିରେନ୍ଦ୍ର କହଁର ପ୍ରମୁଖ ମଞ୍ଚାସିନ ହୋଇ ଡ଼ଃ ଭୀମ ରାଓ ରାମୋଜୀ ଆମ୍ବେଦକରଙ୍କ ସ୍ମୃତି ଉଚ୍ଚାରଣ କରିଥିଲେ I ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ମନ୍ଦିରର ପୂଜକ ମାନଙ୍କୁ ଏବଂ ସମାଜ ସଭାପତି,ପୌର ପରିଷଦର ସଫେଇ କର୍ମଚାରୀ ପ୍ରମୋଦିନ ବେହେରା,ମାନିନୀ ମୁଖି, ରୁନି ମୁଖି,ଚମ୍ପେଶ୍ୱରୀ ମେଘିଆ, ଅଞ୍ଜନ ରାଣୀ ମୁଖି, ଜନକେଶ୍ବରୀ ମୁଖି,ସମାଜ ସେବୀ ଅକ୍ଷୟ ନାୟକ,ମୂର୍ତ୍ତି ଶିଳ୍ପୀ ନିର୍ମଳ ବେହେରା ଓ ଶାନ୍ତୁନୁ ପାତ୍ର, ଦେହାନ୍ତ ହୋଇଥିବା ସଙ୍ଘ ପ୍ରତିଷ୍ଠାତା ସଦସ୍ୟ ଯଥା ସ୍ବର୍ଗତ ମେନେକା ପ୍ରଧାନ, ବସନ୍ତ ସାହାଣୀ,ତ୍ରିନାଥ ବେହେରା ଓ ଶ୍ଵେତାବନ ପୂଜାରଙ୍କ ପରିବାର ସଦସ୍ୟଙ୍କୁ ଅତିଥିଙ୍କ ଦ୍ୱାରା ପୁଷ୍ପ ଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନାକରାଯାଇଥିବା ଦେଖିବାକୁ ମିଳିଥିଲା l କାର୍ଯ୍ୟକ୍ରମର ଆୟୋଜକ, ଜାଗ୍ରତ କନ୍ଧମାଳର ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବି ସତ୍ୟ ନାରାୟଣ ବେହେରାଙ୍କ ସମେତ କମିଟି ସଦସ୍ୟ ଉମାଚାରଣ ମୁଖି, ତ୍ରିନାଥ ବେହେରା, ପୂର୍ବତନ ଖଜୁରୀପଡା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁରଙ୍କ, ପ୍ରବୀଣ ନାୟକ, ସରୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ପ୍ରକାଶଥାଉକି ଏହି ସଙ୍ଘବିଭିନ୍ନ ସମୟରେ ଜିଲ୍ଲା ବାସୀଙ୍କ ଅତ୍ୟାବସିକ ଦାବୀ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିଆସୁଛି । କେତେବେଳେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କ ଅଧିକାର ପାଇଁତ କେତବେଳେ ପଛୁଆବର୍ଗ, ଓବିସି ଏବଂ ସଂଖ୍ୟାଲଘୁ ଏବଂ କଳାକାରଙ୍କ ପାଇଁ ଦାବୀ କରି ଆସିଛି । ସେହିପରି ବିଭିନ୍ନ ମନ୍ଦିର, ମଠ, ଠାକୁରାଣୀ ପୀଠ, ଗ୍ରାମ ଦେବତୀ ଙ୍କ ପୀଠ, ପୂଜା ସୁଳୀ, ମନ୍ଦିର ମାନଙ୍କରେ ପୂଜାକରି ସେବା ଯୋଗାଇ ଆସୁଥିବା ପୁଜକ ମାନଙ୍କ ଅଧିକାର ନିମନ୍ତେ ଗତ ତା୧୩.୦୯.୨୦୨୫ ରିଖ କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ ଉପସ୍ଥାପନା କରିଅଛି ।ସେହି ଦାବୀ ଗୁଡ଼ିକ ହେଲାପୂଜକ ମାନଙ୍କ ନିମନ୍ତେ ଏକ ଯୋଜନା କରାଯାଉ ଏହାକୁ ଆଶିର୍ବାଦ ଯୋଜନା ନାମରେ ନାମିତ୍ତ କରାଯାଉ । ମାସିକ ୫,୦୦୦ ଟଙ୍କା (ପାଞ୍ଚ ହଜାର) ପାରିଶ୍ରମିକ ବାବଦରେ ପ୍ରଦାନ କରାଯାଉ।୫ଲକ୍ଷର ଜୀବନ ବୀମା କରାଯାଉ ।ପୁଅ ଝିଅଙ୍କ ପାଠ ପଢା ଫିସ୍ ଛାଡ କରାଯାଉ ।ଝିଅ ବିବାହ ନିମନ୍ତେ ୧ଲକ୍ଷ ଅନୁକମ୍ପା ରାଶି ପ୍ରଦାନ କରାଯାଉ ।ଭୂମି ହୀନକଙ୍କୁ ହେ ୦.୧୬ ଆର୍ ଘରବାରୀ ପଟ୍ଟା ସହିତ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି ଉପସ୍ଥିତ ସମସ୍ତ ପୂଜକ ମାନଙ୍କୁ କହିଥିଲେ। ମଞ୍ଚକୁ ସାମ୍ବାଦିକ ଅଶୋକ ମହାନ୍ତି ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *