ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ ବି. ଆର୍. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳନ

ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ସମସ୍ତ ରେଳମଣ୍ଡଳରେ ଭାରତରତ୍ନ ଡ଼ଃ ବି. ଆର୍. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଶ୍ରଦ୍ଧାଭାବ ଓ ସମ୍ମାନ ସହ ପାଳିତ ହୋଇଥିଲା | ସମ୍ବିଧାନର ପ୍ରଣେତା ଡ଼ଃ ଆମ୍ବେଦକରଙ୍କ ସାମାଜିକ ନ୍ୟାୟ, ସମାନତା ଓ ଦୁର୍ବଳ ଶ୍ରେଣୀଙ୍କ ସଶକ୍ତିକରଣ ପାଇଁ ତାଙ୍କର ଅପୂର୍ବ ଅବଦାନକୁ ଗଭୀର ଶ୍ରଦ୍ଧା ସହ ସ୍ମରଣ କରାଯାଇଥିଲା |ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ଭୁବନେଶ୍ୱରର ରେଳ ସଦନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଠାରେ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଡକ୍ଟର ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ ଆମ୍ବେଦକରଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ

କରିଥିଲେ ଏବଂ ଡ଼ଃ ଆମ୍ବେଦକରଙ୍କ ଆଦର୍ଶ ଓ ଦେଶଗଠନରେ ତାଙ୍କ ଅମର ଅବଦାନକୁ ପୁନଃସ୍ମରଣ କରିଥିଲେ |ପୂର୍ବତଟ ରେଳପଥର ସମସ୍ତ ଡିଭିଜନ ସହିତ ବିଭିନ୍ନ ରେଳ ପ୍ରତିଷ୍ଠାନ, କାର୍ଯ୍ୟାଳୟ ଏବଂ ଷ୍ଟେସନରେ ମଧ୍ୟ ମହାପରିନିର୍ବାଣ ଦିବସ ପାଳନ କରାଯାଇଥିଲା। ଅଧିକାରୀ ଏବଂ କର୍ମଚାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ଡକ୍ଟର ଆମ୍ବେଦକରଙ୍କ ଶିକ୍ଷା ଦ୍ୱାରା ଅନୁପ୍ରାଣିତ ସାମ୍ବିଧାନିକ ମୂଲ୍ୟବୋଧ, ସାମାଜିକ ସଦଦ୍ଭାବ ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃନିର୍ବାଣ କରିଥିଲେ।

Leave a Reply

Your email address will not be published. Required fields are marked *