ଆନ୍ତର୍ଯ୍ୟାତିକ ମାନବାଧିକାର ଦିବସ

ଆନ୍ତର୍ଯ୍ୟାତିକ ମାନବାଧିକାର ଦିବସ ସମାରୋହରେ ଯୋଗଦାନ କଲେ ଅନୁଗୁଳ ଜିଲ୍ଲାର ଶତ୍ରୁଘ୍ନ ଏବଂ ବିନୟ , ଆଠମଲ୍ଲିକ ତା 11/12/25- ଆନ୍ତର୍ଯ୍ୟାତିକ ମାନବାଧିକାର ଦିବସ ଉପଲକ୍ଷେ ରାଜଗାଙ୍ଗପୁର ଠାରେ ଭାରତୀୟ ମାନବାଧିକାର ପରିଷଦ ଦ୍ୱାରା ଆୟୋଜିତ ସମାରୋହରେ ଅନୁଗୁଳ ଜିଲ୍ଲା ମାନବାଧିକାର ସଭାପତି ଡ଼ଃ ଶତ୍ରୁଘ୍ନ ସାହୁ ଏବଂ ଅନୁଗୁଳ ଜିଲ୍ଲା ସଭାପତି (ସାମାଜିକ ସୁରକ୍ଷା ) ବିନୟ କୁମାର ପଟ୍ଟନାୟକ ଯୋଗଦାନ କରିଥିଲେ l ଏହି ଅବସରରେ ଏକ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା ର ଆୟୋଜନ କରାଯାଇଥିଲା l ଏହି ଲାର୍ମଶାଳାରେ ମୁଖ୍ୟ ଅତିଥି ଭାବେ ରାଜଗାଙ୍ଗପୁର ପୌର ପରିଷଦ ଉପ ନଗରପାଳ ମହମ୍ମଦ ଇରଫାନ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ଼ଃ ଜଗଦିଶ ଟପ୍ପୋ, ଡ଼ଃ ଉମେଶ ଚନ୍ଦ୍ର ଗୁରୁ, ସବିତା ପଣ୍ଡା, ଡ଼ଃ ଦିବ୍ୟଲୋଚନ ଓରାମ, ଅନୁଗୁଳ ଜିଲ୍ଲା ସଭାପତି ଶତ୍ରୁଘ୍ନ ସାହୁ, ବିନୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ କର୍ମଶାଳା ଉଦଘାଟନ କରିଥିଲେ l ସୁନ୍ଦରଗଡ଼ ମାନବାଧିକାର ଜିଲ୍ଲା ସଭାପତି ଦେବେନ୍ଦ୍ର ନାଥ ସାହୁ ସଭାପତିତ୍ୱ କରିଥଲେ ଏବଂ ସଭାପତି (ସାମାଜିକ ସୁରକ୍ଷା ) ଅର୍ସାଦ ଅହମ୍ମଦ ମଞ୍ଚ ପରିଚାଳନା କରିଥିଲେ l ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ନହେଲେ ଆଗକୁ ବହୁ ବିପଦର ସାମ୍ନା କରିବାକୁ ପଡିବ ତେଣୁ ଆଗରୁ ସାବଧାନ ହେବା ସହିତ ନିୟମିତ ବ୍ୟାୟାମ କରିବା, ସୁଷମ ଖାଦ୍ୟ ଖାଇବା, ସଠିକ ଢଙ୍ଗରେ ପାଣି ପିଇବା ଓ ସଠିକ ସମୟରେ ଶୋଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ l ଭାରତୀୟ ମାନବାଧିକାର ପରିଷଦ ବିପଦ ସମୟରେ ଲୋକଙ୍କ ପାଖରେ ଛିଡ଼ାହୋଇ ସାହାଯ୍ୟ ର ହାତ ବଢ଼ାଉଥିବାରୁ ମୁଖ୍ୟ ଅତିଥି ସାଧୁବାଦ ଜଣାଇଥିଲେ l

Leave a Reply

Your email address will not be published. Required fields are marked *