କେନ୍ଦ୍ର ସରକାରଙ୍କ ଲୋକାଭିମୁଖ ଆଇନୀ ଓ ସୁପ୍ରଶାସନ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି

ବ୍ୟାସନଗର ଟାଉନ ହଲରେ ମଦନମୋହନ ସ୍ୱାଇଁ ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଲୋକାଭିମୁଖ ଆଇନୀ ଓ ସୁପ୍ରଶାସନ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି l ଆଜି ଫାଉଣ୍ଡେସନର ଅଧ୍ୟକ୍ଷ ମହାମାୟୀ ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ହାଇକୋର୍ଟର ବରିଷ୍ଠ ଆଇନୀଜୀବୀ ବିଭୁ ପ୍ରସାଦ ତ୍ରିପାଠୀ, ଅବସରପ୍ରାପ୍ତ IAS ଅଧିକାରୀ ପ୍ରଦୀପ କୁମାର ବିଶ୍ୱାଳ, ବରିଷ୍ଠ ଆଇନୀଜୀବୀ ଚନ୍ଦ୍ରଶେଖର ପଣ୍ଡା, ବିବେକାନନ୍ଦ ମହାନ୍ତି ଓ ଷ୍ଟେଟ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଜ୍ୟୋତି ଶଙ୍କର ମିଶ୍ର ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଏହି ଅବସରରେ ଉପସ୍ଥିତ ଅତିଥି ମାନେ ସାଧାରଣ ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହେଇଥିବା ଲୋକାଭିମୁଖ ଆଇନୀ ଓ ସୁପ୍ରଶାସନ ଉପରେ ଆଲୋଚନା କରିଥିଲେ l ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷକୁ ସମ୍ବର୍ଦ୍ଧନା କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ଆଇନୀଜୀବୀ, ବୃଦ୍ଧିଜୀବି, ସମାଜସେବୀ ଓ ସାମ୍ବାଦିକ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *