ପୁରୀ ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ଏକ ଅଭିନବ ପ୍ରୟାସ

DRDA ସଭା ଗୃହରେ ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ (DHH), ରୋଗୀ ସେବାକୁ ଉନ୍ନତ କରିବା ପାଇଁ ଏକ *ଅଭିନବ ପ୍ରୟାସ* ସ୍ୱରୂପ ବାହ୍ୟ ରୋଗୀ ମାନଙ୍କ ପଞ୍ଜୀକରଣ ନିମନ୍ତେ ଏକ ମୋବାଇଲ୍ ଭିତ୍ତିକ ଆପ୍ *ତୁରନ୍ତ* ନାମରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ଦ୍ଵାରା ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମ ରେ ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ, ଡିଏସଡବ୍ଲୁଓ ତନୁପ୍ରଭା ବେଉରା,ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।ଏହା ଗୋଟିଏ ଡିଜିଟାଲ ସମାଧାନ, ଯାହା ରୋଗୀଙ୍କ ପଞ୍ଜିକରଣକୁ ସହଜ କରିବା ସହିତ ସୁଚିନ୍ତିତ ଓ ଶୃଙ୍ଖଳାବଦ୍ଧ କ୍ୟୁ ପରିଚାଳନାକୁ ସୁନିଶ୍ଚିତ କରିବାରେ ସହଯୋଗ କରିବ। ଏହି *ତୁରନ୍ତ* 5eCare ଆପ ମାଧ୍ୟମରେ ଜନସାଧାରଣ ଘରେ ବସି ବିନା ବଧାରେ OPD ଟିକେଟ କରିପାରିବେ ଓ ଏହା ଗୁଗୁଲ play store ରେ ଉପଲବ୍ଧ। ଆଗଭଳି ଲମ୍ବା ଲାଇନ ରେ ଛିଡ଼ା ହବାକୁ ପଡିବ ନାହିଁ। ଏହି ଶୁଭାରମ୍ଭ କାର୍ଯକ୍ରମରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସ୍ବାସ୍ଥ୍ୟ ବିଭାଗର ସମସ୍ତ ପଦାଧିକାରୀ ତଥା ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ। ଏହା ସହିତ ଜିଲ୍ଲାପାଳ ସ୍ବାସ୍ଥ୍ୟ ବିଭାଗର ସମସ୍ତ କାର୍ଯକ୍ରମକୁ ସମୀକ୍ଷା କରି ଥିଲେ।ତୁରନ୍ତ ଆପ ର ପ୍ରମୁଖ ବିଶେଷତା:• ସହଜ ପଞ୍ଜିକରଣ: DHH, ପୁରୀକୁ ଆସୁଥିବା ରୋଗୀମାନେ ବର୍ତ୍ତମାନ ସହଜରେ ପଞ୍ଜିକରଣ କରିପାରିବେ, ଯାହା ଅପେକ୍ଷା ସମୟ ଓ କାଗଜପତ୍ର ବ୍ୟାବହାରକୁ କମାଇବ।

1. କ୍ୟୁ ପରିଚାଳନା: ଏହି ପ୍ଲାଟଫର୍ମ ଶୃଙ୍ଖଳାବଦ୍ଧ ଓ ସ୍ୱଚ୍ଛ କ୍ୟୁ ପରିଚାଳନାକୁ ସୁନିଶ୍ଚିତ କରି, ରୋଗୀଙ୍କ ଅନୁଭବ ଓ ହସ୍ପିଟାଲର କାର୍ଯ୍ୟକୁଶଳତାକୁ ଉନ୍ନତ କରିବ।2. ଡିଜିଟାଲ ପରିବର୍ତ୍ତନ: ଏହି ପଦକ୍ଷେପ ଭଲ ସ୍ୱାସ୍ଥ୍ୟ ପ୍ରଶାସନ ଓ ସେବା ପ୍ରଦାନ ପାଇଁ ପ୍ରଯୁକ୍ତିକୁ ଅଙ୍ଗୀକାର କରିବାରେ ଗୋଟିଏ ଅଗ୍ରଗତି।3.ତୁରନ୍ତ ଆପ ର ଆରମ୍ଭ ରୋଗୀଙ୍କ ସୁବିଧାକୁ ବୃଦ୍ଧି କରିବା ସହିତ ହସ୍ପିଟାଲର କାର୍ଯ୍ୟଶୃଙ୍ଖଳା ଓ ସେବା ଗୁଣତାକୁ ଉନ୍ନତ କରିବ।ଜିଲାପାଳ ଙ୍କ ଏହି ଅଭିନବ ପ୍ରୟାସକୁ ସମସ୍ତ ସ୍ୱାସ୍ଥ୍ୟ ବିଭାଗ ର ସମସ୍ତ କର୍ମଚାରୀ ପ୍ରସଂଶା କରିଥିଲେ lଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ, ପୁରୀ ଜନ ସାଧାରଣଙ୍କ ପାଇଁ ସୁଲଭ, କାର୍ଯ୍ୟକୁଶଳ ଓ ରୋଗୀ-ସହଜ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ପ୍ରତିବଦ୍ଧ ରହିଛି।

Leave a Reply

Your email address will not be published. Required fields are marked *