ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ହସ୍ତଶିଳ୍ପ ପୁରସ୍କାର ଗ୍ରହଣ କଲେ ବ୍ରହ୍ମାନନ୍ଦ

ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ହସ୍ତଶିଳ୍ପ ପୁରସ୍କାର ଗ୍ରହଣ କଲେ ବ୍ରହ୍ମାନନ୍ଦ!
ଧର୍ମଶାଳା – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ଅନ୍ତର୍ଗତ ସୁଭଦ୍ରାପୁର ଗ୍ରାମର ପ୍ରସ୍ତରଶିଳ୍ପୀ ବ୍ରହ୍ମାନନ୍ଦ ମହାରଣା ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୁର୍ମୁଙ୍କ ଠାରୁ ଜାତୀୟ ହସ୍ତଶିଳ୍ପ ପୁରସ୍କାର ସହ ଦୁଇଲକ୍ଷ ଟଙ୍କାର ଅର୍ଥରାଶି ସହ ତାମ୍ରଫଳକ ଗ୍ରହଣ କଲାପରେ ଓଡିଶା ଆୱାଡି ଆସୋସିଏସନ ପକ୍ଷରୁ ସୁଭଦ୍ରାପୁର ଗ୍ରାମର ଶ୍ରୀରାମ ଆର୍ଟ ଆଣ୍ଡ କ୍ରାଫ୍ଟ କାର୍ଯ୍ୟାଳୟ ପରିସରରେ ଜାତୀୟ ହସ୍ତଶିଳ୍ପ ପୁରସ୍କାର ବିଜେତା ଶ୍ରୀ ବ୍ରହ୍ମାନନ୍ଦ ମହାରଣାଙ୍କୁ ସମ୍ବୋଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଆସୋସିଏସନର ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରସ୍ତରଶିଳ୍ପୀ ସମଜସେବୀ ତଥା ରାଜ୍ୟ ଆୱାଡି ଆସୋସିଏସନର ଉପସଭାପତି ବ୍ରହ୍ମାନନ୍ଦଙ୍କ ଗୁରୁ ମହେଶ୍ୱର ଓଝା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାଗ୍ୟଧର ମହାରଣା,ବିଷ୍ଣୁ ଖୁଣ୍ଟିଆ,ଶୁରେସ ଗୁଇଁ,ଖିରୋଦ ମହାରଣା ପ୍ରଦିପ ମହାରଣା ଓ ଜିଲ୍ଲା ଆସୋସିଏସନ ଶାଖା ସଭାପତି ଅନନ୍ତ ମହାରଣା,ପ୍ରଫୁଲ୍ଲ ମହାରଣା, ଅବସରପ୍ରାପ୍ତ ପ୍ରତିଷ୍ଠାନ ଅଧିକାରୀ ଲକ୍ଷ୍ମୀଧର ବେହେରା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ମହାରଣାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ସୁଚନା ମୁତାବକ ୨୦୨୩ ମସିହାରେ ବ୍ରହ୍ମାନନ୍ଦ ଯୋଗେଶ୍ୱର କୃଷ୍ଣ ମୂର୍ତ୍ତୀ ଗଢି ୨୧ରାଜ୍ୟର ପ୍ରସ୍ତର ଶିଳ୍ପୀଙ୍କୁ ପଛରେ ପକାଇ ଜାତୀୟ ପୁରସ୍କାର ପାଇଁ ମନୋନିତ ହୋଇଥିଲେ।ପୂର୍ବୋକ୍ତ ମନୋନୟନ ଅନୁସାରେ ବ୍ରହ୍ମାନନ୍ଦ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ୨୦୨୫ବର୍ଷର ଶ୍ରେଷ୍ଟ ପ୍ରସ୍ତର ଶିଳ୍ପୀ ଭାବେ ସମ୍ମାନିତ ହୋଇଥିଲେ।ଆଜିର ସମ୍ବର୍ଦ୍ଧନା ଉତ୍ସବରେ ଗ୍ରାମବାସିଙ୍କ ମଧ୍ୟରେ ୱାଡ୍ ସଭ୍ୟ ପ୍ରମୋଦ ପୃଷ୍ଟି,ପର୍ଶୁରାମ ସାହୁ, ଚିନ୍ମୟ ପୃଷ୍ଟି,ଅଭୟ ସାହୁ,ନରହରି ସ୍ୱାଇଁ ସୁଦିପ୍ତ ମହାପାତ୍ର,ପ୍ରିୟକାନ୍ତ ନାୟକ, ବେଣୁଧର ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶ୍ରୀ ମହାରଣାଙ୍କୁ ସୁଭେଛା ଓ ଅଭିନନ୍ଦନ ଜଣାଇଥିଲେ।ଶ୍ରୀ ମହାରଣାଙ୍କ ଏଭଳି ସଫଳତା ପାଇଁ କଟକ ହସ୍ତଶିଳ୍ପ ସହକାରୀ ନିର୍ଦ୍ଧେଶକ ପ୍ରକାଶ ଚନ୍ଦ୍ର ମହାନ୍ତି ଟୁଇଟ୍ ମଧ୍ୟମରେ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *