ବସୁଧା ପାଣି ଫେଲ୍ ପାନୀୟ ଜଳ ରୁ ବଞ୍ଚିତ ରସବେରୁଆ ଗ୍ରାମ ଶାସନ : ପାଣି ପାଇଁ ଲୋକ ହନ୍ତସନ୍ତ

ବସୁଧା ପାଣି ଫେଲ୍ ପାନୀୟ ଜଳ ରୁ ବଞ୍ଚିତ ରସବେରୁଆ ଗ୍ରାମ ଶାସନ : ପାଣି ପାଇଁ ଲୋକ ହନ୍ତସନ୍ତ

ତିର୍ତ୍ତୋଲ : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଂଚାୟତରେ ବସୁଧା ଯୋଜନାରେ ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ ରେ ସମସ୍ୟା ସୃଷ୍ଟି ହେଵା ଫଳରେ ଲୋକମାନେ ପାଣି ପାଇଁ ହନ୍ତସନ୍ତ ହେଉଥିବାର ଖବର ମିଳିଛି। ଗରାମ ପଂଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ତୁଳଙ୍ଗ ଗ୍ରାମର ଦିଗୀ ପଡିଆ ଠାରେ ପାନୀୟ ଜଳ ବିଭାଗ ତରଫରୁ ପନ୍ଦର ଅଶ୍ୱ ଶକ୍ତି ବିଶିଷ୍ଟ ଏକ ପମ୍ପ ହାଉସ ରହିଅଛି। ଏହି ପମ୍ପ ଦ୍ୱାରା ଭୁତଳ ଜଳ ସଂଗ୍ରହ କରାଯାଇ ତୁଳଙ୍ଗ ପଂଚାୟତର ପାଞ୍ଚୋଟି ରାଜସ୍ବ ଗ୍ରାମ ଓ ଗରାମ ପଂଚାୟତର ଛଅ ଟି ରାଜସ୍ବ ଗ୍ରାମକୁ ପାନୀୟଜଳ ଯୋଗାଣ କରାଯାଇଥାଏ। ଏହି ପାନୀୟଜଳ ଉପରେ ଶତାଧିକ ଗ୍ରାମବାସୀ ନିର୍ଭର କରିଥାନ୍ତି.। ବିଭିନ୍ନ ଗ୍ରାମରେ ଏହି ପାନୀୟ ଜଳ ଲୋକମାନେ ବ୍ୟବହାର କରିବାପାଇଁ ଷ୍ଟାଣ୍ଡ ପୋଷ୍ଟ ମାନ ରହିଅଛି। ମାତ୍ର ଏହିସବୁ ଷ୍ଟାଣ୍ଡପୋଷ୍ଟ ରୁ ବହୁତ କମ ପାଣି ଆସୁଥିବାରୁ ଲୋକମାନେ ଯଥେଷ୍ଟ ପରିମାଣରେ ଜଳ ପାଇପାରୁନାହାନ୍ତି। ଲୋକମାନଙ୍କୁ ସ୍ଵଛ ଓ ସୁରକ୍ଷିତ ପାନୀୟଜଳ ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରିଥିଲେ ମଧ୍ୟ ଜନସାଧାରଣ ମାନେ ସୁବିଧାରେ ଯଥେଷ୍ଟ ପାନୀୟଜଳ ପାଇପାରୁ ନାହାଁନ୍ତି।ଗରାମ ପଂଚାୟତର ରାସବେରୁଆଁ ଗାଁ ରେ ଏହାର ବିକଳ ଚିତ୍ର ଦେଖିବାକୁ ମିଳିଛି। ଏହି ଗ୍ରାମରେ ରହିଥିବା ପାଣି ଷ୍ଟାଣ୍ଡରୁ ଅତି ଅଳ୍ପ ପରିମାଣର ପାଣି ବାହାରୁଥିବାରୁ ଲୋକମାନେ ପାଣିପାଇଁ ହନ୍ତସନ୍ତ ହେଉଛନ୍ତି। ଏହି ପଂଚାୟତର ଆଲପୁର, ବନଦୁର୍ଗା, ବ୍ରହ୍ମପୁର, କରସାହି ଓ ସାହୁପଡ଼ା ଇତ୍ୟାଦି ଅଂଚଳରେ ଯଥେଷ୍ଟ ପରିମାଣରେ ପାନୀୟଜଳ ଯୋଗାଣ ହେଉନଥିବା କାରଣରୁ ମହିଳା ଓ ସ୍କୁଲ ଛାତ୍ର ଛାତ୍ରୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ଦୁଇଶହ ପଚାଶ ରୁ ଉର୍ଦ୍ଧ୍ୱ ଘର ର ସଦସ୍ୟ ମାନେ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାବ୍ୟତୀତ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ବସଷଯାଇଥିବା ବାସଯାଇଥିବା ଟ୍ୟୁବ ୱେଲ ରୁ ମଧ୍ୟ ଯଥେଷ୍ଟ ପାଣି ନ ଆସିବା କାରଣରୁ ମହିଳା ମାନେ ପାଣି ଟୋପେ ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରୁଥିବାର ଜଣାପଡିଛି। ସରକାର ଗ୍ରାମାଞ୍ଚଳକୁ ସୁବିଧାରେ ପାନୀୟ ଜଳ ଯୋଗାଣ ନିମନ୍ତେ କରିଥିବା ଯୋଜନା ବସୁଧା ଏହି ଅଂଚଳରେ ପାନୀୟଜଳ ପାଇବାରେ ବାଧା ଦେଉଛି ବୋଲି ଜଣାପଡିଛି। ଏ ସମ୍ପର୍କରେ ପାନୀୟଜଳ ବିଭାଗର କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରୁ ଏପର୍ଯ୍ୟନ୍ତ କିଛି ଅଭିଯୋଗ ଆସିନି ତଥାପି ମୁଁ ଏହି ସମାସ୍ୟକୁ ସମାଧାନ କରିବାକୁ ଚେଷ୍ଟା କରିବି ବୋଲି କହିଥିଲେ। ଅପରପଟେ ସ୍ଥାନୀୟ ଲୋକମାନେ ବିଭାଗର ଅବହେଳା କାରଣରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ମତ ଦେଇଛନ୍ତି। ଏହି ଅଂଚଳରେ ତୁରନ୍ତ ପାନୀୟଜଳ ସୁବିଧାରେ ଯୋଗାଣ କରିବାକୁ ଲୋକମାନେ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *