ଆଚରଣ ଓ ଉଚ୍ଚାରଣ

ଶୀର୍ଷକ _ଆଚରଣ ଓ ଉଚ୍ଚାରଣ


ରୀତାରାଣୀ ଦାଶ
ଶିକ୍ଷୟିତ୍ରୀ
ବାଲେଶ୍ୱର

ଆଚରଣ ଆଉ ଉଚ୍ଚାରଣ ଅଟେ
ସୁନ୍ଦର ଯୋଡିର ଶବ୍ଦ ସମ୍ଭାର
ଉତ୍ତମ ଅଟଇ ସିନା ଆଚରଣ
ମାର୍ଗଦର୍ଶନରେ କରି ନିଜର |

ସଂସ୍କାର ସଂସ୍କୃତି ସୃଜନ କରଇ
କୋମଳ ମଧୁର ବାକ୍ୟ ପ୍ରଦାନୀ
ଇଛାକୃତେ ଶୁଣି ସବୁରି ଗୁହାରୀ
ଉଚ୍ଚ ଚିନ୍ତା ଧାରା ବୁଣି ବଖାଣି |

ପର ଉପକାରେ ଶତତ ଚେଷ୍ଟିତ
ପୋଛିବାକୁ ଲୁହ ଧାର ନୟନୁ
ପୂର୍ଣ୍ଣ ସମର୍ପଣେ ପ୍ରଭୁ ନାରାୟଣେ
ପ୍ରେମ ଶାନ୍ତି ବାଣ୍ଟେ ପ୍ରତିଟି କ୍ଷଣୁ |

ପ୍ରଭାବଶାଳୀ ତ ଅଟେ ଉଚ୍ଚାରଣ
ଖସି ଗଲେ ଥରେ ପାଟିରୁ ସେହି
ବିଭ୍ରାଟ ଘଟଣା ରୂପ କେବେ ନିଏ
ସତର୍କ ରହିବା ବିଧେୟ ଭାଇ |

ଆଚରଣ ଅଟେ ପସନ୍ଦ ଯେ ଏକ
ଦୟା, କ୍ଷମା ଗୁଣ ପାଥେୟ କରି
ସମ୍ମାନ, ସହାନୁଭୂତି, ଆନ୍ତରିକ
ସମ୍ପର୍କରେ ଥାଏ ସବୁ ଆବୋରି |

ସକାରାତ୍ମକ ଚିନ୍ତାରେ ବଢିଲେ ଆଗକୁ
ଆନନ୍ଦ ଉତ୍ସାହେ ମନକୁ କିଣି
ହସ ପରିପୂର୍ଣ୍ଣ ନୂତନ ଦୁନିଆଁ
ଗଢ଼ି ଉଠିବ ରାମ ରାଜ୍ୟ ପୁଣି |

ଆଚରଣ ଆଉ ଉଚ୍ଚାରଣ ବଳେ
ଆବାଳ ବୃଦ୍ଧ ବନିତା ସାହାରା
ପ୍ରତିଟି କ୍ଷେତ୍ରରେ ତ୍ରୁଟି ସଂଶୋଧନ
ଗଢିବା ସଂଯୋଗେ ପ୍ରୀତି ପସରା |

Leave a Reply

Your email address will not be published. Required fields are marked *