ମା କନକଦୁର୍ଗା ଦେବୀଙ୍କ ପଞ୍ଚମ ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ
ଏରସମା :ଜଗତସିଂହପୁର ଜିଲ୍ଲା ଅଧିନ ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ କଙ୍କରଦିଆ ଗ୍ରାମ ୧୦ ନଂ ୱାର୍ଡର ଥିବା ଗ୍ରାମ ଦେବତୀ ମା କନକଦୁର୍ଗା ଦେବୀଙ୍କ ପଞ୍ଚମ ବାର୍ଷିକ ଜନ୍ମ ଉତ୍ସବ ୧୩ ତରିଖ ଓ ୧୪ ତାରିଖ ୨ ଦିନ ବ୍ୟାପି ମହାଆଡମ୍ବରରେ ପାଳନ କରାଯାଇଛି।ପ୍ରଥମାହ୍ନରେ ପ୍ରଭାତରେ ଯଥାବିଧି ପୂର୍ବକ ମା,ଙ୍କର ପୂଜାର୍ଚ୍ଚନା କରାଯାଇ ମା କନକଦୁର୍ଗା ଦେବୀଙ୍କ ମଣ୍ଡପ ପାଖରେ ବହୁ ସଂଖ୍ୟକ ଭକ୍ତ ଶ୍ରଦ୍ଧାଳୁ ମାନେ ହରିନାମ ସଂକିର୍ତ୍ତନ ଘଣ୍ଟ ଘଣ୍ଟି ହୁଳହୁଳି ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଇ ଲୁଣାନଦୀ ନିକଟକୁ ଯାଇଥିଲେ। ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଇଥିଲା କର୍ତ୍ତା ପ୍ରମୋଦ ନାୟକ ଓ ତାଙ୍କ ଧର୍ମପତ୍ନୀ ଭାରତୀ ନାୟକ କଳସ ପୂଜାର୍ଚ୍ଚନା ସାରି କଳସରେ ଜଳ ଆଣି ମା,ଙ୍କର କଳସ ସ୍ଥାପନା କରିସାରିବା ପରେ ପୂଜକଙ୍କ ଦ୍ୱାରା ମା,ଙ୍କର ସୋଡଷ ପୂଜା,ଚଣ୍ଡୀ ପାଠ, ଧରିତ୍ରୀ ପୂଜା, ଗୋ ପୂଜା,ସୂର୍ଯ୍ୟନାୟଣଙ୍କ ପୂଜା ସହିତ ମା,ଙ୍କର ହୁମ ଘୃତହାହୁତି କରାଯାଇଛି ଏବଂ ମା କନକଦୁର୍ଗାଙ୍କ ବାର୍ଷିକ ଉତ୍ସବ କଙ୍କରଦିଆ ର ଲୋକମାନେ ଖୁବ୍ ଶ୍ରଦ୍ଧା ଓ ନିଷ୍ଠାର ସହିତ ପାଳନ କରିଥିଲେ ସସସ୍ତେ

ଅରୁଆ ଖାଇବା ସହିତ ମା,ଙ୍କର ଏ ପର୍ବରେ ସାମିଲ ହେଇଥିଲେ ଏତି ସହିତ ମା,ଙ୍କ ପାଖରେ ହିରିନାମ ସଂକିର୍ତ୍ତନ ଦିନସାରା ନିଷ୍ଠାପୂର୍ବକ ଚାଲିଥିଲା ଓ ରାତ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।ମୁରବି ଅଜ୍ଜୁନା ନାୟକ,ଗୁଣ୍ଡିଚା ନାୟକ,ନିଶା ମହାପାତ୍ର,ପଞ୍ଚୁ ମହାପାତ୍ର,ଗୋବିନ୍ଦ ନାୟକ,ଲକ୍ଷ୍ମୀଧର ପ୍ରଧାନ,ପ୍ରକାଶ ନାୟକ,କୁନା ନାୟକ,ନିର ସାହୁଙ୍କ ସମେତ କଙ୍କରଦିଆ ର ସମସ୍ତ ଯୁବକ ଯୁବତୀ ଓ ଶ୍ରଦ୍ଧାଳୁଙ୍କ ସହଯୋଗରେ ମା କନକଦୁର୍ଗାର ବାର୍ଷିକ ଉତ୍ସବ ଶାନ୍ତି ଶୃଙ୍ଖାଳାରେ ସମ୍ଫନ୍ନ କରାଯାଇଥିଲା l
