ରଘୁନାଥପୁର ଠାରେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୮ତମ ସତସଂଙ୍ଗ ଉତ୍ସବ।

ରଘୁନାଥପୁର ତା ୧୩/୧୨:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସତସଂଙ୍ଗ କେନ୍ଦ୍ରର ପକ୍ଷରୁ ସ୍ଥାନୀୟ ମଦନମୋହନ ମଠ ପ୍ରାଙ୍ଗଣରେ ଶନିବାର ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ ତମ ଆବିର୍ଭାବ ଉହତ୍ସବ ଓ ରଘୁନାଥପୁର ସତସଂଙ୍ଗ କେନ୍ଦ୍ରର ବାର୍ଷିକ ଉଦବୋଧନୀ ସୣତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପରମପ୍ରେମୟ ଶ୍ରୀଶ୍ରୀ ଆଚାର୍ଯ୍ୟ ଦେବଙ୍କ ଅମିୟ ଆଶିଷ ବହନକରି ଦିବସବ୍ୟାପି ପ୍ରାତହଃ ରୁ ପ୍ରଭାତ ଫେରି ସକାଳ ପ୍ରାର୍ଥନା ସହିତ ସହଗ୍ରନ୍ଥପଠନ କରାଯାଇଥିଲା।ସତସଙ୍ଗ କେନ୍ଦ୍ରଠାରୁ ଉତ୍ସବମଣ୍ଡପ ପର୍ଯ୍ୟନ୍ତ ଏକ ବିରାଟ ପଟୁଆର ରେ ଶ୍ରୀ ଶ୍ରୀ ଠାକୁରଙ୍କୁ ଅଣାଯାଇ ସ.ପ୍ର. ଋତିକ୍ ଡ.ନଗେନ୍ଦ୍ର ନାଥ ସ୍ବାଇଁ ଙ୍କ ପୈରାହତ୍ୟରେ ସତସଂଙ୍ଗ ସଭାଆରମ୍ଭ କରାଯାଇଥିଲା।ଏଥର ମୁଖ୍ୟ ଅତିଥି ଭାବେ ସ.ପ୍ର.ଋତିକ୍ ଗୋବିନ୍ଦ୍ର ଭାୟା ଯୋଗଦେଇ ଠାକୁରଙ୍କ ଭାବଧାରା ଉପରେ ଆଲୋକପାତ କରିଥିଲେ।ମୁଖ୍ୟବକ୍ତା ସ.ପ୍ର. ଋତିକ୍ ନନ୍ଦଦୁଲାର ଦାସ ଯୋଗଦେଇ କହିଥିଲେ ପୁରୁଷୋତ୍ତମ ଙ୍କୁ ଅନ୍ତରସହ ଧରିଚାଲିଲେ ମନୁଷ୍ୟ ପରମପ୍ରାପ୍ତି ଲାଭକରିବା ସହିତ ମନୁଷ୍ୟ ର ଚରିତ୍ର ପରିମାରର୍ଜି ହୋଇଥାଏ।ଏଥିରେ ସ.ପ୍ର.ଋତିକ୍ ବିରେନ୍ଦ୍ର କୁମାର ରାଉତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ରତ୍ନାକର ନାୟକ ଧନ୍ୟବାଦ ଅର୍ପଣ କରି ସତସଙ୍ଗୀ ମାନଙ୍କ କଲ୍ୟାଣ ନିମନ୍ତେ ଧୋନିପ୍ରଦା କରିଥିଲେ।ରଘୁନାଥପୁର ସତସଂଙ୍ଗ କେନ୍ଦ୍ରର ଇନଚାର୍ଜ ନିର୍ମଳ କୁମାର ଜେନା ଙ୍କ ପ୍ରତ୍ୟେକ ତତ୍ବାବଧାନରେ ଏହି ଉତ୍ସବର ସମସ୍ତ ପରିଚାଳନା ସୁଚାରୁରୂପେ ସମାପନହୋଇଥିଲା।

Leave a Reply

Your email address will not be published. Required fields are marked *