ଖଣ୍ଡତଡା ପଞ୍ଚାୟତ ର ବହୁ ଲୋକପ୍ରିୟ ସରପଞ୍ଚ ବିଶ୍ବ ନାଥ ନାୟକ ବିଜେପି ରେ ଯୋଗଦାନ

ଉଚ୍ଛୁଳୁଛି ପଦ୍ମପୋଖରୀ, ଡୁବୁଛି ବିଜେଡି, ଖଣ୍ଡ ତଡା ପଞ୍ଚାୟତ ର ବହୁ ଲୋକପ୍ରିୟ ସରପଞ୍ଚ ବିଶ୍ବ ନାଥ ନାୟକ ବିଜେପି ରେ ଯୋଗଦାନ ଭଦ୍ରକ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଜିଲ୍ଲା ଭଦ୍ରକ ବିଜେପି ସଙ୍ଗଠନ ମଜବୁତ ହୋଇଛି। ଜିଲ୍ଲାର ୭ ବ୍ଳକରୁ ଏବେ ୪ ବ୍ଲକ ଅଧ୍ୟକ୍ଷ ଏବେ ବିଜେପିରେ ମିଶିଯାଇଛନ୍ତି। ଅତିଶୀଘ୍ର ଆଉ ଜଣେ ବ୍ଲକ ଅଧ୍ୟକ୍ଷ ବି ବିଜେପିରେ ମିଶିବାର ସମ୍ଭାବନା ବଢିଛି। ଆଜି ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ୩୦ ସରପଞ୍ଚ, ୩୫ ସମିତି ସଭ୍ୟ ସମେତ ୪ ବ୍ଳକ ଅଧ୍ୟକ୍ଷ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଟୋପି ପିନ୍ଧିବା ପରେ ଭଦ୍ରକ ବିଜେପି ସଙ୍ଗଠନ ଦୃଢ ମଜବୁତ ହୋଇଛି। ବ୍ଲକ ଅଧ୍ୟକ୍ଷ ବିଜେଡି ସମର୍ତିତ ହୋଇ ପୂର୍ବରୁ କାର୍ଯ୍ୟ କରି ଆସୁଥିଲେ। ସରକାର ବଦଳିବା ପରେ ରାଜନୀତି ହଲଚଲ ହୋଇଥିଲା। ତଥାପି ଜିଲ୍ଲାର ୭ ବ୍ଳକରେ ବିଜେଡିର ପତିଆରା ଜାରି ରହିଥିଲା। ଏବେ ଆଉ ସେ କାଟ୍‌ତି ବିଜେଡି ପାଖରେ ରହିବନି। କାରଣ ବ୍ଳକ ଅଧ୍ଯକ୍ଷମାନେ ଏଣିକି ଶାସକ ଦଳର ଇସାରାରେ କାର୍ଯ୍ୟ କରିବେ। ସେମାନଙ୍କୁ ଆଉ ଅନ୍ୟ ଦଳର ସମର୍ଥିତ ପ୍ରତିନିଧିଙ୍କୁ କାମ ଦେବେନି।ସେ ଦୃଷ୍ଟିରୁ ଭଣ୍ଡାରିପୋଖରୀ, ଭଦ୍ରକ ଓ ବାସୁଦେବପୁର ବିଜେପି ସଙ୍ଗଠନ ନିଶ୍ଚିତ ବଢିବ। ଏଥିରେ ସନ୍ଦେହ ନାହିଁ। ବିଶେଷକରି ଏହି ଅଞ୍ଚଳର ପଞ୍ଚାୟତ ପ୍ରତିନିଧିମାନେ ଦଳ ଛାଡ଼ି ପଦ୍ମ ଶିବିରକୁ ଯିବା ସହ ଅନେକ କର୍ମୀଙ୍କୁ ବି ଟାଣିଛନ୍ତି। ଯଦ୍ୱାରା ବିଜେଡି ଗଡ଼ ଦୁର୍ବଳ ସ୍ଥିତିକୁ ଆସିଛି। କୁହାଯାଉଛି, ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ଜିଲ୍ଲାରେ ବିଜେପି ବଢିବା ଶ୍ରେୟ ତାଙ୍କ ପାଖକୁ ନିଶ୍ଚୟ ଯିବ। ବିଜେଡି ଭାଙ୍ଗି ଚୁରମାର ହେବ। ବିଜେପି ଆହୁରି ଅନେକ ନେତା ଓ ପୁରୁଣା କର୍ମୀ ଇସ୍ତଫା ସଙ୍ଗଠନ ବଢିବ।ଅପରପକ୍ଷେ ଭଦ୍ରକ ବିଜେଡି ଗଡ଼ ଭୁଶୁଡ଼ିବା ପରେ ନବୀନ ନିବାସ ସମୀକ୍ଷା କିଛି କାମ ଦେଇନି।

ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲଙ୍କୁ ସଙ୍ଗଠନ ଦାୟିତ୍ଵ ଦେଇଥିବା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଫଳ ଶୂନ ହୋଇଛି ।” ଶ୍ରୀ ସମାଲଙ୍କ ଦୁଇ ପୁଅ ପ୍ରୟାସ କାନ୍ତି ଓ ପ୍ରଣୟ କାନ୍ତି ଆଜି ପଦ୍ମ ଟୋପି ପିନ୍ଧିଛନ୍ତି। ତାଙ୍କ ସମ୍ପର୍କୀୟ ଭଉଣୀ ଭଦ୍ରକ ଅଧ୍ଯକ୍ଷା ଉର୍ମିଳା ନାୟକ ଓଲଟି ଆଜି ଦୋଷ ଲଦିଛନ୍ତି। ଆମେ ଦଳ ଛାଡ଼ିବା ପରେ ଆମ ସହ କେହି ଯୋଗାଯୋଗ କଲେନାହିଁ । ଏଣୁ ଆଜି ବିଜେପିରେ ମିଶୁଛି ବୋଲି ସେ କହିଛନ୍ତି। ଏବେ ବିଜେଡିର ଆରୋପ ପ୍ରତ୍ୟାରୋପ ବଢିଛି। ହେଲେ ତୃଣମୂଳସ୍ତର ନେତା ବଳକୁ ସଜାଡ଼ିବାକୁ କୁ ଧରିଥିବା ବେଳେ ବିଜେପି ଲହରରେ ଏହା ଭାସିଯିବ ବୋଲି କୁହାଯାଉଛି। କାରଣ ଆଜି ମିଶ୍ରଣ ପରେ । ତିହିଡ଼ି, ଚାନ୍ଦବାଲି ଓ ଧାମନଗର ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ସମର୍ଥନରେ ଥିଲେ ଏହି ଅଞ୍ଚଳରୁ ବହୁ ପଞ୍ଚାୟତ ନଜର ଆସୁଛି । ଏଭଳି ଧାରା ଦ୍ବାରା ବିଜେପି ମଜବୁତ ହେବ। ଭଦ୍ରକ ସହର ନିର୍ବାଚନ ମଣ୍ଡଳୀ ବିଜେଡି ଏବେ ସବୁଠୁ ବେଶୀ ଦୁର୍ବଳ ଅବସ୍ଥାକୁ ଆସିଛି। ଭଣ୍ଡାରିପୋଖରୀରେ ବ୍ଲକ ଅଧ୍ୟକ୍ଷ ଇସ୍ତଫା ଦେବା ପରେ ଆଜି ଉପାଧ୍ଯକ୍ଷ ତଥା ପ୍ରଫୁଲ୍ଲ ସାମଲଙ୍କ ସାନ ପୁଅ ବି ପ୍ରଣୟକଷି ବିଜେପିରେ ମିଶିଛନ୍ତି। ଭଣ୍ଡାରିପୋଖରୀ ବାସୀଙ୍କ ସେବା କରି ଆସିଛୁ, ଆଗକୁ କରିବୁ ବୋଲି କହିଛନ୍ତି। ବିଧିବଦ୍ଧ ଭାବେ ବହୁ ପୁରୁଣା ସରପଞ୍ଚ ବିଶ୍ବ ନାଥ ନାୟକ ଖଣ୍ଡତଡ଼ା ପଞ୍ଚାୟତ ର କର୍ମୀ ମାନଙ୍କ ସହିତ ଆଲୋଚନା କରି ବିଜେପି ରେ ଯୋଗଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *