ଉପମୁଖ୍ୟମନ୍ତ୍ରୀଙ୍କ ରାୟଗଡ଼ ଜିଲ୍ଲା ଗସ୍ତ ଓ ବିଭିନ୍ନ ବିଭାଗ ଉପରେ ସମୀକ୍ଷା

ରାୟଗଡ଼ା-୧୫/୧୨-ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସୋମବାର ଦିନିକିଆ ରାୟଗଡ଼ା ଜିଲ୍ଲାଗସ୍ତରେ ଆସି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଯାଉଥିବା ରେଳ ଯାତ୍ରୀଙ୍କୁ ପତାକା ଦେଖାଇ ଶୁଭେଚ୍ଛା ଜଣାଇଥିଲେ l ଏହାପରେ ମା ମାଝୀ ଘାରିଆଣି ମନ୍ଦିରକୁ ଯାଇ ମା’ଙ୍କୁ ଦର୍ଶନ କରିବା ସହିତ ମନ୍ଦିର ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ l ଏହାସହିତ ସ୍ଥାନୀୟ ପ୍ରଦକ୍ଷିଣ ଗୃହରେ ମହିଳା ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି, ପର୍ଯ୍ୟଟନ,ଗ୍ରାମ୍ୟ ନିର୍ମାଣ, ଶିକ୍ଷା,ଶିଶୁ ସୁରକ୍ଷା ଓ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବିଭାଗ ଉପରେ ସମୀକ୍ଷା କରିଥିଲେ l ବିଶେଷ କରି ଅଙ୍ଗନବାଡି କେନ୍ଦ୍ର ଓ ଅପ ପୁଷ୍ଟି ଅଂଚଳରେ ଶିଶୁ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ପଚାରିଥିଲେ l କାଶୀପୁର ଅଂଚଳରେ ଖଣିଜ ପାଣ୍ଠି ଜରିଆରେ ପୁଷ୍ଟିକର ଖାଦ୍ୟ ଦେବାପାଇଁ ପ୍ରୟାସ କରୁଥିବା ମାନ୍ୟବର ମନ୍ତ୍ରୀ ମହୋଦୟlଙ୍କୁ କହିଥିଲେ l

ଜିଲ୍ଲାରେ ମିଶନ ବlଶ୍ଚଲ୍ୟ ସମ୍ପର୍କରେ ପଚାରିଥିଲେ ଏଥି ପାଇଁ ଆହୁରି ପ୍ରଚାର ପ୍ରସାର କରିବାକୁ କହିଥିଲେ l ଏହା ସହିତ ଲକ୍ଷ ପତି ଦିଦି ଓ ସୁଭଦ୍ରା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ l ପର୍ଯ୍ୟଟନ ବିଭାଗ ଉପରେ ଆଲୋଚନା କରି ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରିବାକୁ ପଦ୍ଧକ୍ଷେପ ନେବାକୁ କହିଥିଲେ l ଗ୍ରାମ୍ୟ ନିର୍ମାଣ ବିଭାଗ ଉପରେ ଆଲୋଚନା କରି ଜିଲ୍ଲାର ଗ୍ରାମ୍ୟ ଯୋଗାଯୋଗ ଉପରେ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ l ଏହା ସହିତ ପାନୀୟ ଜଳ, ଧାନ ସଂଗ୍ରହ ଉପରେ ମଧ୍ୟ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ l

Leave a Reply

Your email address will not be published. Required fields are marked *