କନ୍ଧମାଳ ଜିଲ୍ଲାରେ ଓଡ଼ିଶା ସରକାରଙ୍କର ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ।
କନ୍ଧମାଳ,ଫୁଲବାଣୀ,୧୬.୧୨.୨୦୨୫ ଓଡ଼ିଶା ସରକାରଙ୍କର ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ୩ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି । ଏହି ଅବସରରେ ଫିରିଙ୍ଗିଆର ଜୟ ହନୁମାନ ଗୃପ, ମାଶ୍ରିପଡାର ଅଙ୍ଗନବାଡି କେନ୍ଦ୍ର ଓ ମାଶ୍ରିପଡାର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର, ବନ୍ଧଗଡ଼ର କସମ, ସାରଙ୍ଗଡର ଟ୍ୟାଙ୍କ, କୁଡୁତୁଲି ଏସ୍ ଏସ୍ ଡି ବିଦ୍ୟାଳୟ ଓ ହଷ୍ଟେଲ ଏବଂ ଫୁଲବାଣୀ ବସଷ୍ଟାଣ୍ଡ ସ୍ଥିତ ଆହାରକେନ୍ଦ୍ର ଆଦି ସ୍ଥାନ ଗସ୍ତ କରି ଏହାର କାର୍ଯ୍ୟକାରିତା ଏବଂ କିପରି ଜନସାଧାରଣ ଏହାର ପୂର୍ଣ୍ଣମାତ୍ରାରେ ଲାଭ ପାଇପାରିବେ ସେ ବିଷୟରେ ଅଧିକାରୀ ଓ କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ ଭାବନା ସଭା ଗୃହରେ ଆୟୋଜିତ ବୈଠକରେ ଯୋଗଦେଇ ସରକାରଙ୍କର ବିଭିନ୍ନ ଯୋଜନାର ଏବଂ ଉନ୍ନୟନମୂଳକ ତଥା ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ଜିଲ୍ଲାର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ, ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତ ଦାଶ, ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରତାପ କୋଟ୍ଟାପାଲ୍ଲି, ଫୁଲବାଣୀ ବନଖଣ୍ଡ ଅଧିକାରୀ ଶ୍ରୀ ଘନଶ୍ୟାମ ମହନ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଫୁଲବାଣୀ ଉପଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ, ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଗଦାଧର ପାତ୍ର,ଜିଲ୍ଲାର ବରିଷ୍ଠ ଅଧିକାରୀ, ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଆଦି ଯୋଗଦେଇଥିଲେ ।
