ନୟାଗଡ଼ ରେ 68 ଜଣଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ସହରୀ ଯୋଜନାର କାର୍ଯ୍ୟାଦେଶ

ନୟାଗଡ଼ ପଠାଣି ସାମନ୍ତ ଅଡ଼ିଟୋରିଅମରେ ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ବିଭିନ୍ନ ଓ୍ବାର୍ଡ ର 68 ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ସହରୀ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପୂର୍ବରୁ ଏହି ଯୋଜନାରେ 2 ଲକ୍ଷ ଟଙ୍କା ମିଳୁଥିବା ବେଳେ ଏବେ 50 ହଜାର ବୃଦ୍ଧି ହୋଇ 2.5 ଲକ୍ଷ ଟଙ୍କା ମିଳିବ । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ ସାହୁ ଉପସ୍ଥିତ ରହି ହିତାଧିକାରୀଙ୍କୁ ସମୟ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷକରି 20 ହଜାର ଟଙ୍କା ର ଅତିରିକ୍ତ ପ୍ରୋତ୍ସାହନ ଅର୍ଥରାଶି ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏହା ସହ ହିତାଧିକାରୀଙ୍କୁ ଯେମିତି ସଠିକ୍ ସମୟରେ ତାଙ୍କ ଟଙ୍କା ମିଳିବ ସେ ନେଇ ଅଧିକାରୀ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଓ କାଉନସିଲର ମାନେ ଉପସ୍ଥିତ ଥିଲେ । ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିବା ବେଳେ ମଞ୍ଚ ସଂଯୋଜନା କରିଥିଲେ ବରିଷ୍ଠ ସାମ୍ବାଦିକ । ମୁନିସିପାଲିଟି ର କର୍ମଚାରୀ ମାନେ ଆଜିର କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *