ସୂର୍ଯ୍ୟ ଘର: ମାଗଣା ବିଦ୍ୟୁତ୍ ଯୋଜନା ୭.୭ ଲକ୍ଷରୁ ଅଧିକ ପରିବାରକୁ ଶୂନ୍ୟ ବିଦ୍ୟୁତ୍ ବିଲ୍ ପ୍ରଦାନ
ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟପିଏମ ସୂର୍ଯ୍ୟ ଘର: ମାଗଣା ବିଦ୍ୟୁତ୍ ଯୋଜନା ୭.୭ ଲକ୍ଷରୁ ଅଧିକ ପରିବାରକୁ ଶୂନ୍ୟ ବିଦ୍ୟୁତ୍ ବିଲ୍ ପ୍ରଦାନ ୧୩,୯୨୬ କୋଟି ଟଙ୍କାର ସବସିଡି ସହାୟତା ଏବଂ ପିଏମଏସଜି ଅଧୀନରେ ୮.୩ ଲକ୍ଷରୁ ଅଧିକ ଋଣ ଆବେଦନକୁ ମଞ୍ଜୁରୀ: ଏମବିୱାଇଭାରତ ସରକାର ଫେବୃଆରୀ, ୨୦୨୪ରେ ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା (ପିଏମଏସଜି:ଏମବିୱାଇ) ଆରମ୍ଭ କରିଥିଲେ, ଯାହାର ଲକ୍ଷ୍ୟ ଥିଲା ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ୭୫,୦୨୧ କୋଟି ଟଙ୍କା ଖର୍ଚ୍ଚରେ ଆବାସିକ କ୍ଷେତ୍ରରେ ଏକ କୋଟି ଘରର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା (ଆରଟିଏସ୍) ସ୍ଥାପନ କରିବା।୦୯ ଡ଼ିସେମ୍ବର ୨୦୨୫ ସୁଦ୍ଧା, ସାରା ଦେଶରେ ମୋଟ ୧୯,୪୫,୭୫୮ ଆରଟିଏସ୍ ସିଷ୍ଟମ ସ୍ଥାପନ କରାଯାଇଛି, ଯାହା ୨୪,୩୫,୧୯୬ ପରିବାରକୁ ଲାଭ ପହଞ୍ଚାଇଛି। ଓଡିଶାରେ ୨୩,୭୭୪ଟି ଆରଟିଏସ୍ ସ୍ଥାପିତ ହୋଇଥିବା ବେଳେ ୨୪, ୧୨୫ଟି ପରିବାର ଉପକୃତ ହୋଇଛନ୍ତି। ଏହି ରାଜ୍ୟରେ ୩,୯୪୯ ଉପଭୋକ୍ତାଙ୍କ ଉପରେ ବିଜୁଳି ବିଲ୍ ପାଇଁ ବ୍ୟୟ ଶୂନ୍ୟ ରହିଛି। ଆରଟିଏସ୍ ସ୍ଥାପନ ପାଇଁ ଓଡିଶାରେ ୧୯,୭୬୩ ସିଏଫଏ ବଣ୍ଟନ କରାଯାଇଛି, ଯାହାର ମୂଲ୍ୟ ୧୫୧.୨୦ କୋଟି ଟଙ୍କା ରହିଛି। ୨୨,୩୨୪ଟି ଋଣ ଆବେଦନକୁ ମଧ୍ୟ ମଞ୍ଜୁର କରାଯାଇଛି।ଆରଟିଏସ୍ ସିଷ୍ଟମ ସ୍ଥାପନ ପରେ ଶୂନ୍ୟ ବିଦ୍ୟୁତ୍ ବିଲ୍ ପାଇଥିବା ହିତାଧିକାରୀଙ୍କ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଅନୁଯାୟୀ ବିବରଣୀ, ଆବାସିକ ଗ୍ରାହକଙ୍କୁ ଦିଆଯାଇଥିବା ରିହାତି ଏବଂ ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା ବନ୍ଧକମୁକ୍ତ ଋଣ ସମ୍ପର୍କରେ ସଂଲଗ୍ନପତ୍ରରେ ଦିଆଯାଇଛି।ହିତାଧିକାରୀଙ୍କ ପାଇଁ ଆରଟିଏସ୍ ସିଷ୍ଟମର ଆର୍ଥିକ ଲାଭ ଏବଂ ସ୍ଵଳ୍ପ ବ୍ୟୟ ସାପେକ୍ଷତା ସୁନିଶ୍ଚିତ କରିବା ଲାଗି, କେନ୍ଦ୍ରୀୟ ଆର୍ଥିକ ସହାୟତା ସହିତ, ଆରଟିଏସ୍ ସିଷ୍ଟମ ସ୍ଥାପନ ପାଇଁ ୫.୭୫% (ରେପୋ ହାର ସହିତ ୦.୫୦ ବେସିସ୍ ପଏଣ୍ଟ) ସୁଧ ହାରରେ ବନ୍ଧକମୁକ୍ତ ଋଣ ଉପଲବ୍ଧ।ଏହା ସହିତ, ଗ୍ରାମୀଣ ପରିବାର କିମ୍ବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ ପାଇଁ ପିଏମଏସଜି:ଏମବିୱାଇ ଗ୍ରହଣକୁ ପ୍ରୋତ୍ସାହିତ କରିବା ଲାଗି, ମନ୍ତ୍ରଣାଳୟ ଉପଯୋଗିତା ନେତୃତ୍ୱାଧୀନ ଏକତ୍ରୀକରଣ (ୟୁଏଲଏ)/ ଆରଇଏସସିଓ ମଡେଲ ଅଧୀନରେ ଆରଟିଏସ୍ ସିଷ୍ଟମ ସ୍ଥାପନ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି।ଏହି ସୂଚନା କେନ୍ଦ୍ର ନୂତନ ଏବଂ ନବୀକରଣ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ୟେସୋ ନାଏକ ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଦାଖଲ କରିଛନ୍ତି।ସଂଲଗ୍ନ ପତ୍ର : ପିଏମଏସଜି : ଏମବିୱାଇ ଅଧୀନରେ ହୋଇଥିବା ଅଗ୍ରଗତିର ରାଜ୍ୟୱାରୀ ବିବରଣୀ (୦୯.୧୨.୨୦୨୫ ପର୍ଯ୍ୟନ୍ତ)S No.State/UTRTS Installations (Nos.)Households Benefitted(Nos.)Consumers with zero energy charges* (Nos.)CFA disbursed for RTS installations(Nos.)CFA Amount (Rs. Crore)Loan applications sanctioned (Nos.)1Andhra Pradesh76,61779,21036,38166,070511.1161,6072Arunachal Pradesh11-10.01743Assam63,88764,5254,97351,894442.2669,8834Bihar13,64914,096-12,64097.509,2045Chhattisgarh16,49817,84798710,90084.4216,1216Goa1,3041,5967981,1108.782647Gujarat4,93,1617,10,1023,62,6754,74,0513,714.4742,4088Haryana44,93750,4341,57541,921310.1618,7179Himachal Pradesh5,5565,6795025,01842.942,99410Jharkhand1,3081,3103571,1468.8999711Karnataka14,47122,83324513,456108.684,42612Kerala1,69,2271,74,0971,17,6971,55,9071,216.8276,42113Madhya Pradesh78,06281,36140,59473,299570.2437,60214Maharashtra3,63,8115,80,2711,05,0033,28,6402,613.211,38,59215Manipur6806801396295.3729616Meghalaya32322260.1569217Mizoram7277291566495.49418Nagaland129129-1211.012819Odisha23,77424,1253,94919,763151.2022,32420Punjab10,45610,566-9,48873.854,14021Rajasthan1,08,5841,11,5218,47298,064763.8065,45522Sikkim2323-140.121223Tamil Nadu48,65256,258-44,355334.8511,80124Telangana23,67534,11010,23421,215168.5112,06025Tripura1,6031,6141781,34411.281,36626Uttarakhand55,22955,39123,36748,214413.5032,01627Uttar Pradesh3,02,1403,05,39742,7072,71,1812,074.531,86,29728West Bengal1,1071,170203302.461,00629Andaman and Nicobar Islands147166241281.089330Chandigarh9579571486955.3112131Jammu and Kashmir15,98515,9853,95813,616116.5510,99332Ladakh1,0771,0772,7449448.102633Lakshadweep6856851,1266515.5926034NCT of Delhi5,0598,6711,7334,34936.271,22835Puducherry2,0662,0667851,84914.2296136DNH&DD482482514533.52128 Total19,45,75824,35,1967,71,58017,74,13113,926.258,30,617
