୫୦ତମଏବିଭିପିର ସ୍ଵର୍ଣ୍ଣଜୟନ୍ତୀ

ବାର୍ତ୍ତାକଳା ଓ ସଂସ୍କୃତିର ମାଟି ଭଦ୍ରକରେ ଅନୁଷ୍ଠିତ ହେବାକୁ ଥିବା ଏବିଭିପିର ସ୍ଵର୍ଣ୍ଣଜୟନ୍ତୀ ୫୦ତମ ରାଜ୍ୟ ଅଧିବେଶନକୁ ଭବ୍ୟ, ଦିବ୍ୟ ଓ ସ୍ମରଣୀୟ କରାଯିବ: ଅଭ୍ୟର୍ଥନା ସମିତିଅଧିବେଶନରେ ଯୋଗଦେବାକୁ ଥିବା ରାଜ୍ୟବ୍ୟାପୀ ୫୦୦ରୁ ଉର୍ଦ୍ଧ୍ବ ଚୟନିତ ଛାତ୍ରନେତାଙ୍କୁ କରାଯିବ ଭବ୍ୟ ସ୍ଵାଗତ ସମାଜର ସବୁ ବର୍ଗର ବ୍ୟକ୍ତିଙ୍କୁ ଯୋଡ଼ା ଯିବା ପାଇଁ ହେବ ପ୍ରୟାସଭଦ୍ରକ ତା୧୭/୧୨/୨୦୨୫ – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା ପୂର୍ବ ପ୍ରାନ୍ତ ତରଫରୁ ଭଦ୍ରକରେ ଅନୁଷ୍ଠିତ ହେବ ସ୍ଵର୍ଣ୍ଣ ଜୟନ୍ତୀ ଅର୍ଥାତ ୫୦ ତମ ରାଜ୍ୟ ଅଧିବେଶନ। ଏହି ରାଜ୍ୟ ଅଧିବେଶନରେ ଓଡିଶା ପୂର୍ବ ପ୍ରାନ୍ତର ୨୩ ଟି ସାଙ୍ଗଠନିକ ଜିଲ୍ଲାରୁ ୫୦୦ ରୁ ଉର୍ଦ୍ଧ ଛାତ୍ରନେତା,ଅଧ୍ୟାପକ ଓ ଶିକ୍ଷାବିତ୍ ମାନେ ଯୋଗ ଦେବାକୁ ଆସୁଛନ୍ତି। ଏହି ଅଧିବେଶନରେ ଭଦ୍ରକ ନଗରରେ ୧୫୦୦ ରୁ ଉର୍ଦ୍ଧ ବିଦ୍ୟାର୍ଥୀଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ନଗର ପରିକ୍ରମା କରିବା ସହିତ ରାଜ୍ୟର ଛାତ୍ରନେତା ମାନଙ୍କ ଦ୍ଵାରା ଖୋଲା ମଞ୍ଚରୁ ଉଦବୋଧନ ରହିବ। ଏହି ଅଧିବେଶନ ଆସନ୍ତା ୨୩,୨୪ ଓ ୨୫ ଡିସେମ୍ବର ୨୦୨୫ ଭଦ୍ରକ ସ୍ଥିତ ଗାନ୍ଧି ପଡିଆ ଠାରେ ଆୟୋଜିତ ହେବାକୁ ଯାଉଅଛି । ସମ୍ପୂର୍ଣ ଗାନ୍ଧୀ ପଡ଼ିଆକୁ ରକ୍ତତୀର୍ଥ ଇରମ ନଗର, ନିର୍ମଳ ଷଢ଼ଙ୍ଗୀ ସଭା ଗୃହ, ଲକ୍ଷ୍ମୀ ନାରାୟଣ ମହାପାତ୍ର ପ୍ରଦର୍ଶନୀ ନାମରେ ନାମିତ କରାଯାଇଛି। ଭଦ୍ରକ ଜିଲ୍ଲାର ସମସ୍ତ ସକ୍ରିୟ କାର୍ଯ୍ୟକର୍ତ୍ତା, ପୁରାତନ ଓ ଶୁଭେଚ୍ଛୁ କାର୍ଯ୍ୟକର୍ତ୍ତାମାନେ ସଂଗଠନର ମହାଉତ୍ସବ ପାଳନ କରିବା ନିମନ୍ତେ ପୂର୍ଣ୍ଣପ୍ରସ୍ତୁତିରେ ନିୟୋଜିତ ଅଛନ୍ତି।

ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ, ଏବିଭିପିର ସୁବର୍ଣ୍ଣ ଜୟନ୍ତୀ ରାଜ୍ୟ ଅଧିବେଶନ ଦ୍ଵାରା ବିଦ୍ୟାର୍ଥୀ ସମାଜରେ ଗୁଣାତ୍ମକ ଶିକ୍ଷା ଓ ରାଷ୍ଟ୍ରବାଦର ବାର୍ତ୍ତା ସାରା ରାଜ୍ୟବ୍ୟାପୀ ଯିବ ବୋଲି ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ଡ଼. ପ୍ରଭାସ କୁମାର ମହାନ୍ତି ନିଜର ମତ ରଖିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅଭ୍ୟର୍ଥନା ସମିତିର ପର୍ଯ୍ୟବେକ୍ଷକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଉପାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ରାଉତ, ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *