ଖୋର୍ଦ୍ଧା ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା ରେ ପାରମ୍ପାରିକ ଲୋକକଳା ପ୍ରଦର୍ଶନ l

ଖୋର୍ଦ୍ଧା ତା 17.12.2025ରିଖ: ଖୋର୍ଦ୍ଧା ସଦର ମହକୁମାସ୍ଥ ଟି ଏଲ ସି ରୋଡ଼ ବି ଡି ଏ ପଡ଼ିଆରେ ଅନୁଷ୍ଠିତ ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବର ରୌପ୍ୟ ଜୟନ୍ତୀ ଉଦଯାପନୀ ସମାରୋହ ଦ୍ୱିତୀୟ ସନ୍ଧ୍ୟାରେ ଆଜି ବହୁ ଜନ ସମାବେଶ ହୋଇଥିବାର ପରିଲିଖିତ ହୋଇଥିଲା l ସନ୍ଧ୍ୟାରେ ମଞ୍ଚରେ ନୃତ୍ୟା ୟନ ଖୋର୍ଦ୍ଧା , ସଂସ୍କାର ଭାରତୀ ଖୋର୍ଦ୍ଧା, ମୟୁରଭଞ୍ଜ ର ଛଉ ନୃତ୍ୟ ର କଳାକାର ମାନେ ଆକର୍ଷଣୀୟ ନୃତ୍ୟ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ।ପ୍ରାରମ୍ବରେ ନୃତ୍ୟା ୟନ ଖୋର୍ଦ୍ଧା ନୃତ୍ୟ ପରିବେଷଣ କରିଥିଲେ।ଆଜି ସନ୍ଧ୍ୟା ପାଞ୍ଚ ଘଟିକା ସମୟରୁ ଲୋକ ମାନଙ୍କ ର ଭିଡ଼ ଲାଗି ରହିଥିବାର ଦେଖା ଯାଇ ଥିଲା।ଫାଷ୍ଟ ଫୁଡ଼ ଷ୍ଟଲ ମାନଙ୍କରେ ପ୍ରବଳ ଭିଡ଼ ଦେଖା ଯାଇ ଥିଲା। ପରେ ଖୋର୍ଦ୍ଧା ମହୋତ୍ସବ ର ମୁଖ୍ୟ ଉପଦେଷ୍ଟା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ,ମାନ୍ୟବର ମନ୍ତ୍ରୀ ଉଚ୍ଚ ଶିକ୍ଷ୍ୟା, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଶ୍ରୀଯୁକ୍ତ ସୂର୍ଯ୍ୟ ବଂଶୀ ସୁରଜ ଯୋଗଦେଇ ଖୋର୍ଦ୍ଧା ମହୋତ୍ସବ ଶିକ୍ଷା, ସୂଚନା,ସେବା ସାଂସ୍କୃତିକ ସମ୍ଭାରର ଅନନ୍ୟ ନିଦର୍ଶନ ବୋଲି ଉଦବୋଧନ ଦେଇ ଖୋର୍ଦ୍ଧାର ଐତିହାସିକ କିମ୍ବଦନ୍ତୀ ଉଜ୍ଜୀବିତ କରିବା ସହ ଖୋର୍ଦ୍ଧା ମାଟିର ଯୁବଶକ୍ତିକୁ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଭିଜନରେ ଅଂଶୀଦାର କରିବାକୁ ବହୁଗୁଣରେ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଥିଲେ l ଏହି ଦ୍ୱିତୀୟ ସନ୍ଧ୍ୟା ମହୋତ୍ସବରେ ପରିଚାଳନା କମିଟି ସଭାପତି, ସମ୍ପାଦକ ସମେତ ବହୁ ଜନପ୍ରତିନିଧି, ବୁଦ୍ଧିଜୀବୀ, ସାହିତ୍ୟ ସଂସ୍କୃତି ପ୍ରେମୀ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇ ଥିବାବେଳେ ବହୁ ଜନ ସମାବେଶ ହୋଇଥିଲା l

Leave a Reply

Your email address will not be published. Required fields are marked *