ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଭବାନୀପଟଣାରେ ବାର୍ଷିକ କ୍ରୀଡ଼ା ଦିବସ ପାଳିତ

ଭବାନୀପଟଣା, ୧୮ :ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପଟଣାରେ ୨୦୨୫–୨୬ ଶିକ୍ଷାବର୍ଷର ବାର୍ଷିକ କ୍ରୀଡ଼ା ଦିବସ ଉତ୍ସାହ ଓ ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କର ସକ୍ରିୟ ଅଂଶଗ୍ରହଣ ସହ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଅଧ୍ଯକ୍ଷ ଶ୍ରୀ ଭୀମସେନ ପଣ୍ଡାଙ୍କ ଦିଗନିର୍ଦ୍ଦେଶନାରେ ସକାଳ ୮:୩୦ଟାରେ ଆରମ୍ଭ ହୋଇ ପାରମ୍ପରିକ ଦୀପ ପ୍ରଜ୍ବଳନ ସହ ଉଦ୍‌ଘାଟିତ ହୋଇଥିଲା । ଏହି ଅବସରରେ ଶ୍ରୀ ଭାରତ ଭୂଷଣ ଦେଓ, ପୂର୍ବତନ ଓଡ଼ିଶା ରଣଜି ଟ୍ରଫି ଖେଳାଳି, ବିସିସିଆଇ ପରିଚାଳିତ ଓଡ଼ିଶା ଅଣ୍ଡର୍-ଏନ୍ କ୍ରିକେଟ୍ ଚୟନ ସମିତିର ପୂର୍ବତନ ସଦସ୍ୟ ଏବଂ ପ୍ରତିଷ୍ଠିତ “କଳାହାଣ୍ଡି ବରପୁତ୍ର” ପୁରସ୍କାର ପ୍ରାପ୍ତ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ମାର୍ଜପାଷ୍ମ ଓ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶିସ୍ଟାଚାର, ଦଳୀୟ ଭାବନା ଓ କ୍ରୀଡ଼ା ମନୋଭାବ ପ୍ରଦର୍ଶନ କରିଥିଲେ।

କ୍ରୀଡ଼ା ଶିକ୍ଷକଙ୍କ ଦ୍ବାରା ବାର୍ଷିକ କ୍ରୀଡ଼ା ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ଏବଂ ପରେ ବିଜେତାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ମୁଖ୍ୟ ଅତିଥ୍ ନିଜ ଉଦ୍‌ବୋଧନରେ ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ ସୁସୁତା, ଶିସ୍ନାଚାର ଓ ଚରିତ୍ର ଗଠନ ପାଇଁ କ୍ରୀଡାକୁ ଗୁରୁତ୍ୱ ଦେବାକୁ ପ୍ରେରଣା ଦେଇଥିଲେ। ଅଧ୍ଯକ୍ଷ ଶ୍ରୀ ଭୀମସେନ ପଣ୍ଡା ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କର ପ୍ରୟାସକୁ ପ୍ରଶଂଶା କରି ଶିକ୍ଷା ସହ କ୍ରୀଡ଼ାର ସମନ୍ୱୟ ମାଧ୍ୟମରେ ସର୍ବାଙ୍ଗୀଣ ବିକାଶ ପ୍ରତି ବିଦ୍ୟାଳୟର ପ୍ରତିବଦ୍ଧତା ପୁନଃବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ଧନ୍ୟବାଦ ଜ୍ଞାପନ ଓ ଜାତୀୟ ସଙ୍ଗୀତ ସହ ସମାପ୍ର ହୋଇଥିଲା ।

Leave a Reply

Your email address will not be published. Required fields are marked *