ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିର ରେ ଗାଦିମାଡି ବସିଥିବା ଶିକ୍ଷକଙ୍କ ବଦଳି କେବେ?

ରଘୁନାଥପୁର ତା:- ୧୮/୧୨ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଶିକ୍ଷାମଣ୍ଡଳ ଅଧିନରେ ଥିବା ପୂର୍ଣ୍ଣତନ୍ଦ୍ର ବିଦ୍ୟାମନ୍ଦିର ଏକ ସର୍ବପୂରାତନ ବିଦ୍ୟାଳୟ ଏହି ବିଦ୍ୟାଳୟଟି ୧୯୫୧ମସିହାରେ ସ୍ଥାପିତ ହୋଇଥିଲା।ଏହି ବିଦ୍ୟାଳୟ ଅଞ୍ଚଳର ଏକ ସୁନାମଧନ୍ୟ ବିଦ୍ୟାଳୟ ଭାବେ ପରିଗଣିତ।ଏଠାରୁ ପାଠପଢି ଅନେକ ଛାତ୍ରଛାତ୍ରୀ ଡାକ୍ତର, ଇଞିନିୟର,ରାଜନେତା,ଶିକ୍ଷାବିତ ଭାବେ ଦେଶ ତଥା ବିଦେଶ ରେ ପ୍ରତିଷ୍ଠିତ।ଏବେ ଏହି ବିଦ୍ୟାଳୟରେ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୧୧ରହିଛି।ଶିକ୍ଷାଦାନର ସୁବିଧା ଦୣଷ୍ଟିରୁ ନବମ ଓ ଦଶମ ଶ୍ରେଣୀପାଇଁ ୪ ଟି ସେକ୍ସସନ କରାଯାଇଛି।ଶିକ୍ଷକ ୩ ଶିକ୍ଷୟିତ୍ରୀ ୮ଜଣ ମୋଟ ୧୧ ଜଣ ଶିକ୍ଷାଦାନ ବ୍ୟବସ୍ଥା ରେ ରହିଛନ୍ତି।ହେଲେ କିଛି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପାଇଁ ଆଜିଏହି ଅନୁଷ୍ଠାନ କଳଙ୍କିତ ହେବାକୁ ଯାଉଛି।ଏଠାରେ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ୮ରୁ୯ ବର୍ଷ ଗାଦିମାଡି ବସିଥିବାରୁ ସେମାନେ ଶିକ୍ଷାଦାନ ଅପେକ୍ଷା ରାଜନୀତି ଅଧିକ କରୁଛନ୍ତି ଯାହାଫଳରେ ଶିକ୍ଷାଦାନ ରେ ବ୍ୟାଘାତ ଘଟୁଛି।ଏଥିପାଇଁ ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ରେ ଛାତ୍ରଛାତ୍ରୀ ଙ୍କ ଫଳାଫଳ ନୈରାସଜନକ ହେବାରେ ଲାଗିଛି।ଏଥିରେ ବିଦ୍ୟାଳୟ ମର୍ଯ୍ୟଦା ମଧ୍ୟ କ୍ଷୁର୍ଣ୍ଣ ହେଉଛି।ଏହି ଶିକ୍ଷକ ମାନଙ୍କର ବଦଳି ହେଉନାହିଁ।ପ୍ରଶାସନ କୁ ହାତକରି ନିଜମରଜିରେ ସେମାନେ ଏଠାରେ ଏତେଦିନ ରହିଛନ୍ତି।ସରକାର ଙ୍କ ୩ ବର୍ଷିଆବଦଳି ନିୟମ ଏଠାରେ ଫେଲମାରିଛି।ଆହୁରି ମଧ୍ୟ ମଧ୍ୟାନଭୋଜନ ଏଠାରେ ଅତିନିମନ୍ନ ମାନର ହେଉଥିବା ରୁ ଅନେକ ଛାତ୍ରଛାତ୍ରୀ ଏହାକୁ ଖାଉନଥିବା ଅଭିଯୋଗ ହେଉଛି।ତେବେ ସରକାର ଙ୍କ ମଧ୍ୟାନଭୋଜନ କାହାପାଇଁ ବୋଲି କିଛି ଅଭିଭାବକ ପ୍ରଶ୍ନକରିଛନ୍ତି।ଅପରପକ୍ଷରେ ଏହି ବିଦ୍ୟାଳୟ ପରିଷରରେ ସାଇକେଲ ଷ୍ଟାଣ୍ଡଟିଏ ନଥିବାରୁ ଛାତ୍ରଛାତ୍ରୀ ମାନେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଦୣଷ୍ଟିରୁ ବିଦ୍ୟାଳୟ ସମ୍ମୁଖରେ ୨ଟି ହମ୍ପସ ଆବଶ୍ୟକ ରହିଛି। ସରକାର ଏହି ବିଦ୍ୟାଳୟ ର ସମସ୍ୟା ପ୍ରତି ନଜର ଦେବାସହିତ ଗାଦିମାଡି ବସିଥିବା ଶିକ୍ଷକ,ଶିକ୍ଷୟତ୍ରୀ ଙ୍କ ବଦଳି କରିବାପାଇଁ ଅଞ୍ଚଳପକ୍ଷରୁ ଦାବୀହେଉଛି।

Leave a Reply

Your email address will not be published. Required fields are marked *