ଡ. ସୁରେଶ ବରାଡ଼ଙ୍କ ଆଭାସ ଗଳ୍ପ ‘ଲୁହ’ ଲୋକାର୍ପିତ

ଓଡ଼ଗାଁ – ତା ୧୮-୧୨-୨୫ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗ୍ରୀନ ପାର୍କ ପରିସର ମଧ୍ୟରେ ମେଗା ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଆଜି ଦ୍ୱିତୀୟ ଦିବସରେ ବିଶିଷ୍ଟ କବି, ଲେଖକ, କାବ୍ୟକାର, ନାଟ୍ୟକାର, ଗାଳ୍ପିକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଆଭାସ ଗଳ୍ପ “ଲୁହ” ଲୋକାର୍ପିତ ହୋଇଯାଇଛି। ଗ୍ରୀନ କ୍ଳବର ସଭାପତି ବିଭୁପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ଼ ଗୋବିନ୍ଦ ଚନ୍ଦ୍ର ଦାଶ । ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ମଙ୍ଗରାଜ, ଷ୍ଟେଟ ସ୍କାଉଟ ଟ୍ରେନର, ରମେଶ କୁମାର ବଳବନ୍ତରାୟ , କବି ଦିନବନ୍ଧୁ ମହାପାତ୍ର ଓ ମଞ୍ଚ ପରିଚାଳନା କରିଥିଲେ ସ୍ନେହାଶିଷା ମହାପାତ୍ର । ମୁଖ୍ୟ ଅତିଥି ଲୁହ ସଂକଳନ ର ସମୀକ୍ଷା କରିଥିବା ବେଳେ ସଭାପତି ଶ୍ରୀ ମିଶ୍ର ଗାଳ୍ପିକଙ୍କ ଲେଖନୀ ସଶକ୍ତ କରିବା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଚରଣରେ ନିବେଦନ କରିଥିଲେ। ଆଜି ବାଳକ ଓ ବାଳିକା ଶ୍ରେଣୀରେ ବରିଷ୍ଠ, କନିଷ୍ଠ ବର୍ଗରେ ୧୦୦ ମିଟର ଦୌଡ଼, ଲମ୍ବଡ଼ିଆଁ, ପୁଚି, ଜ୍ଞାନ ସିନ୍ଧୁକ, ଜ୍ଞାନ କୁମ୍ପି, ଇନ୍ଦ୍ରଧନୁ, ମେହେନ୍ଦି, ଆବୃତ୍ତି, ମହକ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗୀତାରେ ଶ୍ୟାମବନ୍ଧୁ ଆଚାରୀ, ଶିକ୍ଷକ ଦିନବନ୍ଧୁ ମହାପାତ୍ର ଓ ଡ. ସୁରେଶ ଚନ୍ଦ୍ର ବରାଡ଼ ପ୍ରମୁଖ ବିଚାରକ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ। ୩୦ରୁ ଅଧିକ ବିଦ୍ୟାଳୟ ଓ କଲେଜରୁ ପ୍ରାୟ ୭୫୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ଲୋକନାଥ ପ୍ରଧାନ, ମଙ୍ଗୁଳି ସ୍ବାଇଁ, ବଇ ନାୟକ, ବାପୁନୀ, ଶିବ ଶଙ୍କର ମହାରଣା, ଉପଦେଷ୍ଟା ସୈାଦାଗର ନାୟକ, କୋଷାଧକ୍ଷ କୈଳାସ ମହାରଣା, ମଙ୍ଗଳା ନାୟକ, ଟୁଲୁ ମହାନ୍ତି, ଶରତ ଚନ୍ଦ୍ର ବରାଡ଼, ବାବୁ ସାହୁ, ହିମାଂଶୁ ମହାନ୍ତି, ସିଲୁ ମହାନ୍ତି, ବାବୁଲା ସ୍ବାଇଁ, ଅଖିଳ ସାହୁ, ଶିବରାମ ବେହେରା, ରାଜକିଶୋର ପ୍ରଧାନ, ସଭ୍ୟା ରିନା ପ୍ରଧାନ, ସୁଶ୍ମିତା ନାୟକ, ପୂଜା ପ୍ରଧାନ, ସନ୍ଧ୍ୟାରାଣୀ ବରାଡ଼, ପୁଷ୍ପାଞ୍ଜଳୀ ନାୟକ, ବବି ଜେନା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଗ୍ରୀନକ୍ଳବର ସଂପାଦକ କୁମାର ବରାଡ଼ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *