ପୁରୀ ବଡ଼ଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ୭ମ ଆରମ୍ଭ ମହୋତ୍ସବ
ପୁରୀ ବଡ଼ଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ୭ମ ଆରମ୍ଭ ମହୋତ୍ସବ ୨୦୨୬ ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ପ୍ରତିଯୋଗିତା ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି ।

ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ମିଶ୍ର ଓ ଉପ ସଭାପତି ସମୀର ଶତପଥି ଙ୍କ ଅଧ୍ୟକ୍ଷତାରେ ସହରର ଚର୍ଚ୍ଚିତ ବ୍ୟକ୍ତିତ୍ଵ ଶ୍ରୀମତୀ ରୁଚିଶ୍ମିତା ଜଗଦେବ,ସମାଜସେବୀ ନାରାୟଣ ଦାଶ,ମାଉସୀ ମା ମହିଳା ମଣ୍ଡଳ ସଭାନେତ୍ରୀ ପୁଷ୍ପ ମଞ୍ଜରୀ ପାତ୍ର, କଣ୍ଡୁରୀ ସୁଆର, ମ୍ମିତାଞ୍ଜଳି ପତି ଙ୍କ ଉପସ୍ଥିତିରେ ଜାତୀୟ ପୁରସ୍କାର ପ୍ରାପ୍ତ ସଂସ୍କୃତି ସଂଚାଳକ ଆଶୁତୋଷ ପଟ୍ଟନାୟକ,,ଅନୁଷ୍ଠାନର ସମ୍ପାଦକ ଦେବାଶିଷ ସିଂ,ସୌମ୍ୟ ରଞ୍ଜନ ମିଶ୍ର ଙ୍କ ସମେତ ଅନୁଷ୍ଠାନର କର୍ମଚାରୀ ମାନେ ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ପ୍ରତିଯୋଗିତାରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ମହିଳା ମାନଙ୍କ ମଧ୍ୟରେ ସଙ୍ଗୀତ,ନୃତ୍ୟ,ଝୋଟି ଚିତ୍ରାଙ୍କନ,ଆଧ୍ୟାତ୍ମିକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା ।ବିଚାରକ ଭାବେ ଗୁରୁ ଦୁର୍ଗାମାଧବ କର,ଶକ୍ତି ପ୍ରସାଦ ନାୟକ, କାଳୀ ମହାନ୍ତି,ଜିତେନ୍ଦ୍ର ବେହେରା, ମୃଣାଳିନୀ ଦାସ, ମାମାଲି ମିଶ୍ର ପ୍ରମୁଖ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କ ମୂଲ୍ୟାଙ୍କନ କରିଥିଲେ ।ଆସନ୍ତା ଜାନୁଆରୀ ମାସ ୯,୧୦,୧୧ ତାରିଖ ତିନି ଦିନ ଧରି ନବ ବର୍ଷକୁ ଶୁଭେଛା ଜଣାଇ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଅନୁଷ୍ଠାନର ମହୋତ୍ସବ ପାଳନ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ସୂଚନା ପ୍ରଦାନ କରିଛନ୍ତି ।ସମସ୍ତ କାର୍ଯ୍ୟକ୍ରମକୁ ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଭରତ କୁମାର ନାୟକ ପରିଚାଳନା କରିଥିଲେ ।
