ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଉଦବୋଧନୀ କାର୍ଯ୍ୟକ୍ରମ

ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଉଦବୋଧନୀ କାର୍ଯ୍ୟକ୍ରମ
ନୟାଗଡ଼। ତା.୧୮.୧୨.୨୫/
ଯୁଗ ପୁରୁଷ ସ୍ବାମୀ ବିବେକାନନ୍ଦ ଭାରତୀୟ ସଂସ୍କୃତି, ପରମ୍ପରା ଓ ବେଦ ବେଦାନ୍ତଦର୍ଶନର ବାର୍ତ୍ତାଵହ। ବିଶେଷ କରି ପାଶ୍ଚାତ୍ୟ ଜଗତରେ ଭାରତୀୟ ହିନ୍ଦୁ ଧର୍ମର ମହନୀୟତା ଏବଂ ଗରିମାକୁ ବିଶ୍ଵ ବିଖ୍ୟାତ କରିବାରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ଆଜି ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଡ଼ିପଡାଠାରେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ, ନୟାଗଡ଼ ଜିଲ୍ଲା ଶାଖା ଆନୁକୁଲ୍ୟରେ ଅନୁଷ୍ଠିତ ଉଦବୋଧନୀ ସମାବେଶରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଉକ୍ତ ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ନିରଞ୍ଜନ ନାୟକ ସଭାପତିତ୍ତ୍ଵ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଉଷାରାଣୀ ପଟ୍ଟନୟକ ଯୋଗଦେଇ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ନାୟକ ଯୋଗଦେଇ ଯୁବକ ଯାଗିଲେ ଦେଶ ଜାଗିବ ବୋଲି କହିଥିଲେ। ବିଶିଷ୍ଟ ବକ୍ତା ଭାବେ କାର୍ଯ୍ଯକାରିଣୀ ସଦସ୍ୟ ସମାଜସେବୀ ଅନାଦି ଚରଣ ମହାନ୍ତି ଯୋଗଦେଇ ଛାତ୍ର ଜୀବନରେ ଶୃଙ୍ଖଳା ଅପରିହାର୍ଯ୍ୟ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଦାଶରଥି ନାୟକ ଓ ବିଜ୍ଞାନଗାର ସହାୟକ ଶରତ ମହାପାତ୍ର ସ୍ୱାମୀଜୀଙ୍କ ଆଦର୍ଶକୁ ନେଇ ନିଜ ନିଜର ଅଭିମତ ରଖିଥିଲେ । ଏଥି ସହ ସୁଶ୍ରୀ ସୁଚିତ୍ରା ସାହୁ ଓ ପ୍ରିୟ ଦର୍ଶିନି ମହାପାତ୍ର ବିବେକାନନ୍ଦଙ୍କ ଜୀବନୀ ଉପରେ ନିଜ ନିଜର ବିଚାରଭାବକୁ ପ୍ରକାଶ କରିଥିବା ବେଳେ, ବିଜୟଲକ୍ଷ୍ମୀ ସାହୁ ଦେଶାତ୍ମବୋଧକ ଗୀତ ଓ ସୋନାଲି ବେହେରା ବିବେକ ବାଣୀ ପଠନ କରିଥିଲେ। ଅଧ୍ୟାପକ ଡ: ସନ୍ତୋଷ କୁମାର ସାହୁ ଅତିଥି ପରିଚୟ ପ୍ରଦାନ ପୂର୍ବକ ସଭା ସଂଯୋଜନା କରିଥଲେ। କ୍ରୀଡା ଅଧ୍ୟାପକ ଚିତ୍ତ ରଞ୍ଜନ ମହାପାତ୍ରଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଶାନ୍ତି ମନ୍ତ୍ର ଓ ବନ୍ଦେ ମାତରଂ ଗାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *