ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଠାରେ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସ ଗ୍ରାମର ଗ୍ରାମବାସୀଙ୍କ ବେଆଇନ ଗିରଫଦାରୀ ଓ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ବ୍ରହ୍ମଗିରି ଥାନା ପରିସରରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଅହୋରାତ୍ର ଧାରଣା ଦେଇଥିଲେ ଏହା ସହିତ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବ୍ରହ୍ମଗିରି ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିଶାଳ ଗଣଧାରଣା ଦିଆଯାଇଥିଲା।ଏହାକୁ ନେଇ ବ୍ରହ୍ମଗିରି ବ୍ଲକ BJP ତଥା ବର୍ତ୍ତମାନ ର ବ୍ରହ୍ମଗିରିର ବିଧାୟିକା ଙ୍କ ତରଫରୁ ସଞ୍ଜୟ ଦାସବର୍ମାଙ୍କ ବିରୁଦ୍ଧରେ ପ୍ରତିବାଦ ସଭା ସହିତ କିଛି ଅସାମାଜିକ ବ୍ୟକ୍ତି ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ଆଜି ଏହାକୁ ନେଇ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବ୍ରହ୍ମଗିରି ଦାସରଥି ପ୍ୟାଲେସ୍ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ୱାଇଁ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। ବ୍ରହ୍ମଗିରି ବ୍ଲକ ଢ଼ାବା ଛକ ଠାରେ ଏବଂ ସୋସିଆଲ ମିଡିଆରେ କିଛି ବ୍ୟକ୍ତି ବିଧାୟିକାଙ୍କ ପ୍ରରୋଚନାରେ ବ୍ରହ୍ମଗିରିର ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା ଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ସହ ଓ କଟୁ ଭାଷାରେ ସମାଲୋଚନା କରିଛନ୍ତି। ବ୍ରହ୍ମଗିରି ବ୍ଲକ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ୱାଇଁ ଏହାକୁ ଦୃଢ଼ ନିନ୍ଦା କରିବା ସହିତ ମିଡ଼ିଆ ବନ୍ଧୁଙ୍କ ଜରିଆରେ ପ୍ରଶାସନ କୁ ଅବଗତ କରାଇଛନ୍ତି ଯେ ଯଦି ଆଗକୁ ବ୍ରହ୍ମଗିରି ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ କିଛି ବି ଅଘଟଣ ଘଟେ ତଥା ଆମେ ସେହି ଅସାମାଜିକ ବ୍ୟକ୍ତି ବିଶେଷଙ୍କୁ ପ୍ରଥମେ ଦାଇ କରିବୁ। ଆମେ ଏହା ମଧ୍ୟ ସାମ୍ବାଦିକ ବନ୍ଧୁ ମାନଙ୍କ ଜରିଆରେ ଜଣାଇଦେଉଛୁ ଏହି ଭଳି ନିନ୍ଦନୀୟ ମନ୍ତବ୍ୟ ଦେଇଥିବା ଅସାମାଜିକ ବ୍ୟକ୍ତି ଏବଂ ବିଧାୟିକାଙ୍କ ବିରୁଦ୍ଧରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ମହୋଦୟ ଙ୍କୁ ଜଣାଇବୁ।ବ୍ରହ୍ମଗିରିର ବିଧାୟିକା ସାମ୍ବାଦିକ ସମ୍ମିଳନୀ କରି ଯେଉଁ ମନ୍ତବ୍ୟ ଦେଇଥିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଙ୍କୁ ଆକ୍ଷେପ କରି ସେହି ମନ୍ତବ୍ୟ କୁ ନେଇ ବ୍ରହ୍ମଗିରି ବ୍ଲକ ଚାଷୀ ନେତା ତଥା ଭଗବାନ ନାୟକ କହିଛନ୍ତି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ବ୍ରହ୍ମଗିରିରେ ବିକାଶ ସମ୍ଭବ ସୋଇପାରିଛି। ଯଥା ବ୍ରହ୍ମଗିରି ବ୍ଲକରେ ବକ୍ସି କାଣିଆ, ଦକ୍ଷିଣ କାନିଆ, ଏକ ନାଳିଆ, ଚଉଦସ ପୁଆଣ କେନାଲର ପୁନରୁଦ୍ଧାର। ବ୍ରହ୍ମଗିରି ବ୍ଲକ ମୋଟ ଠାରେ ଇଞ୍ଜିନିୟରିଂ କଲେଜ, ବାଲି ହରଚଣ୍ଡି ଭାୟା ଗୈାଡ଼ିଆଘାଇ ଦେଇ ନରସିଂହ ପାଟଣା ରାସ୍ତା, ଗୋପ ଛକ ଠାରୁ ଡେଲାଙ୍ଗ ରାସ୍ତା, ସୁନାମୁହିଁ ଠାରୁ ହାସିନିପୁର, ସାହାଜାନପୁର, ଛାଲପୁର ଗ୍ରାମକୁ ରାସ୍ତା, ମାଠୁଆରି ପକା ଠାରୁ ଚାପମାଣିକ, ବେଢ଼ା ସୁନ୍ଦର, କାଶିଝରିଆ, ମାଟି ଗାଡ଼ିଆ ରାସ୍ତା, ଫିଲ୍ମ ଛକ ଠାରୁ ନିଆଜପୁର, ସାତିକପୁର, ଦେଇ ମୋଟ ରାସ୍ତା, ବ୍ରହ୍ମଗିରି ବ୍ଲକରେ ୭୦ ଭାଗ ପକା ସଡ଼କ, ମୋଟ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଅଭିଭକ୍ତ ରାହାଡ଼ମଲ୍ଲ ପଞ୍ଚାୟତକୁ ସଂଯୋଗ କରୁଥିବା ଗୈାଡ଼ିଆଘାଇ ସେତୁ, କୁସୁପୁର ଠାରେ ବ୍ରହ୍ମଗିରି ବ୍ଲକ କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମେଗା ଟ୍ରିଟମେଣ୍ଟ ପ୍ଲାଣ୍ଟ, ବ୍ରହ୍ମଗିରି ବ୍ଲକ ହେଉଛି ପ୍ରାକୃତିକ ବିପର୍ଯ୍ୟୟ ଜାଗା ଏଥିପାଇଁ ପ୍ରତି ପଞ୍ଚାୟତରେ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି। ସାତପଡ଼ା, ବ୍ରହ୍ମପୁର ଠାରେ ନୂତନ ଜଟି ନିର୍ମାଣ, କୃଷ୍ଣ ପ୍ରସାଦ ବ୍ଲକ ଗୋପାଳପୁର ଠାରେ ITI କଲେଜ, ମାଲୁଦ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଫାୟାର ଷ୍ଟେସନ, ରୁଷୁକୁଲ୍ୟା ନଦୀ ରୁ ପାଣି ଆଣି କୃଷ୍ଣପ୍ରସାଦ ଚିଲିକା ଅଞ୍ଚଳ ବାସିନ୍ଦାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିଛନ୍ତି। ପୁରୀ ସଦର ବ୍ଲକ ରେ ITI, ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିଛନ୍ତି। ଶ୍ରୀଯୁକ୍ତ ନାୟକ କହିଛନ୍ତି ସାମ୍ବାଦିକ ବନ୍ଧୁ ମାନଙ୍କ ଜରିଆରେ ବର୍ତ୍ତମାନର ବିଧାୟକକୁ ତାଙ୍କ ବାପା ୧୫ ବର୍ଷ, ତାଙ୍କ ଦାଦା ୫ ବର୍ଷ, ଆଉ ସେ ନିଜେ ୨ ବର୍ଷ ବିଧାୟକ ଅଛନ୍ତି ୨୨ ବର୍ଷ ତାଙ୍କ ପରିବାର ବର୍ଗଙ୍କୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଆଶୀର୍ବାଦ କରିଛନ୍ତି। ୨୨ ବର୍ଷ ଭିତରେ ସେ ବ୍ରହ୍ମଗିରି ଜନସାଧାରଣଙ୍କ ପାଇଁ କଣ କରିଛନ୍ତି ତାହା ଜବାବ ଦିଅନ୍ତୁ। ତାଙ୍କ ବାପା ବିଧାୟକ ଥିଲା ବେଳେ ବିକାଶ ନ କରି ଗାଁ ଗାଁ ରେ ଗଣ୍ଡଗୋଳ ଲଗାଉ ଥିଲେ। ବର୍ତ୍ତମାନ ବିଧାୟିକା ଏହି ପନ୍ଥା ଆପଣାଉଛନ୍ତି। ଶେଷରେ ଶ୍ରୀ ନାୟକ କହିଛନ୍ତି ଏହି ହିନ ମନ୍ତବ୍ୟ ରୁ ବିଧାୟିକା ଦୁରେଇ ରୁହନ୍ତୁ ବ୍ରହ୍ମଗିରି ରେ ବିକାଶକୁ ଗୁରୁତ୍ୱ ଦିଅନ୍ତୁ। ବ୍ରହ୍ମଗିରି ବ୍ଲକ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ୱାଇଁ ସାମ୍ବାଦିକ ସମ୍ମିଳନୀ ଦ୍ଵାରା କୁସୁବେଣ୍ଟି ଏବଂ ହରିଦାସ ଗ୍ରାମର ଗ୍ରାମବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଆସନ୍ତୁ ଦୁଇ ଗ୍ରାମର ଗ୍ରାମବାସୀଙ୍କ ସହମତି ରେ ଏହି ସମସ୍ୟା କୁ ସମାଧାନ କରି କେନାଲ କାର୍ଯ୍ୟ ଖନନ କରିବା ପାଇଁ। ଏହି ସାମ୍ବାଦିକ ସମ୍ମିଳନୀ ରେ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନାବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, CPM ନେତା ଭୀମସେନ ସ୍ଵାଇଁ, କୁସୁବେଣ୍ଟି ପଞ୍ଚାୟତ ସରପଞ୍ଚ ରାଧାକାନ୍ତ ସାହୁ, ସମିତି ସଭ୍ୟ ବୃନ୍ଦାବନ ଦଳେଇ, ଚାପମାଣିକ ସରପଞ୍ଚ ଅମୁଲ୍ୟ ଜେନା, ବ୍ରହ୍ମଗିରି ସରପଞ୍ଚ ନନ୍ଦକିଶୋର ବିଶ୍ୱାଳ ଏବଂ ବ୍ରହ୍ମଣିଆ ପଞ୍ଚାୟତ ସରପଞ୍ଚ ନିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
