ପ୍ରତିଶ୍ରୁତି ହେଲଥ କେୟାର ର ଶୁଭ ଉଦଘାଟନ.
ବଡ଼ଚଣା : ପ୍ରତିଶ୍ରୁତି ହେଲଥ କେୟାରର ଶୁଭ ଉଦଘାଟନ ଉତ୍ସବ ଯାଜପୁର ଜିଲ୍ଲା ବଡ଼ଚଣା ସ୍ଥିତ ପାରିପଲେଇ ଠାରେ ଅନୁଷ୍ଠିତ ହୋଇଯାଇଛି,ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ଼ ଶୁକଦେବ ମହାନ୍ତି ଓ ସଂଯୋଜକ ଭାବେ ସୁରେନ୍ଦ୍ର ନାଥ ଶତପଥୀ, ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସଭାପତି ଶିକ୍ଷାବିତ ଭାଗବତ ପ୍ରଧାନ ମଞ୍ଚରେ ଉପସ୍ଥିତ ଥିଲେ। ପ୍ରତିଶ୍ରୁତି ହେଲଥ କେୟାର ପକ୍ଷରୁ ଅତିଥି ମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରଭୂ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଏବଂ ଅନୁଷ୍ଠାନ ପକ୍ଷରୁ ସ୍ଥାପିତ ଗଜାନାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ଓ ପ୍ରଦୀପ ପ୍ରଜ୍ଜୋଲନ କରାଯାଇ ଜାତୀୟ ସଙ୍ଗୀତ ଗାନ କରି ସାଧାରଣ ସଭା ଶୁଭାରମ୍ଭ ହୋଇଥିଲା,ମୁଖ୍ୟ ଅତିଥିଙ୍କ କର କମଳରେ ଫିତା କାଟି ଅନୁଷ୍ଠାନ କୁ ଶୁଭାରମ୍ଭ କରିଥିଲେ,ଅତିଥି ମାନେ ଅନୁଷ୍ଠାନ ପରିଭ୍ରମଣ କରିଥିଲେ,ନିଜ ନିଜର ଅଭିଭାଷଣ ମାଧ୍ୟମରେ ଅନୁଷ୍ଠାନ ର ଉତ୍ତରତ୍ୱର୍ କାମନା କରିବା ସହ ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅତିଥି ମାନେ କହିଥିଲେ। ଶେଷରେ ପ୍ରତିଶ୍ରୁତି ହେଲଥ କେୟାର ର ପରିଚାଳକ ମାନସ ପ୍ରଧାନ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ।
