ବିଦ୍ୟାଳୟରେ ବିଳମ୍ବରେ ପହଞ୍ଚିବା ଶିକ୍ଷକଙ୍କୁ ମହଙ୍ଗା ପଡିଲା, କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କଲେ ବିଇଓ।
ଚିକିଟି :୧୮/୧୨ ସରକାରୀ ବିଦ୍ୟାଳୟମାନଙ୍କରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଥିବା ବେଳେ ତାହାର ତଦାରଖ କରିବା କାର୍ଯ୍ୟ ପାଇଁ ବିଭିନ୍ନ ଅଧିକାରୀ ନିଯୁକ୍ତି ହୋଇଛନ୍ତି। ବିଶେଷ କରି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଶୃଙ୍ଖଳିତ ଆଚରଣ ଓ ସମୟନବର୍ତ୍ତିତାକୁ ପିଲାମାନେ ଅନୁସରଣ କରି ଆଗକୁ ବଢିଥାନ୍ତି। ମାତ୍ର ଏଥିରେ ବ୍ୟତିକ୍ରମ ଘଟିଛି ଚିକଟିବ୍ଲକର ବଡଏକସିଙ୍ଗି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ। ବିଇଓ ପନ୍ନଗ ଭୂଷଣ ମାଝୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ ବେଳେ ଜଣେ ଶିକ୍ଷକ ସୁଧାଂଶୁ ଜାଲ୍ଲୀ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ। ବିନାଛୁଟି ଦରଖାସ୍ତରେ ବିଦ୍ୟାଳୟରେ ଉପସ୍ଥିତ ନ ହେବା ଯୋଗୁଁ କାର୍ଯ୍ୟନୁଷ୍ଠାନ ପାଇଁ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପତ୍ରଦ୍ଵାରା ସୁପାରିଶ କରିଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ବିଇଓଙ୍କ ସହ ଯୋଗାଯୋଗ କରିବାରୁ ଶିକ୍ଷକଙ୍କ ବିଶୃଙ୍ଖଳିତ ଆଚରଣକୁ ଆଦୌ ବରଦାସ୍ତ କରାଯିବ ନାହଁ ଏବଂ ପ୍ରତିଦିନ ସମସ୍ତ ଏବିଇଓ ଓ ସିଆରସିସି ମାନଙ୍କୁ ବିଦ୍ୟାଳୟ ପରିଦର୍ଶନ କରିବା ପାଇଁ ନିର୍ଦେଶ ଦିଆଯାଇଥିବା କହିଛନ୍ତି।
