ଟାଟା କମ୍ପାନୀ ର ବିଦ୍ୟୁତ୍ ଉପଭୋକ୍ତା ଙ୍କୁ ଲୁଟୁଥିବା ରୁ ପଥ ପ୍ରାନ୍ତ ସଭା।

ରଘୁନାଥପୁର -ତା -୧୯:୧୨ଟାଟା କମ୍ପାନୀର ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ, ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମା ମାଧ୍ୟମରେ କରୁଥିବା ଲୁଟ ବିରୋଧରେ ଆଡ଼ଭୋକେଟ ବାସୁଦେବ, ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ରଶ୍ମି ରଂଜନ ସ୍ବାଇଁ ଏବଂ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବୀ ପ୍ରସାଦ ମହାରଣା ଆଜି ଦିନ ଦଶଟାରୁ ଦୁଇଟା ସମୟ ରେ ରଘୁନାଥପୁର ବଜାରରେ ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇବା ସହିତ ଆଗାମୀ ଦିନରେ ହାତରେ ଠେଙ୍ଗା ଏବଂ ତ୍ରିରଙ୍ଗା ପତାକା ଧରି ଲୋକମାନେ ରାଜରାସ୍ତାକୁ ଓହ୍ଲାଇବ ପାଇଁ ଆହ୍ଵାନ ଦେଇଥିଲେ। ଏହି ପଥପ୍ରାନ୍ତ ସଭା ମାନଙ୍କରେ ଆଡଭୋକେଟ ବାସୁଦେବ କହିଥିଲେ ଯେ ଟାଟା କମ୍ପାନୀ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ଶୋଷଣ କରିବା ସହିତ ଆମ ପିଲା ମାନଙ୍କୁ କମ୍ ପଇସା ଦରମା ଦେଇ ଗୋତି ଖଟାଉଛନ୍ତି। ଦେବି ପ୍ରସାଦ ମହାରଣା କହିଥିଲେ କି ଆମ ଓଡ଼ିଶାର ପାଣି ଆଉ ଖଣି ନେଇ ଟାଟା କମ୍ପାନୀ ଯେଉଁ ବିଦ୍ୟୁତ୍ ଉତ୍ପାଦନ କରୁଛି ସେଥିରୁ ଆମକୁ କିଛି ୟୁନିଟ ବିଜୁଳି ମାଗଣା ଦେବା ପରିବର୍ତ୍ତେ ଆମ ଠାରୁ ବିଜୁଳି ବାବଦରେ ପଇସା ଠକିନେବା ଅମାନବୀୟ କାର୍ଯ୍ୟ। ସରକାର ବି ଟାଟାର ଏହି ଘୃଣ୍ୟ କାର୍ଯ୍ୟରେ ସହଯୋଗ କରିବା ଅତ୍ୟନ୍ତ ଅଗଣତାନ୍ତ୍ରିକ। ରଶ୍ମି ରଂଜନ ସ୍ବାଇଁ କହିଲେ ଯେ ଟାଟା(ଟିପିସିଓଡିଏଲ୍) କମ୍ପାନୀକୁ ଓଡ଼ିଶାରୁ ବହିଷ୍କାର କରିବା ଉଚିତ୍। ବାସ୍ତବିକ୍ ଟାଟା କମ୍ପାନୀ ବେନିୟମ ଭାବେ ଅତିରିକ୍ତ ସୁରକ୍ଷା ଜମା ରାଶି, ଉପଭୋକ୍ତା ମାନଙ୍କ ଠାରୁ କାହିଁକି ଆଦାୟ କରିବ ? OERC ସହିତ ଚୁକ୍ତି ଅନୁଯାୟୀ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ସମୟରେ, ଉପଭୋକ୍ତାଙ୍କର ଏକ ବର୍ଷର ବିଦ୍ୟୁତ୍ ବ୍ୟବହାରକୁ ହିସାବ କରାଯିବ ଏବଂ ଉପଭୋକ୍ତାଙ୍କ ଦ୍ଵାରା ପୂର୍ବ ସୁରକ୍ଷା ଜମା ରାଶି ଠାରୁ ୧୦% ଅଧିକ ହେଲେ ଅତିରିକ୍ତ ସୁରକ୍ଷା ଜମା, କମ୍ପାନୀ ନେଇ ପାରିବ। କିନ୍ତୁ ଗତ ଚାରି ବର୍ଷ ଧରି ବିଦ୍ୟୁତ୍ ଦେୟ ବୃଦ୍ଧି ପାଇଁ ନଥିବା ବେଳେ ଟାଟା କମ୍ପାନୀ କାହିଁକି ଉପଭୋକ୍ତା ମାନଙ୍କ ଉପରେ ଆର୍ଥିକ ଚାପ ପ୍ରୟୋଗ କରୁଛନ୍ତି। ଟାଟା କମ୍ପାନୀ ଉପଭୋକ୍ତା ମାନଙ୍କୁ ଯେତିକି ସେବା ପ୍ରଦାନ କରିବା କଥା ତାହା ନକରି କେବଳ ପଇସା ପାଇବା ପାଇଁ ଷଡ଼ଯନ୍ତ୍ର କରିବା ଅତ୍ୟନ୍ତ ଇତର କାର୍ଯ୍ୟ। ତେଣୁ ଅତିରିକ୍ତ ସୁରକ୍ଷା ଜମା ସମ୍ପୂର୍ଣ୍ଣ ବନ୍ଦ୍ କରିବା, ସ୍ମାର୍ଟ ମିଟର ବସାଇବା ବନ୍ଦ୍ କରିବା ଏବଂ ଟିପିସିଓଡିଲ୍ ଦ୍ଵାରା କରାଯାଉଥିବା ବେଆଇନ ବିଯୁଳିକାଟ ବିରୋଧରେ ଜଗତସିଂହପୁର ଜିଲ୍ଲାବାସୀ ଏକଜୁଟ ହୋଇ ଆନ୍ଦୋଳନ ରେ ସାମିଲ ହେବା ପାଇଁ ପଥପ୍ରାନ୍ତ ସଭା ମାଧ୍ୟମରେ ରଘୁନାଥପୁର ବଜାର ରେ ଉପସ୍ଥିତ ଥିବା ସାଧାରଣ ଜନତାଙ୍କୁ ଆହ୍ଵାନ ଦେଇଥିଲେ। ଲୋକମାନେ ମଧ୍ୟ ଏଥିରେ ସାମିଲ୍ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ l

Leave a Reply

Your email address will not be published. Required fields are marked *