ଭଦ୍ରକ ଜିଲ୍ଲା ଆଶା ଗ୍ରାମକଲ୍ୟାଣ ସମିତି ସମାବେଶ ସହିଦ ସ୍ମୃତି ଭବନରେ ଅନୁଷ୍ଠିତ

ସେବାହିଁ ଜୀବନର ମୂଳମନ୍ତ୍ର:ମୁଁ ଜିଲ୍ଲାପାଳ ନୁହଁ ଜିଲ୍ଲାର ସେବକ*-ଜିଲ୍ଲାପାଳ l ସେବାହିଁ ଜୀବନର ଉତ୍କର୍ଷ, ସେବାହିଁ ମୂଳମନ୍ତ୍ର ମାନବ ସେବେଠାରୁ ବଳି ଦୁର୍ଲ୍ଲଭ କାର୍ଯ୍ୟ ନାହିଁ।ତେଣୁ ମୁଁ ଏ ଜିଲ୍ଲାର ଜିଲ୍ଲାପାଳ ନୁହଁ ବରଂ ଜିଲ୍ଲାର ପ୍ରଥମ ସେବକ।କାୟମନୋବାକ୍ୟରେ ମାନବ ସେବାକରିବା ଦ୍ୱାରା ବିଭୁକୃପା ଲାଭହୁଏ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉଦ୍ଦେଶ୍ୟରେ 2005 ମସିହାରୁ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟ କରୁଥିବା ଆଶା କର୍ମୀମାନେ ସ୍ୱାସ୍ଥ୍ୟସେବାର ମୁଖ୍ୟ କର୍ଣ୍ଣଧାର ପାଲଟିଛନ୍ତି।ପ୍ରଜନନ,ଶିଶୁ ସ୍ୱାସ୍ଥ୍ୟ,ଟୀକାକରଣ ଠାରୁ ପ୍ରସବ,ଶିଶୁ ଯତ୍ନ,ପରିବାର ନିୟୋଜନ ପର୍ଯ୍ୟନ୍ତ ସବୁଠି ଆଶାମାନେ ତାଙ୍କର ପାରଦର୍ଶିତା ଦେଖାଇଚାଲିଛନ୍ତି।ଖାଲି ସେତିକି ନୁହେଁ ଯକ୍ଷ୍ମା,କୁଷ୍ଠ ନିରାକରଣ,ଅଣସଂକ୍ରାମକ ରୋଗ ଯଥା କର୍କଟ,ରକ୍ତଚାପ ,ହୃଦ ରୋଗ ଆଦି ରୋଗର ନିରୂପଣ ,ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏମାନଙ୍କର ଭୂମିକା ଅନସ୍ବୀକାର୍ଯ୍ୟ।କେବଳ ରୋଗର ଚିକିତ୍ସା କାହିଁକି ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଆଶାମାନେହିଁ ଆଗଧାଡ଼ିରେ କାମକରନ୍ତି।ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶାମାନେ ବିଗତଦିନମାନଙ୍କରେ ଉଦାହରଣ ସୃଷ୍ଟିକରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କର ପ୍ରଶଂସାଭାଜନ ହୋଇପାରିଛନ୍ତି। ଏଥିପାଇଁ ସେମାନଙ୍କୁ ଅଧିକ ପ୍ରେରଣା ଓ ଉତ୍ସାହ ଯୋଗେଇଦେବାକୁ ଏମିତି ଏକ କାର୍ଯ୍ୟକ୍ରମର ପରିକଳ୍ପନା । ପରିମଳ ବ୍ୟବସ୍ଥା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଗୁରୁତ୍ତ୍ୱପୂର୍ଣ୍ଣ ଏହି ବ୍ୟବସ୍ଥାର ସୁ-ପରିଚାଳନା ନିମନ୍ତେ ସରକାର ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଗ୍ରାମ କଲ୍ୟାଣ ସମିତି ଓ ସହରାଞ୍ଚଳରେ ମହିଳା ଅରୋଗ୍ୟ ସମିତିମାନ ଗଠନ କରି ସେମାନଙ୍କୁ ପାଣ୍ଠି ଯୋଗାଇଦେଉଛନ୍ତି।ଏହାର ଊପଯୁକ୍ତ ପରିଚାଳନାରେ ସ୍ଵାସ୍ଥ୍ୟ ସେବା ଅଧିକ ଫଳପ୍ରଦ ହୁଏ।ଆଶା କର୍ମୀ ,ସ୍ୱାସ୍ଥ୍ୟକର୍ମୀ,ଏବଂ ସ୍ୱାସ୍ଥ୍ୟବିଭାଗରେ କାର୍ଯ୍ୟକରୁଥିବା ସମସ୍ତେ ସେବାମନୋଭାବ,ଉତ୍ତମ ବ୍ୟବହାର ଓ ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟକଲେ ହିଁ ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ପଭୁତ ଉନ୍ନତି ସାଧିତ ହୋଇପାରିବ *ତେଣୁ ନିଜ ନିଜର କାର୍ଯ୍ୟକ୍ଷେତ୍ରରେ ସଫଳତା ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ଆଶା କର୍ମୀମାନଙ୍କୁ ପୁରସ୍କୃତ କରି ସେମାନଙ୍କ ସଫଳତାର କାହାଣୀ ଅନ୍ୟମାନଙ୍କୁ ଅବଗତ କରାଇ ଅନୁପ୍ରେରିତ କରିବା ସହ ସଫଳ ଗ୍ରାମକଲ୍ୟାଣ ଓ ମହିଳା ଆରୋଗ୍ୟ ସମିତିମାନଙ୍କୁ ପୁରସ୍କୃତ କରି ସେମାନଙ୍କୁ ଅଧିକ କାର୍ଯ୍ୟଦକ୍ଷ କରାଇବା ଜିଲ୍ଲା ଆଶା ଓ ଗ୍ରାମକଲ୍ୟାଣ ସମିତି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ।*

ଏହି ଅବସରରେ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ସହିଦ ସ୍ମୃତି ଭବନ ଥରେ ଆୟୋଜିତ ଆଜିର ବିରାଟ ସମାବେଶରେ*ମୁଖ୍ୟ ଅତିଥି / ଉଦ୍ଘାଟକ*ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ରାଉତରାୟ* ଜିଲ୍ଲାପାଳ *ମୁଖ୍ୟବକ୍ତା*- *ଡାକ୍ତର ସୁଧିରଞ୍ଜନ ନାୟକ* ,ମୁଖ୍ୟ ଚିକିତ୍ସାଧିକାରୀ ଭଦ୍ରକ*ସମ୍ମାନିତ ଅତିଥି ଡାକ୍ତର କନକଲତା ସାହୁ*,(ଜିଲ୍ଲା ସହ ଚିକିତ୍ସାଧିକାରୀ,ପରିବାର ନିୟୋଜନ)*ଡାକ୍ତର ସଂଗୀତା ବଳ* (ଜିଲ୍ଲା ସହ ଚିକିତ୍ସାଧିକାରୀ )*ଡାକ୍ତର ସନ୍ତୋଷ କୁମାର ପୃଷ୍ଟି* (ଜିଲ୍ଲା ସହ ଚିକିତ୍ସାଧିକାରୀ )*ରିନାରାଣୀ ପାତ୍ର* ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ*ସମ୍ମାନିତ ଵକ୍ତା*- *ଶ୍ରୀଯୁକ୍ତ ବନବିହାରୀ ମିଶ୍ର* ଜିଲ୍ଲା (କାର୍ଯ୍ୟକ୍ରମ ସଂଯୋଜକ)*ଶ୍ରୀଯୁକ୍ତ ନୀଳ ମାଧବ ରଥ* ଜିଲ୍ଲା (ବିତ୍ତ ପରିଚାଳକ )*ଅତିଥି ପରିଚୟ ସ୍ୱାଗତ ଭାଷଣ- *ଶ୍ରୀମତୀ କଳ୍ପନା ସାମଲ* (ସହ ପରିଚାଳିକା ଆଶା)*କାର୍ଯ୍ୟକ୍ରମ ସଂଯୋଜନା*-ବିପ୍ଳବ ରଂଜନ ପତି, ବିତ୍ତ ପରିଚାଳକ ତିହିଡ଼ିଶ୍ରୀଯୁକ୍ତ ଦେବବ୍ରତ ମହାପାତ୍ର (ଡି ପି ଏମ୍ ଡାପ୍ସୁ) ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ସହଯୋଗିତା-DMRCH,RBSK Manager,……..ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତିହିଡିର ଯୋଗ ଶିକ୍ଷକ ଚିନ୍ମୟ ଜେନା ଏବଂ ସାଥୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ,ଗୋଷ୍ଠୀ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ,ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ,ଗୋଷ୍ଠୀ ବିତ୍ତ ପରିଚାଳକ,ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ, ମହିଳା ଅରୋଗ୍ୟ ସମିତି ଓ ଗ୍ରାମ କଲ୍ୟାଣ ସମିତିର ସଦସ୍ୟ ସଦସ୍ୟାମାନଙ୍କ ସହ ପୁରସ୍କୃତ ହୋଇଥିବା ଜନ ଆରୋଗ୍ୟ ସମିତିର ଅଧ୍ୟକ୍ଷ (ସରପଞ୍ଚ)ମାନେ ଉପସ୍ଥିତ ଥିଲେ। ଜିଲ୍ଲାର ସାତଟି ବ୍ଲକରୁ ଶ୍ରେଷ୍ଠ ଅଶାକର୍ମୀ ,ଗ୍ରାମକଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *