ଜଗତସିଂହପୁର ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ଏସ୍ପି ଙ୍କୁ ସମ୍ବର୍ଦ୍ଧିତ
*ଜଗତସିଂହପୁର ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ଏସ୍ପି ଙ୍କୁ ସମ୍ବର୍ଦ୍ଧିତ
ଜଗତସିଂହପୁର ଜିଲ୍ଲାରେ ଏସ୍ପି ଅଙ୍କିତ କୁମାର ବର୍ମା ଯୋଗ ଦେବା ପରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛନ୍ତି । ଜିଲ୍ଲା ରେ ଚୋରା ନିଶା କାରବାର ରୋକିବା ସହିତ ସନ୍ଦିଗ୍ଧ ବାଙ୍ଗାଳାଦେଶୀ ମାନଙ୍କୁ ଚିହ୍ନଟ କରି ତାଙ୍କ ଦେଶ କୁ ପଠାଇବା ସହିତ ଅପରାଧୀ କାର୍ଯ୍ୟ କଳାପ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏହା ସହିତ ଅପହରଣ ନା ବାଳିକାକୁ ବାଙ୍ଗାଳାଦେଶୀ ଙ୍କ କବଜା ରୁ ଫେରାଇ ଆଣିବା ଥିଲା ଜଗତସିଂହପୁର ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ଏସ୍ପି ଙ୍କ ନେତୃତ୍ୱରେ ଜିଲ୍ଲା ରେ ପୋଲିସ ଆକ୍ଟିଭ ମୁଡ ରେ ଥିବା ବେଳେ ଆଜି ବଜରଙ୍ଗ ଦଳ ପକ୍ଷରୁ ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଜିଲ୍ଲା ପୋଲିସ ର କାର୍ଯ୍ୟ କଳାପ କୁ ପ୍ରଶଂସା କରିଥିଲେ ।
ଜଗତସିଂହପୁର ରୁ Rita ସାହୁ
