ଖୋର୍ଦ୍ଧା ମହୋତ୍ସବ ଚତୁର୍ଥ ସନ୍ଧ୍ୟା ସମ୍ବଲପୁରୀ ସଙ୍ଗୀତ ନୃତ୍ୟରେ ମଞ୍ଚ ଦୂଲୁକିଲା l

ଖୋର୍ଦ୍ଧା ତା 19.12.2025 ରିଖ:ଆଜି ଖୋର୍ଦ୍ଧା ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହ ଉଦଯାପନୀ ଚତୁର୍ଥ ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଯଥା-ଡ଼ିଭାଇନି ଡ୍ୟାନ୍ସ ଗ୍ରୁପ, ଶିକ୍ଷା ପ୍ଲେ ସ୍କୁଲ ଡ୍ୟାନ୍ସ, ନୀଳ ଶୈଳ ଡ୍ୟାନ୍ସ ଗ୍ରୁପ,କିଡ଼ଜି ସ୍କୁଲ ପିଲାଙ୍କ ଦ୍ୱାରା ନୃତ୍ୟ, ଶ୍ରୀ ହରି ଡ୍ୟାନ୍ସ ଗ୍ରୁପ, ବ୍ଲାକ ସ୍ପାଇଡ଼ର, ଗୁରୁକୁଳ ଏକାଡେମୀ, ଦେବି ଡ୍ୟାନ୍ସ, ତାରିଣୀ ଡ୍ୟାନ୍ସ ଗ୍ରୁପ, ଅଜିତ ଡ୍ୟାନ୍ସ ଗ୍ରୁପ, ଆଦି ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ଵାରା ସମ୍ୟକ ଆଧୁନିକ ଗୀତନୃତ୍ୟ ସହ ସମ୍ପୂର୍ଣ୍ଣ ଭାବେ ସମ୍ବଲପୁରୀ ସଙ୍ଗିତନୃତ୍ୟ ରେ ମଞ୍ଚ ଦୁଲୁକୁଥିଲା l ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନ ସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଯୋଗଦେଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ନିଜ ଅଭି ଭାଷଣରେ କହିଲେ ଖୋର୍ଦ୍ଧା ଜିଲ୍ଲାର ପ୍ରାକୃତିକ ବିଭବ, ଖୋର୍ଦ୍ଧାର ଇତିହାସ ଅନନ୍ୟ, ଖୋର୍ଦ୍ଧା ମାଟି ସ୍ଵାଧୀନତା ପ୍ରାପ୍ତିର ବୀରତ୍ବର ବାର୍ତ୍ତା ବହନ କରେ l ଖୋର୍ଦ୍ଧାର ଏହି ୨୬ତମ ମହୋତ୍ସବର ଶାନ୍ତି, ସମ୍ପ୍ରିତ୍ତି, ମୈତ୍ରୀ, ଭାଇଚାରା, ବିକାଶର ମନ୍ତ୍ର ରେ ଅଭିମତ ହେବାକୁ ସବୁବର୍ଗର ଜନସାଧାରଣ ବ୍ରତୀ ହୋଇ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ରେ ଅଂଶୀଦାର ହେବାକୁ ଆହ୍ଵାନ ଦେଇଥିଲେ l ମୁଖ୍ୟ ବକ୍ତାଭାବେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ଆଇନ, ପୂର୍ତ୍ତ ଓ ଅବକାରୀ , ଓଡ଼ିଶା ସରକାର,ଶ୍ରୀଯୁକ୍ତ ପୃଥିବୀ ରାଜ ହରିଚନ୍ଦନ ଯୋଗଦେଇ ନିଜ ଅଭିଭାଷଣରେ ଖୋର୍ଦ୍ଧାର ଏହି ବିଶାଳ ବିସ୍ତୃତ ମହୋତ୍ସବ ପାଳନ ଆବଶ୍ୟକତାକୁ ପୂରଣ କରିଛି l ଖୋର୍ଦ୍ଧା ମାଟିର ଚେତନା ଅନନ୍ୟ, ଖୋର୍ଦ୍ଧା ମାଟି ୨୦୮ ବର୍ଷ ପୂର୍ବେ ଯେଉଁ ପାଇକ ବିଦ୍ରୋହ, ଗରିଲା ଯୁଦ୍ଧ ଦ୍ଵାରା ବ୍ରିଟିଶ ସରକାର ବିରୁଦ୍ଧରେ ସଂଗ୍ରାମ ରୋମାଞ୍ଚକାରି ଐତିହ୍ୟ ଅଟେ, ବର୍ତ୍ତମାନ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଥିବା ବେଳେ ଖୋର୍ଦ୍ଧା ବିକଶିତ ଓଡ଼ିଶା ନିର୍ମାଣରେ ଶିଳ୍ପର ଅପୂର୍ବ ବିକଶିତ ଯୋଜନା ରୂପାୟନ ଦ୍ଵାରା ଐତିହ୍ୟ ସଂସ୍କୃତି ପାଇକ ସ୍ମାରକୀ ତୀର୍ଥ ସ୍ଥାନ, ଆଉଟର ରିଂ ରୋଡ ଯୋଜନା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ସହ ଏହି ମହୋତ୍ସବ ଖୋର୍ଦ୍ଧାର ସାଂସ୍କୃତିକ ଓ ଐତିହ୍ୟ ଜାଗରଣରେ ପଥ ପ୍ରଦର୍ଶନ କରିବ l ମହୋତ୍ସବ କମିଟି ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ, ଖୋର୍ଦ୍ଧା କିଶୋର କୁମାର ପଣ୍ଡା,ପୂର୍ବତନ ବିଧାୟକ, ବାଙ୍କୀ, ପ୍ରଭାତ କୁମାର ତ୍ରିପାଠୀ,ମୁମ୍ୱାଇର ପ୍ରାକ୍ତନ ପୋଲିସ କମିଶନର,ଅରୂପ ପଟ୍ଟନାୟକ, ଉପାଧ୍ୟକ୍ଷ ଖୋର୍ଦ୍ଧା ପଂଚାୟତ ସମିତି,ପ୍ରକାଶ ସାମନ୍ତରାୟ, ବରିଷ୍ଟ ଆଇନଜିବୀ ଶକ୍ତି ଶଙ୍କର ମିଶ୍ର, ବରିଷ୍ଟ ଆଇନଜୀବୀ ବିଧାନ ଚନ୍ଦ୍ର ମହାନ୍ତି, ପୂର୍ବତନ ବି ଜେ ପି,

ସଭାପତି ରଶ୍ମୀ ରଞ୍ଜନ ମହାପାତ୍ର, ନିଜ ନିଜ ବକ୍ତବ୍ୟରେ ଖୋର୍ଦ୍ଧାର ଗରିମା ମୟ ଇତିହାସ ଓ ଓଡ଼ିଶାର ଐତିହ୍ୟ ପରମ୍ପରା ମହୋତ୍ସବରେ ଝଲକ୍ ମିଳି ପୁନର୍ଜୀବିତ କରିଥାଏ ବୋଲି ପ୍ରକାଶ କରିଥିଲେ l ମହୋତ୍ସବ କମିଟି ମୁଖ୍ୟ ଉପଦେଷ୍ଟା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଖୋର୍ଦ୍ଧା ଅଞ୍ଚଳର ବିଭିନ୍ନ ଉନ୍ନୟନ ଯୋଜନା ସମ୍ଵନ୍ଧରେ ଉଲ୍ଲେଖ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଶେଷରେ ମହୋତ୍ସବ କମିଟି ସାଧାରଣ ସମ୍ପାଦକ ନରେନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ l ମଞ୍ଚ ଉପସ୍ଥାପନାରେ ଶ୍ରୀକାନ୍ତ ନାୟକ ସମ୍ପାଦନ କରିଥିଲେ l ମୁଖ୍ୟ ଅତିଥି ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ,ମୁଖ୍ୟ ବକ୍ତା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥିବୀ ରାଜ ହରିଚନ୍ଦନ ଏବଂ ସମସ୍ତ ସମ୍ମାନିତ ଅତିଥି ମାନଙ୍କୁ ଅଙ୍ଗବସ୍ତ୍ର, ଖୋର୍ଦ୍ଧା ପାରମ୍ପାରିକ ପଗଡ଼ି, ମହୋତ୍ସବ ସ୍ମୁତି ଫଳକ, ପୁଷ୍ପ ଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l

Leave a Reply

Your email address will not be published. Required fields are marked *