ମୁଖ୍ୟ ଶାସନ ସଚିବଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନୂଆ ବର୍ଷ କ୍ୟାଲେଣ୍ଡର-୨୦୨୬ ପ୍ରଦାନ

ମୁଖ୍ୟ ଶାସନ ସଚିବଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନୂଆ ବର୍ଷ କ୍ୟାଲେଣ୍ଡର-୨୦୨୬ ପ୍ରଦାନ କଲେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଭୁବନେଶ୍ୱର ତା-୧୯.୧୨.୨୦୨୫ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କୁ ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନୂଆ ବର୍ଷ କ୍ୟାଲେଣ୍ଡର-୨୦୨୬ କୁ ପ୍ରଦାନ କରିଛନ୍ତି ।

ଏହି କ୍ୟାଲେଣ୍ଡରରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ଫଟୋ ଚିତ୍ର ସହିତ ଶ୍ରୀମନ୍ଦିରର ବାର୍ଷିକ ନୀତିକାନ୍ତି ଓ ଉତ୍ସବର ତାରିଖ, ରଥଯାତ୍ରା, ସ୍ନାନଯାତ୍ରା, ଚନ୍ଦନଯାତ୍ରା ଭଳି ପ୍ରମୁଖ ପର୍ବପର୍ବାଣି ଏବଂ ଶ୍ରୀମନ୍ଦିର ସହ ସମ୍ପୃକ୍ତ ବିଭିନ୍ନ ପରମ୍ପରା ଓ ସଂସ୍କୃତି ସମ୍ବନ୍ଧୀୟ ସଂକ୍ଷିପ୍ତ ତଥ୍ୟ ଓ ଅନ୍ୟାନ୍ୟ ଧାର୍ମିକ ତିଥି ଆଦି ଓଡ଼ିଆ ପଞ୍ଜିକା ଅନୁସାରେ ସ୍ଥାନିତ ହୋଇଛି ।

Leave a Reply

Your email address will not be published. Required fields are marked *