ଉଦଳା ଧୂମସା ମୋହତ୍ସବ ର ଷଷ୍ଠ ସନ୍ଧ୍ୟା ଆକର୍ଷଣ l

ଉଦଳା ତା ୨୦/୧୨ ଉଦଳା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଉଦଳା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଅନୁଷ୍ଠିତ ଧୂମସା ମୋହତ୍ସବ ର ଷଷ୍ଠ ଦିନର ଶୀତୁଆ ସନ୍ଧ୍ୟା ବେଶ ସର ଗରମ ରେ ପାଳିତ ହୋଇଯାଇଛି l ଏହି ଅବସରରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କପ୍ତିପଦା, ଉଦଳା ର ପ୍ରୋକଳ୍ପ ପ୍ରଶାସକ ନରେନ୍ଦ୍ର ନାଥ ଖମାରୀ ସଭାପତି ଆସନ ଅଳଙ୍କୃତ କରିଥିବା ସମୟ ରେ ମୁଖ୍ୟ ଅତିଥି ଭାବରେ ଉଦଳା ବିଧାୟକ ଭାସ୍କର ମଢେଇ, ଏ. ଡ଼ି. ଏମ ନେତ୍ରା ନନ୍ଦ ମଲ୍ଲିକ ଉଦଳା ଏନ. ଏ. ସି ଅଧକ୍ଷ୍ୟା ପ୍ରମିଳା ପଣ୍ଡା ଓ କପ୍ତିପଦା ଉପଖଣ୍ଡ ଉପ ଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ଭୁତ ପୂର୍ବ ବିଧାୟକ ଶ୍ରୀନାଥ ସୋରେନ ବସନ୍ତ କୁମାର ପରିଡା ପ୍ରଭୃତି ମୟୁରଭଞ୍ଜ ମାଟି ର କଳା ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ଅବସର ରେ ଉତ୍ସବ ରମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲେ ଓଡିଶା ର ପ୍ରାକ୍ଷ୍ୟାତ ହାସ୍ୟ ଅଭିନେତା ଏ ମାଟି ର ପୁଅ ପପୁ ପମ ପମ ଥିଲେ l ପପୁ ପମ ପମ ଙ୍କ ସଂଗୀତ ର ତାଳେ ତାଳେ ସମଗ୍ର ଦର୍ଶକ ଏପରିକି ବିଧାୟକ ମଧ୍ୟ ସଂଗୀତ ର ଯାଦୁଗରୀ ସ୍ପର୍ଶ ରେ ନାଚିଥିଲେ l ଏହି ଷଷ୍ଠ ଦିନର ଶୀତୁଆ ସନ୍ଧ୍ୟା ରେ ଅତି କମ ରେ ଆଠ ରୁ ଦାଶ ହଜାରଦର୍ଶକ ଙ୍କ ସମାବେଶ ପରିବେଶ କୁ ସରସ ସୁନ୍ଦର ମଧୁମୟ କରିଥିଲା l

Leave a Reply

Your email address will not be published. Required fields are marked *